କେନ୍ଦ୍ରାପଡ଼ା,୨୨ା୪:ହିଟୱେଭ ଯୋଗୁ ଆସନ୍ତା ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ତିନିଦିନ ଧରି କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍ମୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲାପାଳ ରଘୁରାମ ଆର. ଆୟର ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳ ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଯେ ରାଜ୍ୟରେ […]
କେନ୍ଦ୍ରାପଡ଼ା,୨୨ା୪:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ କାଠ ଆସି ପହଞ୍ଚିଛି ରଥଖଳାରେ। ଏହି ରଥ କାଠ ୩ଟି ଟ୍ରଲରରେ ଆସି ପହଞ୍ଚିଛି। ଶ୍ରୀବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ତଥା କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ନୂତନ ରଥ ନିର୍ମାଣ ପାଇଁ ପ୍ରାୟ ୩ହଜାର ଘନଫୁଟ କାଠର ଆବଶ୍ୟକତା ଥିବା […]
କେନ୍ଦ୍ରାପଡ଼ା,୨୨ା୪:ଦଉଡିରେ ପଛୁଆ ଓଲଟି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡା ଗ୍ରାମର ପ୍ରକାଶ ମଲ୍ଲିକ ଓ ହରପ୍ରିୟା ମଲ୍ଲିକଙ୍କ ସୁପୁତ୍ର ପ୍ରିୟାଂଶୁ। ସେ ୨ଟି ଦଉଡି ସାହାଯ୍ୟରେ ସର୍ବାଧିକ ୧୯୬୨ଥର ପଛୁଆ ଓଲଟି ଏହି ପ୍ରଶଂସା ସାଉଁଟିଛନ୍ତି। ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ମାତ୍ର ୨ବର୍ଷ ୧୦ମାସ ବୟସର ପ୍ରିୟାଂଶୁ ଏଭଳି ଜିମ୍ନାଷ୍ଟିକ ପ୍ରଦର୍ଶନ […]
ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତି ଉତ୍ସବର ଦ୍ୱିତୀୟ ଦିବସ ପଟ୍ଟାମୁଣ୍ଡାଇ ୨୨/୪ -ନୀତି-ନୈତିକତା ସମ୍ପନ୍ନ ଦକ୍ଷ-ଅଭିଜ୍ଞ ଶିକ୍ଷକ ବା ଅଧ୍ୟାପକ ଶିକ୍ଷାକୁ ଜୀବିକା,ବୃତି ବା ପେଶା ନ କରି ନିଶା, ବ୍ରତ ବା ଜୀବନଧର୍ମରେ ପରିଣତ କଲେ ସେମାନଙ୍କ ଭିତରେ ଜନ୍ମନିଏ ଉତ୍ସର୍ଗୀକୃତ ମନୋଭାବ, ଅଙ୍ଗୀକାରବଦ୍ଧତା ଶିକ୍ଷାପ୍ରୀତି। ଶିକ୍ଷାବୃତି ପ୍ରତି ଶ୍ରଦ୍ଧା,ପ୍ରୀତି ଅକ୍ଷୁର୍ଣ୍ଣ ରଖିପାରିଲେ ଗୁଣାତ୍ମକ ଶିକ୍ଷାର ମାନ ଆପେଆପେ ବଢ଼ିଚାଲେ । ମାତ୍ର ସବୁପ୍ରକାର ଭିତିଭୂମି ଓ ସୁବିଧା […]
କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଏକ ସରକାରୀ ସ୍କୁଲର ଶିକ୍ଷକ ଟିଉସନ୍ ଦେବା ବାହାନାରେ ନାବାଳିକା ଙ୍କୁ ଅସଦାଚରଣ କରୁଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଘଟଣା ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗିରଫ ଶିକ୍ଷକଜଣକ ବାଲେଶ୍ୱର ଜିଲାର ନିବାସୀ ଏବଂ ୨୦୨୨ ମସିହାରୁ ଏହି ସ୍କୁଲରେ […]
କେନ୍ଦ୍ରାପଡ଼ା,୨୧ା୪:ସାମାଜିକ ସୁରକ୍ଷା, ନାରୀ ସଶକ୍ତିକରଣ ଓ ଲିଙ୍ଗଗତ ସମାନତାକୁ ଆଗେଇ ନେବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅଧିନରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ ସାମୁହିକ ବିବାହ ଆୟୋଜିତ ହୋଇଛି। କେନ୍ଦ୍ରାପଡ଼ା ସହରସ୍ଥିତ ସାନ୍ତସାହି ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ମୋଟ ୩୩ ଜଣ କନ୍ୟାଙ୍କ ସାମୂହିକ ବିବାହ ଶୃଙ୍ଖଳା ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ସଫଳତାର […]
କେନ୍ଦ୍ରାପଡ଼ା,୨୧ା୪:ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କୁ ଓଡିଶା ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ପରାମର୍ଶଦାତା କମିଟିର ସଦସ୍ୟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନିଖିଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ରାଜେନ୍ଦ୍ର ପାଲ ଗୈାତ୍ତମ ଏହି ନିଯୁକ୍ତି ଦେଇଥିବା ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ଏକପତ୍ର ମାଧ୍ୟମରେ ଜଣାଇଛନ୍ତି। ପ୍ରଦେଶ କଂଗ୍ରେସ କମିଟିରେ ଜାତୀୟ କଂଗ୍ରେସର ସାଂଗଠନିକ ଦକ୍ଷତା ବୃଦ୍ଧି, […]
ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ ସମାରୋହର ପ୍ରଥମ ଦିବସ ପଟ୍ଟାମୁଣ୍ଡାଇ ୨୧/୪ -ଶିକ୍ଷା ହିଁ ସମାଜର ମୂଳ ପୁଞ୍ଜି। ଯେତେବେଳେ ସମାଜ ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହୁଏ ସେତେବେଳେ ସମାଜ ଆଗକୁ ବଢ଼େ। ଆଜିର ସମାଜରେ ଆମେ ନିଜର ଅଧିକାର ପ୍ରତି ଯେତେ ସଚେତନ, ଦାୟିତ୍ୱ ପ୍ରତି ମଧ୍ୟ ସେତିକି ସଚେତନ ରହିବା ଦରକାର । ଯେଉଁ ସମାଜ ଶିକ୍ଷାକୁ ଯେତେ ଗୁରୁତ୍ୱ ଦେବ, ସେ […]
କେନ୍ଦ୍ରାପଡ଼ା,୧୮ା୪:ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ,କେନ୍ଦ୍ରାପଡା ପକ୍ଷରୁ ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀବଳଦେବଜୀଉଙ୍କ ଆସନ୍ତା ପବିତ୍ର ରଥଯାତ୍ରାକୁ ପାରମ୍ପରିକ ରୀତିନୀତି, ବିଧିବିଧାନ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଓ ନୂତନ ରଥ ନିର୍ମାଣ କରିବା ସମ୍ପର୍କରେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚର ସଭାପତି ଅକ୍ଷୟ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ, ବରିଷ୍ଠ ଉପଦେଷ୍ଟା ଡା. ବିଶ୍ୱପ୍ରକାଶ କାନୁନଗୋ, […]
କେନ୍ଦ୍ରାପଡ଼ା,୧୮ା୪:ଗାଁସାଥୀ(ମେଟ) ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି,କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଏକ ତିନିଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ପ୍ରଦାନ କରାଯାଇଛି। ସେହି ଦାବି ଗୁଡିକ ମଧ୍ୟରେ ବିଗତ ବର୍ଷମାନଙ୍କରେ କାର୍ଯ୍ୟକରି ଅଦ୍ୟାବଧି ପ୍ରାପ୍ୟ ପାଇନଥିବା ଗାଁସାଥୀମାନଙ୍କୁ ତୁରନ୍ତ ବକେୟା ପ୍ରଦାନ ନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକ ଗୁଡିକୁ ନିର୍ଦ୍ଦେଶ ଦିଆଯିବା, ପଞ୍ଚାୟତିରାଜ ବିଭାଗ ପତ୍ର ସଂଖ୍ୟା- ୨୦୮୭୭ତା ୩୧.୦୭.୨୦୨୫ରିକ ନିର୍ଦ୍ଦେଶ ମୁତାବକ ଗାଁସାଥୀମାନଙ୍କ ଡାଟାବେସ ପ୍ରତ୍ୟେକ […]

