
ପଟ୍ଟାମୁଣ୍ଡାଇ ୧୯/୪ -ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଛି । ଏକ ଆମ୍ବ ଗଛରୁ ଖସିପଡି ଜଣେ ନାବାଳିକା ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସଂଗୀତା ତରାଇ ୧୩ ବୋଲି ଜଣାପଡିଛି ।ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଛେଦରା ଗ୍ରାମର ସଂଗୀତା ତରାଇ ଡାମରପୁର ଗ୍ରାମରେ ଥିବା ମାମୁଁ ଘରେ ରହି ପାଠ ପଢୁଥିଲେ । ଶୁକ୍ରବାର ସକାଳେ ଆମ୍ବତୋଳିବା ପାଇଁ ଘର ଠାରୁ ୧୦୦ ମିଟର ଦୂର ଏକ ତୋଟାର ଆମ୍ବ ଗଛରେ ଚଢି ଥିବାବେଳେ ଅସାବଧାନତାବଶତଃ ତଳେ ପଡି ଗୁରୁତର ଆହତ ହୋଇଥିଲେ। ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଁଛି ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡାକ୍ତର କେନ୍ଦ୍ରାପଡା ମୂଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ସେ ଆଖି ବୁଜି ଦେଇଥିଲେ।
