ପଟ୍ଟାମୁଣ୍ଡାଇ ତା ୫/୩- ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ପବିତ୍ର ଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀମାନଙ୍କ ଦୀର୍ଘ ଦିନର ଦାବୀ ନରଣପୁର ପାଟ୍ଟନାଳୀ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ରାପଡ଼ା ଜଳ ନିକାସ ବିଭାଜନ ବିଭାଗ ପକ୍ଷରୁ ୪ କୋଟି ଟଙ୍କା ବ୍ୟୟ ଅଟକଳରେ ନରଣପୁର ପାଟ୍ଟନାଳୀ ପୁନଃରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ […]

କେନ୍ଦ୍ରାପଡା,୫ା୨: ଆନ୍ତର୍ଜାତୀୟ ସମ୍ମାନସ୍ପଦ ନେତୃତ୍ୱ, ପ୍ରବାଦ ପୁରୁଷ ରାଷ୍ଟ୍ରନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଉତ୍ସବ କେନ୍ଦ୍ରାପଡା ନଗର ଓ ବ୍ଲକ ବିଜୁ ଜନତା ଦଳ ଆନୁକୂଲ୍ୟରେ କେନ୍ଦ୍ରାପଡା ଟାଉନହଲ୍‌ଠାରେ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସକାଳେ ସହର ନୂଆ ବସ୍‌ଷ୍ଟାଣ୍ଡ୍ ଓ ପୁରୁଣା ଚିକିତ୍ସାଳୟ ଛକ ବିଜୁବାବୁ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା […]

କେନ୍ଦ୍ରାପଡ଼ା,୫ା୩: ବିବାଦୀୟ ବାବା ସାରଥିଙ୍କୁ କେନ୍ଦ୍ରାପଡ଼ା ଆସିବାକୁ ବାରଣ ରହିଥିଲା। ଅଦାଲତର କାଠଗଡାରେ ଠିଆ ହୋଇଥିବା ବହୁ ଚର୍ଚ୍ଚିତ ସାରଥିବାବା କେନ୍ଦ୍ରାପଡା ଫେରିବେ ସେ ନେଇ ତାଙ୍କ ଶ୍ରଦ୍ଧାଳୁଙ୍କ ଭିତରେ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । କେନ୍ଦ୍ରାପଡା ଆସି ସତ୍‌ସଙ୍ଗ କରିବା ପାଇଁ ଆଇନର ସହାୟତା ମିଳିବା ନେଇ ବିଫଳ ହୋଇଥିବା ବାବା ସାରଥି ଓରଫ ସନ୍ତୋଷ ରାଉଳ କର୍କଟ ରୋଗରେ ପୀଡିତ ତାଙ୍କ ବଡଭାଇ ଦେବ ରାଉଳଙ୍କୁ ଦେଖିବା […]

କେନ୍ଦ୍ରାପଡ଼ା, ୫ା୩: ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ନିମନ୍ତେ ଏହି ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ପିଇବା ପାଣି ଟାଙ୍କିର ବ୍ୟବସ୍ଥା କରାଯିବା, ଗ୍ରାମ୍ୟ ଜଳ ଯୋଗାଣ […]

 ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ  ପଂଚାୟତିରାଜ ଦିବସକୁ ବାତିଲ ବିରୋଧ ଗୁରୁବାର ବାଇପାସ ଠାରେ ପ୍ରତିବାଦ ସଭା ପଟ୍ଟାମୁଣ୍ଡାଇ ୫/୩ କଳ୍ପତରୁ ନାୟକ- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ବିଜେଡି କର୍ମୀ ଓ ନେତାମାନେ ଶୋଭାଯାତ୍ରାରେ ବାହାରି […]

ପଟ୍ଟାମୁଣ୍ଡାଇ ୫/୩ -ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଜଣେ ନାବାଳିକା +୨ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସର ନିରବତାକୁ ବିରୋଧ କରି ଏବିଭିପି ଛାତ୍ରୀଛାତ୍ର ମାନେ ଥାନା ଘେରାଉ କରିଛନ୍ତି। ସଠିକ ଓ ନିରପେକ୍ଷ ଭାବେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମୃତାଛାତ୍ରୀଙ୍କୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଛାତ୍ର ସଂଘଠନ ସମଗ୍ର ରାଜ୍ୟରେ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି । […]

ପଟ୍ଟାମୁଣ୍ଡାଇ ୫/୩ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବୁଧବାର ଜଣେ ମୋଟର ସାଇକେଲ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରା ଜଣକ ହେଲା କେନ୍ଦ୍ରାପଡା ସଦର ଥାନା ଜାଗୁଳାଇପଡା ଅଂଚଳର ଦିପକ ସେଠୀ (୨୨)। ପୋଲିସ ୨ଟି ମୋଟର ସାଇକେଲ ଜବତ କରିଛି। ସୂଚନା ଅନୁସାରେ ଗତ ୨୧ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ଗ୍ରାମର ସୁଶାନ୍ତ ଦାଶ ପଟ୍ଟାମୁଣ୍ଡାଇ କୋର୍ଟ କାମସାରି ଘରକୁ ଯିବା […]

ପଟ୍ଟାମୁଣ୍ଡାଇ ୫/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଫେରାର ଥିବା ଆସାମୀକୁ ବୁଧବାର ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଜଣଙ୍କ ହେଉଛନ୍ତି ପିତାମ୍ବର ମଲିକ (୫୨ )। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଗତ ୨୦୨୪ ଜାନୁଆରି ୩୦ରେ ନାବାଳିିକା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପୋଲିସ କେସ ନଂ ୩୭/୨୦୨୪ ରୁଜୁ କରି ତଦନ୍ତ […]

କେନ୍ଦ୍ରାପଡ଼ା,୫ା୩: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖୁରୁଷିଆ ଗ୍ରାମ ପଞ୍ଚାୟତର ବାନ୍ଧକୁଦ ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ରଦ୍ୱୟ ହେଉଛନ୍ତି ବାନ୍ଧକୁଦ ଗ୍ରାମର ସଞ୍ଜୟ ମହାପାତ୍ରଙ୍କ ପୁଅ ଦୁର୍ଗାପ୍ରସାଦ (୧୨) ଓ ମାନସ ମହାପାତ୍ରଙ୍କ ପୁଅ ମନୋରଞ୍ଜନ (୧୩)। ଖବର ଅନୁଯାୟୀ୨ଜଣ ଛାତ୍ର ସ୍ଥାନୀୟ ଉପ୍ରା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ଛାତ୍ରଦ୍ୱୟ ବିଦ୍ୟାଳୟରୁ ଫେରି ଘରକୁ ନଯାଇ ଗ୍ରାମରେ ହେଉଥିବା […]

ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ ସାରଥି । କେନ୍ଦ୍ରାପଡ଼ା ବାରିମୂଳ ଫେରିବାକୁ ହାଇକୋର୍ଟ ସାରଥୀଙ୍କ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି। ୨ ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି। କୋର୍ଟଙ୍କ ନିର୍ଦ୍ଦେଶନୁସାରେ, ଝବକ୍ସବଗ୍ଧଷସ ଆଶ୍ରମ ଯାଇପାରିବେନି କି ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି। ସକାଳ ସାଢ଼େ ୫ରୁ ସଂଧ୍ୟା ସାଢ଼େ ୫ ମଧ୍ୟରେ ଦେଖା କରିପାରିବେ। ଏଥିପାଇଁ […]

Breaking News

error:Content is protected !!