ରାଜସ୍ୱ ଅମଲା ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସମୂହ ଛୁଟିରେ

blank
କେନ୍ଦ୍ରାପଡ଼ା,୧୧ା୮:ଓଡିଶା ରାଜସ୍ୱ ଅମଲା ସଙ୍ଘର ଡାକରାରେ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କର୍ମଚାରୀମାନେ ସମୂହ ଛୁଟିରେ ଯିବା ସହ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି। ସଙ୍ଘ ପକ୍ଷରୁ କୁହାଯାଇଛି ଯେ ବହୁ ପ୍ରତୀକ୍ଷିତ ଦଶ ଦଫା ଦାବି ପୁରଣ କରିବାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ସଂଘର ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରାଜସ୍ୱ ଅମଲାମାନେ ସମୂହ ଛୁଟିରେ ରହିବା ପରିପେକ୍ଷିରେ ସୋମବାର କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ମଧ୍ୟ ସମୂହ ଛୁଟିରେ ଅଛନ୍ତି। ପ୍ରକାଶ ଥାଉକି ଗତ ୮ ତାରିଖ ଦିନ ରାଜସ୍ୱ ଅମଲାମାନେ ନିଜ ନିଜ ଅଧିକାରୀଙ୍କୁ ସମୁହ ଛୁଟି ଦରଖାସ୍ତ ପ୍ରଦାନ କରିଥିଲେ। ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଦାବି ପୂରଣ କରି ବିଜ୍ଞପ୍ତି ପ୍ରକାଶ ନକରିବେ ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା ସଭାପତି ସୁକାନ୍ତ କୁମାର ଜେନା, ସମ୍ପାଦକ ଶୈଳେନ୍ଦ୍ର ନାରାୟଣ ପଧାନ ପ୍ରମୁଖ ସୂଚନାଦେଇ କହିଛନ୍ତି। ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର ୧୦ ଦଫା ଦାବି ପୂରଣ କରିବା ନିମିତ୍ତ ରାଜ୍ୟ ସରକାରଙ୍କୁ ବାରମ୍ବାର ନିବେଦନ କରାଯାଇଥିଲା। ରାଜ୍ୟ ସରକାର ଗତ ଜୁଲାଇ ୯ ତାରିଖରେ ପ୍ରାୟ ଅଢ଼େଇ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ପର୍ର୍ଯ୍ୟନ୍ତ ରାଜସ୍ୱ ଅମଲା ସଂଘର ଶୀର୍ଷ ନେତୃବୃନ୍ଦଙ୍କ ସହିତ ଆଲୋଚନା କରି ଅତିଶୀଘ୍ର ଅର୍ଥାତ୍ ୭ ରୁ ୧୫ ଦିନ ଭିତରେ ଦାବିଗୁଡିକୁ ପୂରଣ ହେବ ବୋଲି ପ୍ରତିଶୃତି ଦେଇଥିଲେ। ଫଳ ସ୍ୱରୂପ ୧୪ ଜୁଲାଇରେ ରାଜସ୍ୱ ଅମଲାମାନଙ୍କ ପକ୍ଷରୁ ହେବାକୁ ଥିବା ରାଜ୍ୟବ୍ୟାପୀ ପ୍ରସ୍ତାବିତ ଆନ୍ଦୋଳନ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ରାଜ୍ୟ ସଂଘ ନିଷ୍ପତ୍ତି ନେଇଥିଲା। କିନ୍ତୁ ଅଗଷ୍ଟ ୧୦ ତାରିଖ ସୁଦ୍ଧା ରାଜ୍ୟ ସରକାର ରାଜସ୍ୱ ଅମଲା ମାନଙ୍କର ଦାବିଗୁଡିକୁ ପୂରଣ କରିବା ତ ଦୂରର କଥା ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ସେମାନଙ୍କୁ ପ୍ରବଳ ଆଘାତ ଦେବା ଭଳି ରାଜସ୍ୱ ସେବା ପଦ୍ଧତିରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପଦୋନ୍ନତିକୁ ୪୦ପ୍ରତିଶତରୁ ୩୩ ପ୍ରତିଶତ କରିବା ସହ ଲେବେଲ-୯ ରେ ଜଣେ ଜିଲ୍ଲା ସ୍ତରୀୟ ରାଜସ୍ୱ କର୍ମଚାରୀ ୬ ବର୍ଷ ଦରମା ପାଇଲେ ଯୋଗ୍ୟ ହେବ ବୋଲି ନିର୍ଦ୍ଦେଶାନାମା ଜାରି କରିଥିଲେ। ଯାହା ଫଳରେ ସମସ୍ତ ରାଜସ୍ୱ ଅମଲାମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରକାଶ ଥାଉକି ଜିଲ୍ଲା ସ୍ତରୀୟ ରାଜସ୍ୱ ଅମଲା ମାନଙ୍କ ପଦବୀ ପୁନର୍ଗଠନ ଆଳରେ ବର୍ଷ ବର୍ଷ ଧରି ସାଧାରଣ ପଦୋନ୍ନତିକୁ ଅଟକାଇ ରଖାଯିବା ଫଳରେ ସେମାନଙ୍କ ମଧ୍ୟରୁ ଅନେକ ପଦନ୍ନୋତି ପୂର୍ବରୁ ଅବସର ଗ୍ରହଣ କରିସାରିଛନ୍ତି। ସେମାନେ ନିଜର ନାର୍ଯ୍ୟ ପ୍ରାପ୍ୟରୁ ସବୁଦିନ ପାଇଁ ବଞ୍ଚିତ ହୋଇଗଲେ। ଜିଲ୍ଲା ସ୍ତରୀୟ ରାଜସ୍ୱ ଅମଲାମାନେ ଦକ୍ଷତାର ସହ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଜନହିତକର ଯୋଜନା ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ସିମୀତ ସମୟ ସୀମାରେ ତାଙ୍କର କାର୍ଯ୍ୟଗୁଡ଼ିକୁ କରି ଯୋଗାଇ ଦେଇ ଆସୁଥିଲେ ମଧ୍ୟ ସରକାର ସେମାନଙ୍କୁ ଅଣଦେଖା କରି ଆସୁଛନ୍ତି। ସେମାନଙ୍କର ଦାବି ଗୁଡିକ ମଧ୍ୟରେ ପ୍ରମୁଖ ଦାବିଗୁଡିକ ହେଲା, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ମୂଳ ଦରମା ଓଆରଏସପି-୨୦୧୭ ନିୟମ ଅନୁଯାଇ ଲେବେଲ୍‌- ୯ କୁ ବୃଦ୍ଧି କରାଇବା, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ସଂକଳ୍ପ ପତ୍ର ସଂଖ୍ୟା – ୮୮୯୮ ତା ୧୫/୩/୨୪ରିଖ ଅନୁଯାୟୀ ତଥା ସମସ୍ତ ୩୦ ଗୋଟି ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯିବା, ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବା ଓ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି।

Next Post

ଓଡିଶା ଲୋକଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Mon Aug 11 , 2025
କେନ୍ଦ୍ରାପଡ଼ା,୧୧ା୮:ଓଡିଶା ଲୋକଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିସବୁ ଦାବି ଗୁଡିକ ମଧ୍ୟରେ କେନ୍ଦ୍ରାପଡାରୁ ଭୁବନେଶ୍ୱରକୁ ସକାଳ ଓ ସନ୍ଧ୍ୟାରେ ଦୁଇଟି ଯାତ୍ରୀବାହୀ ରେଳ ଚଳାଚଳ କରାଯିବା, ବତୀଘର ଓ ଜମ୍ବୁଦୀପକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବା, ନଦୀଭିତ୍ତିକ ବନ୍ଦର ନିର୍ମାଣ ଯୋଜନାରେ କେନ୍ଦ୍ରାପଡା ଜିଲ୍ଲାର ନଦୀମୁହାଣ ଗୁଡିକ ସାମିଲ କରାଯିବା, ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମଗୁଡିକରେ ପାଇପ ଯୋଗେ ପାନୀୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading