
ପଟ୍ଟାମୁଣ୍ଡାଇ ୨/୮- ଚଳିତ ବର୍ଷ ବ୍ରାହ୍ମଣୀ ଓ କାଣୀନଦୀର ଦୁଇ ଦୁଇ ଥର ବନ୍ୟା ଆସି ବ୍ୟାପକ କ୍ଷୟ କ୍ଷତି ଘଟିବା ସାଙ୍ଗକୁ ଗରିବ ଖଟିଖିଆ ଓ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି ।ଏହି ଅବସରରେ ଶନିବାର ବିଧାୟକ ଗଣେଶ୍ୱର ବେହେରାଙ୍କ ପୌରହିତ୍ୟରେ ସିଂହଗାଁ ତାରିଣୀ ମନ୍ଦିର ନିକଟରେ ଏକ ବନ୍ୟା ସ୍ଥିତି ସମୀକ୍ଷା ଓ ଜନ ଅଭିଯୋଗ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡିଓ ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।ବନ୍ୟା ବିପନ୍ନ ଲୋକମାନଙ୍କର ବିଭିନ୍ନ ସମସ୍ୟା ସହିତ କଣ୍ଠିଆନାଳ ସେତୁ, ରାଉଳିଆ ସେତୁ ଓ ଜଳ ନିଷ୍କାସନ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବନ୍ୟାଂଚଳ ଲୋକମାନଙ୍କ ଗମନା ଗମନ ପାଇଁ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଘାଟ ତୁରନ୍ତ ମରାମତି କରିବାକୁ ଜିଲାପାଳ ନିର୍ଦେଶ ଦେଇଥିଲେ। ବନ୍ୟା ବିପନ୍ନ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ସଭାରେ ପୂର୍ବତନ ସରପଂଚ କନକ୍ୱାଳା ମଳିକ,ବ୍ରହ୍ମାନନ୍ଦ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ନାୟକ, ଉମେଶ ମହାନ୍ତି, ଅଭୟ ସାମଲ ଓ ଦୀପକ ନାୟକ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲପାଳଙ୍କୁ ଅଭାବ ଅସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ। ଫେରିବା ବାଟରେ ବାରହା ଆକ୍ରମଣରେ ଆଙ୍ଗୁଠି ହରାଇ ଥିବା କୃଷ୍ଣଦାସପୁର ଗ୍ରାମର ପ୍ରଦୀପ ଦାସଙ୍କୁ ଜିଲାପାଳ ଓ ବିଧାୟକ ଭେଟିଥିଲେ। ବିଧାୟକଙ୍କ ସହିତ ପୂର୍ବତନ ସରପଂଚ କାଙ୍ଗାଳି ସେଠି, ବରିଷ୍ଠ ନେତା କେଦାର ବିଶ୍ୱାଳ,ଯୁବନେତା ଜ୍ୟୋତିରଞ୍ଜନ ପ୍ରଧାନ, ଅଭିଷେକ ବିଶ୍ୱାଳ,ନିରଞ୍ଜନ ସୁନ୍ଦରାୟ, ସମ୍ବିତ ଶ୍ରୀଚନ୍ଦନ, ଅଭିମନ୍ୟୁ ମଲ୍ଲିକ, ରଂଜିତ ରଞ୍ଜନ ସ୍ୱାଇଁ ପ୍ରମୁଖ ସାମିଲ ହୋଇ ବନ୍ୟାଚଂଳର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
