ତରାଣ୍ଡୋ ଉଚ୍ଚ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ତାଲିମ୍ ଶିବିର

blank
କେନ୍ଦ୍ରାପଡା,୧୯ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ଅଗ୍ନି ନିରାପତ୍ତା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ଅଗ୍ନିଶମ ବିଭାଗର ଅଧିକାରୀ ଶଶିଶେଖର ପଣ୍ଡା, ତନୋଜ କୁମାର ନନ୍ଦୀ, ନିରାକାର ତ୍ରିପାଠୀ ଯୋଗଦେଇ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ନିଆଁ ଲାଗିଲେ ତାହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ସମ୍ପର୍କରେ ତାଲିମ୍ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷକମାନେ ଅଗ୍‌ନି ଲାଗିଲେ କିପରି ଦମନ କରିବେ ତାହା ଅଭିନୟ ଅଭ୍ୟାସ ମାଧ୍ୟମରେ ତାଲିମ୍ ନେଇଥିଲେ । ଏହି ତାଲିମ୍ ଶିବିରରେ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ଦାଶ, ସହକାରୀ ଶିକ୍ଷକ ରବୀନ୍ଦ୍ର କୁମାର ସ୍ୱାଇଁ, ଗୌରାଙ୍ଗ ଚରଣ ରାଉତ, ସନ୍ଧ୍ୟା କାନୁନ୍‌ଗୋ, ପ୍ରଭାସିନୀ ସାହୁ, ଚକ୍ରଧର ସାମନ୍ତରାୟ, ମାନସ ରଞ୍ଜନ ମୁଦ୍ରା, ସୋଲେହା ବେଗମ୍‌, ସୁଶ୍ରୀ ସଙ୍ଗୀତା ବେହେରା, ନିରୋଜ ନଳିନୀ ମହାନ୍ତି, ସିମାଦ୍ରୀ ନାୟକ, ମାନସ ରଞ୍ଜନ ସାହୁ, ମଧୁସ୍ମିତା ବେହେରା, ମନୋଜ କୁମାର ମଲ୍ଲିକଙ୍କ ସମେତ ବହୁ ଅଭିଭାବକ ମଧ୍ୟ ଉପସ୍ଥିତ ଥିଲେ ।

Next Post

ନୂତନ ରାସନ କାର୍ଡ ପ୍ରସ୍ତୁତି ନିମନ୍ତେ ଇ-କେୱାଇସି ଯାଞ୍ଚ ଜରୁରୀ

Sun Apr 20 , 2025
କେନ୍ଦ୍ରାପଡ଼ା,୨୦ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ ପ୍ରସ୍ତୁତ କରାଯାଉଛି । ଏହି ପରିପ୍ରେକ୍ଷୀରେ ନୂତନ ରାସନ କାର୍ଡ ପ୍ରସ୍ତୁତି ନିମନ୍ତେ ପରିବାରର ସମସ୍ତ ସଦସ୍ୟଙ୍କ ଇ-କେୱାଇସି ଯାଞ୍ଚ ନିହାତି ଜରୁରୀ ଅଟେ । ଏଣୁ ଜିଲ୍ଲାର ସମସ୍ତ ଆବେଦନକାରୀ ନିଜ ବ୍ଲକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading