କେନ୍ଦ୍ରାପଡ଼ା,୨୬ା୩:ପାନୀୟଜଳ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ବ୍ଲକରେ ଗୁରୁବାର ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। କେନ୍ଦ୍ରାପଡା ବ୍ଲକରେ ସାମାଜିକ ସମୀକ୍ଷା ବୈଠକ ଚାଲିଥିବା ବେଳେ ବିଡ଼ିଓ ଅଭିଷେକ ସ୍ୱାଇଁ ଓ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ମହିଳାମାନେ ପାନୀୟ ଜଳ ସମସ୍ୟା ନେଇ ଘେରାଉ କରି ପ୍ରତିବାଦ କରିଥିଲେ। ବ୍ଲକ୍‌ର ଉନ୍ନତିମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ଗ୍ରାମାଞ୍ଚଳର ମୁଖ୍ୟ ସମସ୍ୟା ପ୍ରତି ପ୍ରଶାସନର ଆଗ୍ରହ ନଥିବା ସେମାନେ ଅଭିଯୋଗ […]

ପଟ୍ଟାମୁଣ୍ଡାଇ ତା ୨୬/୩-ନୂଆଦିଲ୍ଲୀ ସର୍ବଭାରତୀୟ ପେନସନର୍ସ ଆସୋସିଏସନ ଆହ୍ୱାନରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ମାରଣ ନୀତି ବିରୋଧରେ ରାଜ୍ୟ ବ୍ୟାପି ଆନ୍ଦୋଳନ ଚାଲିଛି ।  ଏହି କ୍ରମରେ ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀ ବିରୋଧୀ ଆଇନ ଭାଲିଡେସନ ଆକ୍ଟ ୨୦୨୫ କଳା ଆଇନ ପ୍ରତ୍ୟାହାର ଓ ପେନସନ ରୁଲ ଅପରିବର୍ତ୍ତିତ ରଖିବା ଦାବୀ ନେଇ ଅବସରପ୍ରାପ୍ତ କର୍ମଚାରୀମାନେ ଶୋଭାଯାତ୍ରାରେ ବାହାରି […]

ପଟ୍ଟାମୁଣ୍ଡାଇ ୨୬/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅଧିନ ଗୁଣୁପୁର କଳିଙ୍ଗାଘାଟ ନଦୀ ପଠାରୁ ମଣିଷ ଖପୁରୀ ଓ ହାଡ଼ ମିଳିବା ଘଟଣା ସାମ୍ନାକୁ ଆସିଛି। ଖବର ପାଇ ଗ୍ରାମଂଚଳ ଥାନା ପୋଲିସ କଙ୍କାଳ ଜବତ କରି ଏକ ହତ୍ୟା ମାମଲା ୧୭୪/୨୦୨୬ ରୁଜୁ କରି ଖପୁରୀ ହାଡ କଟକ ଫୋରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜିକୁ ପଠାଯାଇଛି ବେଲି ଆଇଆଇସି ଶ୍ରୀକାନ୍ତ ବାରିକ ପ୍ରକାଶ କରିଛନ୍ତି । ସ୍ଥାନୀୟ […]

କେନ୍ଦ୍ରାପଡ଼ା,୨୫/୩: ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ଫାଇନାନସିଆଲ ଭାଲିଡେସନ ଆକ୍ଟ-୨୦୨୫ ବିରୁଦ୍ଧରେ ଏକ ସ୍ମାରକ ପତ୍ର ସଂଘର ସଭାପତି ଡ଼ ଉପେନ୍ଦ୍ର ନାଥ ପ୍ରଧାନ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଅଛି ।ଏହି ଆକ୍ଟ ପେନ୍‌ସନ୍‌ ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୂଣ୍ଣ କରୁଛି ବୋଲି ସଂଘ ପକ୍ଷରୁ କହାଯାଛି। ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରି ସାରା ଭାରତ ବର୍ଷର […]

କେନ୍ଦ୍ରାପଡ଼ା,୨୫/୩: ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ଫାଇନାନସିଆଲ ଭାଲିଡେସନ ଆକ୍ଟ-୨୦୨୫ ବିରୁଦ୍ଧରେ ଏକ ସ୍ମାରକ ପତ୍ର ସଂଘର ସଭାପତି ଡ଼ ଉପେନ୍ଦ୍ର ନାଥ ପ୍ରଧାନ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଅଛି । ପ୍ରଥମେ ସଂଘର ଉପଦେଷ୍ଟା ଅଜୟ ସାମଲ, ଉପସଭାପତି ଡ଼ ଦିଲ୍ଲୀପ କୁମାର ମିଶ୍ର ଓ ଅନ୍ୟମାନେ ଭାରତ ସରକାରଙ୍କ ଅଗଣତାନ୍ତ୍ରିକ ଓ ଅବସରପ୍ରାପ୍ତ କର୍ମଚାରୀ ପେନ୍‌ସନ ବିରୋଧୀ ଆକ୍ଟ […]

ପଟ୍ଟାମୁଣ୍ଡାଇ ୨୫/୩- ଓଡିଶାର ବିଶିଷ୍ଟ କବି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସନାତନ ବେହୁରାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୭ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲରେ ଶିକ୍ଷକତା କରି ଦେଶ ବିଦେଶରେ ପ୍ରତିଷ୍ଠିତ ବହୁ ସଫଳ ଛାତ୍ର ସୃଷ୍ଟି କରିଛନ୍ତି । ରାଜନଗର ଥାନା ଫିରିକିଦାଣ୍ଡି ତାଙ୍କର ଜନ୍ମଭୂମି ଥିବାବେଳେ ପଟ୍ଟାମୁଣ୍ଡାଇ ପ୍ରହରାଜ ତାଙ୍କର କର୍ମଭୂମି ଥିଲା । ସରକାରୀ […]

କେନ୍ଦ୍ରାପଡ଼ା,୨୫ା୩:କେନ୍ଦ୍ରାପଡା ପୌରାଳିକା ଦୃଷ୍ଟିବାଧିତ ବିଦ୍ୟାଳୟରେ ମାଗଣା ଚିକିତ୍ସା ଶିବିର ଆୟୋଜିତହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ ଏହାକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ବିଶିଷ୍ଟ ସମାଜସେବୀ ସମୀର କୁମାର ଚାନ୍ଦ ଯୋଗଦେଇ ଏହାର ଭୂୟସୀ ପ୍ରଶଂସା କରି ଏହା ଦୃଷ୍ଟି ବାଧିତ ପିଲାମାନଙ୍କୁ ଯଥେଷ୍ଟ ସହାୟକ ହେବ ବୋଲି କହିଥିଲେ। ସହରାଞ୍ଚଳ ପ୍ରାଥମିକ […]

କେନ୍ଦ୍ରାପଡ଼ା,୨୫ା୩:କେନ୍ଦ୍ରାପଡା ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟରେ ତିନି ବର୍ଷ ଧରି ନିରନ୍ତର ସେବା ଯୋଗାଇ ଆସୁଥିବା ଶାରୀରିକ ଶିକ୍ଷା ଶିକ୍ଷକ ଭରତ କୁମାର ସାହୁଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ ଭାବ ବିହୋଳ ସମ୍ବର୍ଦ୍ଧନା ଦିଆଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱପ୍ନାଶୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସମୀର […]

କେନ୍ଦ୍ରାପଡ଼ା,୨୫ା୩:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର- ପାରାଚକ ଗ୍ରାମରେ ମା’ ବାସନ୍ତୀକ ଦୁର୍ଗାଦେବୀଙ୍କ ୭୪ତମ ବାର୍ଷିକ ପୂଜା ଉତ୍ସବ ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ଷଷ୍ଠାଧିକଳ୍ପାରମ୍ଭ, ବିଲ୍ୱାଧିବାସ ଓ ଦେବୀ ଆମନ୍ତ୍ରଣ କରାଯାଇଥିଲା। ଏହି ଉପଲକ୍ଷେ ସପ୍ତମୀ ତିଥିରେ ବିଲ ବଳରାମପୁର ଲୁଣାନଦୀ ଘାଟରୁ ଜଗନ୍ନାଥପୁର, ପାରାଚକ ଓ ଆଖପାଖ ଗ୍ରାମର ମା’ଓ ଭଉଣୀମାନେ ୧୭୨ଟି କଳସୀରେ ଜଳଆଣି ଏକ ଶୁଶୋଭିତ ଶୋଭାଯାତ୍ରାରେ ମା’ବାସନ୍ତୀକ […]

କେନ୍ଦ୍ରାପଡ଼ା,୨୪ା୩:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଆଜି ସୁଭଦ୍ରା ଶକ୍ତି ମେଳା, କୃଷି ଯନ୍ତ୍ରପାତି ମେଳା ଓ ମତ୍ସ୍ୟ ସମ୍ପଦ ମେଳା ଭବ୍ୟ ଭାବେ ଉଦଘାଟିତ ହୋଇଛି।ଜିଲ୍ଲାପରିଷଦ ଅଧ୍ୟକ୍ଷା ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, “ମହିଳା ସଶକ୍ତ ହେଲେ ପରିବାରର ଉନ୍ନତି ହେବ, ପରିବାର ଉନ୍ନତି ହେଲେ ଜିଲ୍ଲାର ଉନ୍ନତି, ତଥା ରାଜ୍ୟ ଓ ଦେଶର […]

Breaking News