ସାରା ରାଜ୍ୟରେ କଂଗ୍ରେସକୁ ମଜଭୁତ କରାଯାଉଛି: ମୋକିମ

blank
କେନ୍ଦ୍ରାପଡ଼ା,୮ା୪:ସମଗ୍ର ରାଜ୍ୟରେ କଂଗ୍ରେସକୁ ସୁଦୃଢ ଓ ମଜବୁତ କରାଯାଉଛି। ଓଡ଼ିଶାରେ କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦିନକୁ ଦିନ ସଂଗଠିତ ହେବାରେ ଲାଗିଛି। କେନ୍ଦ୍ରାପଡ଼ାରେ ମଧ୍ୟ କଂଗ୍ରେସର ଲୋକପ୍ରିୟତା ଢେର ଅଧିକ ରହିଛି ବୋଲି କଂଗ୍ରେସ ନେତା ତଥା ବାରବାଟୀ- କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରାପଡ଼ା ମଙ୍ଗଳବାର କେନ୍ଦ୍ରାପଡା ଗୌରୀଶଙ୍କର ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମୋକିମ କହିଥିଲେ ଯେ ଦୀର୍ଘଦିନ ଧରି ପ୍ରଦେଶ କଂକ୍ରେସ କମିଟି ସଭାପତି ନଥିଲେ। କିନ୍ତୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ପରାମର୍ଶକ୍ରମେ ଭକ୍ତ ଦାସଙ୍କୁ ପିସିସି ସଭାପତି ଭାବେ ମନୋନୟନ କରାଯାଇଛି। ତାଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟରେ କଂଗ୍ରେସ ଶକ୍ତିଶାଳୀ ହେଉଛି। ଆଗାମୀ ଦିନରେ ଦଳ ଅଧିକରୁ ଅଧିକ ଶକ୍ତିଶାଳୀ ହେବ। କଂଗ୍ରେସର ଯେଉଁମାନେ ଆଗଧାଡିର ସୈନିକ ଅଛନ୍ତି ସେମାନେ ଏକତ୍ରିତ ହୋଇ କଂଗ୍ରେସକୁ ମଜଭୁତ କରିବାରେ ସହାୟକ ହେବେ ବୋଲି ସେ କହିଥିଲେ। ଓଡ଼ିଶାର ଜନସାଧାରଣ ଏକ ପରିବର୍ତ୍ତନ ଚାହୁଁଥିଲେ। କିନ୍ତୁ ଦୁର୍ଘଟଣାବଶତଃ ବିଜେପି ଓଡ଼ିଶାରେ ଶାସନ କ୍ଷମତାକୁ ଆସିଛି। ସାରା ଓଡ଼ିଶା ଭ୍ରମଣ କରିବା ପରେ କଂଗ୍ରେସର ସ୍ଥିତି ଅଧିକ ମଜଭୁତ ହୋଇଛି। ଆଗାମୀ ଦିନରେ କଂଗ୍ରେସ ଅଧିକ ମଜଭୁତ ହେବ ବୋଲି ସେ କହିଥିଲେ। ଏଥିସହ ମୋକିମ ବିଜେଡିକୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଲେ ବିଜୁ ଜନତାଦଳ ଭାରତୀୟ ଜନତା ପାର୍ଟିକୁ ଆଜି ପର୍ଯ୍ୟନ୍ତ ଛାଡି ପାରିନାହିଁ। ପୂର୍ବରୁ ବିଜେଡି ସମଦୂରତା ରକ୍ଷା କରିବା କଥା ଯାହା କହୁଥିଲା ତାହା ସଂପୂର୍ଣ୍ଣ ମିଛ ଥିଲା। ସେହିପରି ବିଜେଡି ଧର୍ମ ନିରପେକ୍ଷତା ଉପରେ ବିଶ୍ୱାସ ରଖେ ବୋଲି ଯାହା ଭାଷଣ ଦେଉଥିଲା ତାହା ସମ୍ପୂର୍ଣ୍ଣ ଭାବେ ଭୁଲ ଥିଲା। କାରଣ ୱାକଫ ବିଲ ବିରୋଧରେ କେତେକ ବିଜେଡି ସାଂସଦ ଭୋଟ ଦେଇଛନ୍ତି। ତେଣୁ ବିଜୁ ଜନତା ଦଳ କେବେ ହେଲେ ଧର୍ମନିରପେକ୍ଷ ଦଳ ନୁହେଁ ବୋଲି ସେ କହିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ କଂଗ୍ରେସକୁ ମଜଭୁତ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ ଚାଲିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରତିଫଳନ ନିଶ୍ଚିତ ହେବ। ବୈଠକରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ,ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, କଂଗ୍ରେସ ନେତା ସଞ୍ଜୟ ରାଉତ, ରାଜନଗରର କଂଗ୍ରେସ ନେତା ଅଶୋକ ପ୍ରତିହାରୀ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ବିଧୁଭୂଷଣ ମହାପାତ୍ର, ଜୟଦେବ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Next Post

ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ପ୍ରତିଭା ସମ୍ବର୍ଦ୍ଧନା-୨୦୨୫ ସମାରୋହ

Tue Apr 8 , 2025
କେନ୍ଦ୍ରାପଡା,୮ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସୁପୁର ସ୍ଥିତ ମା’ ବାସନ୍ତୀ ଦୁର୍ଗା ପୂଜା ପ୍ରାଙ୍ଗଣରେ ସୋମବାର ସନ୍ଧ୍ୟାରେ “ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ’,ର ୧୮ତମ ବାର୍ଷିକ ଉତ୍ସବ ଓ ପୂଜ୍ୟପୂଜା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହକୁ ଟ୍ରଷ୍ଟର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ହିମାଂଶୁ ଭୂଷଣ ପରଡା ସଂଯୋଜନା ଓ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading