
କେନ୍ଦ୍ରାପଡ଼ା,୭ା୭:କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲରେ ସୋମବାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୨୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୧୨ ଟି ବ୍ୟକ୍ତିଗତ ହୋଇଥିବା ବେଳେ୧୧ଟି ସାମୂହିକ ଅଭିଯୋଗ ଥିଲା। ଅଭିଯୋଗ ଶୁଣାଣୀରେ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୋଟ ୩୭ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଅଭିଯୋଗ ଶୁଣାଣୀରେ ମୁଖ୍ୟତଃ ଭତ୍ତା, ଜମିଜମା ବାବଦ, ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି ସମ୍ବନ୍ଧୀୟ ଅଭିଯୋଗ ଗୁଡିକ ପଞ୍ଜିକୃତ ହୋଇଥିଲା। ଅଭିଯୋଗ ଗୁଡିକର ଶୁଣାଣିକରି ସମସ୍ୟାଗୁଡିକର ତୁରନ୍ତ ସମାଧାନ କରିବାକୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ। ଅଭିଯୋଗ ଶୁଣାଣିରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା ୧୪ ଜୁଲାଇରେ ଡେରାବିଶ ବ୍ଲକ କାର୍ଯ୍ୟାଳୟ, ୨୧ ଜୁଲାଇରେ ଗରଦପୁର ଏବଂ ୨୮ ଜୁଲାଇରେ ରାଜନଗର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣି କରାଯିବାର କାର୍ଯ୍ୟକ୍ରମ ରହିଛି।
