
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ରାଜନଗର ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫୦ ଲିଟର ମଦ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଟ୍ଟାମୁଣ୍ଡାଇ ଅବକାରୀ ନିରିକ୍ଷକ ପଦ୍ମଲୋଚନ ନାୟକ, ଉପ ନିରିକ୍ଷକ ଛାୟାକାନ୍ତ ନାୟକ ଏବଂ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣର ସମସ୍ତ କର୍ମଚାରୀ ସାମିଲରେ କୁରୁଂଟି ଗ୍ରାମର ପ୍ରଦୀପ କୁମାର ନରେନ୍ଦ୍ରଙ୍କ ଠାରୁ ୩.୭୮ ଲିଟର ବିଦେଶୀମଦ, ରାଜନଗର ଗ୍ରାମର ସୁଶାନ୍ତ ମଳିକଙ୍କ ଠାରୁ ୩.୬ ଲିଟର ବିଦେଶୀ ମଦ, ଶୀଳପୋଖରୀ ଗ୍ରାମର ଲକ୍ଷ୍ମୀବାଳା ମଣ୍ଡଳଙ୍କ ଠାରୁ ୫.୮୫ ଲିଟର ବିଦେଶୀ ମଦ, ବଡନାଉକଣା ଗ୍ରାମର ଶରତ ଚନ୍ଦ୍ର ମହାନ୍ତିଙ୍କ ଠାରୁ ୩୭ଲିଟର ବିଦେଶୀ ମଦ ଜବତ କରିବା ସହ ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ମଣ୍ଡଳ କହିଛନ୍ତି ।
