ଗୁଲନଗରରେ ମା’ ନାରାୟଣୀ ମନ୍ଦିରର ଦଧିକଳସ ସ୍ଥାପନ

blank
କେନ୍ଦ୍ରାପଡା,୧୭ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ଆରାଧ୍ୟ ଦେବତା ମା’ ନାରାୟଣୀ(ଥାନପତି) ନୂତନ ମନ୍ଦିରର ଗୁରୁବାର ଦିନ ରତ୍ନମୁଦ ଦଧିକଳସ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ଗୁଲନଗର ପଞ୍ଚାୟତର ଶତାଧିକ ଗ୍ରାମବାସୀ ଶୁଳ୍କ, ଧାନ, ସ୍ୱର୍ଣ୍ଣ, ରୌପ୍ୟ, ତମ୍ବା ଇତ୍ୟାଦି ଅଷ୍ଟଧାତୁ ଓ ଧାତବ ମୁଦ୍ରା ଦାନ ଦେଇଥିଲେ । ଏହାକୁ ଆଜି ସମସ୍ତ ବିଧି ଅନୁସାରେ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯିବା ପରେ କଳସରେ ଦାନ କରାଯାଇଥିବା ସମସ୍ତ ଧାନ ଓ ଅଷ୍ଟଧାତୁ ଭର୍ତ୍ତି କରାଯାଇ କଳସ ସ୍ଥାପନ କରାଯାଇଥିଲା । ଗୁଲନଗର ସରପଞ୍ଚ ସନ୍ଧ୍ୟାରାଣୀ ସାହୁ ଓ କରୁଣାକର ସାହୁ କର୍ତ୍ତା ଭାବେ ଯୋଗଦେଇ ଏହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ସୁଚନାଯୋଗ୍ୟ ଯେ ଏହି ମନ୍ଦିରଟି ବହୁ ପୁରାତନ ହୋଇଥିବାରୁ ଏହି ସ୍ଥାନରେ ନୂତନ ମନ୍ଦିର ସ୍ଥାପନ କରାଯାଉଛି । ଏହି ଉତ୍ସବକୁ ପଞ୍ଚାୟତର ସମସ୍ତ ପଞ୍ଚାୟତବାସୀ ସହଯୋଗ କରିବା ସହିତ ମା’ଙ୍କ କୃପାଲାଭ କରିଥିଲେ ।

Next Post

ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

Thu Apr 17 , 2025
କେନ୍ଦ୍ରାପଡ଼ା,୧୭ା୪: ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ କୁମାର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରଜ ବିଶ୍ୱାଳ, ଜାତୀୟ ରାଜପଥର ଅମିତ କୁମାର ରାଉତ, ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ରାସ୍ତା ଓ କୋଠାବାଡି ବିଭାଗ-୧ର ସହକାରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading