ସମାଜସେବୀଙ୍କ ଜନ୍ମଦିନ ପାଳନ

blank
କେନ୍ଦ୍ରାପଡ଼ା,୭ା୪: କେନ୍ଦ୍ରାପଡା ଜିଲ୍ଲାର ଜଣେ ଆଗଧାଡିର ସମାଜସେବୀ ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ୭୮ତମ ଜନ୍ମଦିବସକୁ ଜିଲ୍ଲା ପ୍ରତିଭାପୂଜା ସଂସଦ ପକ୍ଷରୁ ସ୍ଥାନୀୟ ଗରାପୁରସ୍ଥିତ ରେସୱା ଅନୁଷ୍ଠାନରେ ପାଲିତ ହୋଇଯାଇଛି। ପ୍ରଥମେ ଅନ୍ତେବାସୀମାନେ ଡ. ଦାସଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଗିରଥି ଜେନା, ମିନତୀ ମହାରଣା, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତେବାସୀମାନେ କେକ୍ କାଟି ଡ. ଦାସଙ୍କ ଜନ୍ମଦିନ ପାଳନ କରିବା ସହ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ତାଙ୍କ ସୁସ୍ଥ ଜୀବନ କାମନା କରି ପ୍ରାର୍ଥନା କରିଥିଲେ।

Next Post

ଜଗନ୍ନାଥପୁର-ପାରାଚକରେ ବାସନ୍ତୀ ଦୁର୍ଗାପୂଜା

Mon Apr 7 , 2025
କେନ୍ଦ୍ରାପଡ଼ା,୭ା୪: କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର-ପାରାଚକ ଠାରେ ୭୨ତମ ବାର୍ଷିକ ମା’ବାସନ୍ତୀକ ଦୂର୍ଗାଦେବୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଗୁରୁବାର ଦେବୀଙ୍କ ଷଷ୍ଠାଦି କଳ୍ପାରମ୍ଭ, ବିଲ୍ୱାଧିବାସ,ବୋଧନ, ଦେବୀ ଆମନ୍ତ୍ରଣ ଓ ଘୃତାହୂତି କରାଯାଇଥିବା ବେଳେ ଶୁକ୍ରବାର ଷ୍ଟୋତ୍ତର ଶତକଳସ ଯାତ୍ରା, ଘଟନିମର୍ଜନ, ଜଳାଭିଷେକ, ନବପତ୍ରିକା ଦୋଳାରୋହଣ, ଶୋଭାଯାତ୍ରା, ନଗର ପରିକ୍ରମା, ମହାସ୍ନାନ, ସହସ୍ରଧାରା ସ୍ନାନ, ଘଟ କଳସ ଓ ନବପତ୍ରିକା ମନ୍ଦିର ପ୍ରବେଶ ପରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading