ଚୋରା ମଦ ଜବତ ୫ କୋର୍ଟ ଚାଲାଣ

blank
ପଟ୍ଟାମୁଣ୍ଡାଇ ୪/୮- କେନ୍ଦ୍ରାପଡା ଜିଲା ଅବକାରୀ ବିଭାଗ ଓ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

blank
କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଛାୟାକାନ୍ତ ନାୟକ, ଧର୍ମପଦ ଦାସ, ସୁନିଲ ଦାଶ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇ କେନ୍ଦ୍ରାପଡ଼ା ସଦର ଓ ରାଜନଗର ଥାନା ଓ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ପ୍ୱାହାକାଣ୍ଡିଆ ଗ୍ରାମର ବିଭୁତି ଭୂଷଣ ନାୟକଙ୍କ ଠାରୁ ୧୩ ଲିଟର ବିଦେଶୀ ମଦ, ରାଜନଗର ଗ୍ରାମର ମଙ୍ଗୁଳି ଚରଣ ସ୍ୱାଇଁଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ ଓ ସିଦାର୍ଥ ମଳିକଙ୍କ ଠାରୁ ୨୭ ଲିଟର ବିଦେଶୀ ମଦ, ପୋଖରୀ ଗ୍ରାମର ଅର୍ଜୁନ ମଳିକଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ ଏବଂ ପଟ୍ଟାମୁଣ୍ଡାଇ ମଦନପୁର ଗ୍ରାମର ଦେବକିଶୋର ନାୟକଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ ଜବତ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ପାଖରୁ ସମୁଦାୟ ୧୧୧ ଲିଟର ଚୋରାମଦ ସହ ୨ ଗୋଟି ମୋଟର ସାଇକେଲ ଜବତ ହୋଇଛି । ୫ ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ସୁଚନା ଦେବା ସହିତ ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି ।

Next Post

ପାଲା ଗାୟକ ପ୍ରଶାନ୍ତ ନାଥଶର୍ମାଙ୍କ ପରଲୋକ

Mon Aug 4 , 2025
ପଟ୍ଟାମୁଣ୍ଡାଇ.୪/୦୮-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତରଡିପାଳର ଯୁବ ପାଲା ଗାୟକ ଜ୍ଞାନରତ୍ନ ପ୍ରଶାନ୍ତ ନାଥ ଶର୍ମାଙ୍କର ପରଲୋକ ହୋଇଯାଇଛି। ଯକୃତ ରୋଗରେ ପୀଡିତ ହୋଇ ଭୁବନେଶ୍ଵରର ସମ୍ ହସ୍ପିଟାଲରେ ଦୀର୍ଘଦିନ ଚିକିତ୍ସିତ ହେଉଥିଲେ Iସ୍ୱର୍ଗତଃ  ଶର୍ମା ଓଡ଼ିଶାର ଏକ ଆଗଧାଡ଼ିର ପାଲା ଗାୟକ ଭାବେ ପାଲା,ସାହିତ୍ୟ, ଜଗନ୍ନାଥ ସଂସ୍କୃତିରେ ଅଗାଧ ପାଣ୍ତିତ୍ୟ ପାଇଁ ଅନେକ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ।ଗାୟକରତ୍ନ ହରି ନାଥଙ୍କ ପରେ ସେ ତରଡିପାଳ ଗ୍ରାମର ଏକମାତ୍ର ପାଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading