
ପଟ୍ଟାମୁଣ୍ଡାଇ ୨୯/୧୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସରରରେ ବ୍ୟାପକ ପରିମାଣରେ ପଲିଥିନ ବ୍ୟବହାର ଦ୍ୱାରା ଜଳବାୟୁ ଉପରେ ପ୍ରଭାବ ପଡୁଥିବାର ଅଭିଯୋଗ ପାଇବା ପରେ ଶନିବାର ପାରାଦିପ ପଦୁଷଣ କଂଟ୍ରୋଲ ବୋର୍ଡ ପକ୍ଷରୁ ପୌରସଂସ୍ଥାର ସହେଯାଗରେ ପଲିଥିନ ବ୍ୟବହାର କରୁଥିବା ଦୋକାନୀ ମାନଙ୍କ ଉପରେ ଚଢଉ କରାଯାଇଛି । ବଜାରରେ ପଲିଥିନ ଥର୍ମକଲ ବ୍ୟବହାର ଓ ବିକ୍ରି କରୁଥିବା ଦୋକାନୀ ମାନଙ୍କ ଉପରେ ଚଢଉ କରି ୨ ହଜାର ୬୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।ଏହି ଚଢଉ ସମୟରେ ପରାଦିପ ପଦୂଷଣ ବୋର୍ଡ କ୍ଷେତ୍ର ସହାୟକ ମନୋଜ ନାୟକଙ୍କ ସହ ପୌରପରିଷଦ ଅଧିକାରୀ ଭୁବନମୋହନ କନୁନଗୋ, ପ୍ରମୋଦ ସାମଲ, ହୃଷିକେଶ ନାଥ, ଗଂଗାଧର ନାୟକ ଓ ବାସୁଦେବ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ପୌରାଅଞ୍ଚଳ ଅଧିନ ବଜାର ମାନଙ୍କରେ ଦିନକୁଦିନ ସରକାରଙ୍କ ପକ୍ଷରୁ ନିଷେଧ କରାଯାଇଥିବା ପଲିଥିନର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଏହି ପଲିଥିନ କାରବାର କରୁଥିବା ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହାର ବ୍ୟବହାର କରୁଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଉ ନାହିଁ। ପଲିଥିନର ବ୍ୟବହାର ରୋଗର ବାହକ ହୋଥିବା ବେଳେ ଚା’ ଦୋକାନଠୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ସବୁଠି ଏହାର ବ୍ୟବହାର କରାଯାଉଛି। ପୌରପରିଷଦ ଓ ଏନଏସି ଗଠନ ହେବାର ୩୭ ବର୍ଷ ଭିତରେ ବାରମ୍ବର ବଜାର ଉପରେ ଚଢାଉ କରାଯାଇ ଥର୍ମକଲ ଓ ପଲିଥିନ ବ୍ୟାଗ ଜବତ କରିବା ସହ ଫାଇନ ଆଦାୟ କରାଯାଇଛିମାତ୍ର ଯଥା ପରଂ ତଥା ପୂର୍ବ ସ୍ଥିତିରେ ଏହାର ବହୁଳ ବ୍ୟବହାର ବଢିଚାଲିଛି। ଉତାପ ସଂସ୍ପର୍ଶରେ ଆସିବା ପରେ ଏଥିରୁ ସ୍ୱାସ୍ଥ୍ୟ ହାନୀକାରକ ପଦାର୍ଥ ବାହାରୁ ଥିଲେ ମଧ୍ୟ ବାରମଜା ଦୋକନଠାରୁ ଆରମ୍ଭ କରି ଜଳଖିଆ ଦୋକାନ ଏପରିକି ହୋଟେଲ ଗୁଡିକରେ ମଧ୍ୟ ଖାଦ୍ୟ ପାର୍ସଲ ଏହି ପଲିଥିନ ମାଧ୍ୟମରେ କରାଯାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଜିଲା ପ୍ରଶାସନ, ପୌରପରିଷ ଓ ଆଂଚଳିକ ପଦୂଷଣ ବୋର୍ଡ ଲୋକଦେଖାଣିଆ ପଦକ୍ଷେପ ନନେଇ ପଲିଥିନ କାରବାର କରୁଥିବା ବେପାରୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
