ଅସରାଏ ବର୍ଷାରେ ଶ୍ରମ କାର୍ଯ୍ୟାଳୟ ପରିସରରେ ଆଣ୍ଠୁଏ କାଦୁଅ

blank
କେନ୍ଦ୍ରାପଡ଼ା,୨୨ା୪: ଅସରାଏ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ୟାଳୟ ପରିସରରେ ଆଣ୍ଠୁଏ କାଦୁଅ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ଶ୍ରମିକ ଓ କର୍ମଚାରୀମାନେ ଯିବା ଆସିବାରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ବର୍ଷା ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କେତେକ ଶ୍ରମିକ ନେତା କହିଛନ୍ତି। ସେହିପରି ଏହା ପରିସରକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶ୍ରମିକମାନେ ମଧ୍ୟ ହଇରାଣ ହରକତ ହେଉଥିବା ପ୍ରକାଶ କରିଛନ୍ତି। କେବଳ ଶ୍ରମିକ ନୁହଁନ୍ତି ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ହଇରାଣ ହରକତ ହେଉଥିବା ପ୍ରକାଶ କରିଛନ୍ତି। ଶ୍ରମିକ ନେତା ଫକୀର ଚରଣ ଖଟୁଆ କହିଛନ୍ତି ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଛି। ଶ୍ରମ କାର୍ଯ୍ୟାଳୟକୁ ଲାଗି ରହିଛି ଚକବନ୍ଦୀ କାର୍ଯ୍ୟାଳୟ। ତେଣୁ ପ୍ରତିଦିନ ଶତାଧିକ ଲୋକ ଓ କର୍ମଚାରୀ ଏହି ସ୍ଥାନକୁ ଯିବା ଆସିବା କରୁଛନ୍ତି। ଏହି ରାସ୍ତା ପୂର୍ବରୁ ଖାଲଖମା ଥିଲା। ବହୁ ଦାବି ପରେ ରାସ୍ତାର କିଛି ଅଂଶ ପେଭର ବ୍ଲକ ପଡିଛି। କିନ୍ତୁ ରାସ୍ତାର ଅବଶିଷ୍ଟ ଅଂଶ ମାଟି କାଦୁଅରେ ଭରପୁର ରହିଛି। ତେଣୁ ଅସମ୍ପୂର୍ଣ୍ଣ ରାସ୍ତାକୁ ସଂପୂର୍ଣ୍ଣ କରାଯାଉ। ଏଥିସହ ଶ୍ରମ କାର୍ଯ୍ୟାଳୟ ଓ ଚକବନ୍ଦୀ କାର୍ଯ୍ୟାଳୟ ପରିସରକୁ ପକ୍କା କରାଯାଉ। ଫଳରେ ସାଧାରଣ ଲୋକ, ଅଧିକାରୀ, କର୍ମଚାରୀ ଓ ଶ୍ରମିକମାନେ କାର୍ଯ୍ୟାଳୟକୁ ସୁବିଧାରେ ଯିବା ଆସିବା କରିପାରିବେ। ପ୍ରଭାଗୀୟ ଶ୍ରମ ସଂସ୍ଥାପକ ଶ୍ରୀ ମହାନ୍ତିଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କହିଲେ ଯେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଖୁବଶୀଘ୍ର ଏହାର ପ୍ରତିକାର କରାଯିବ ବୋଲି ଆଶ୍ୱାସନା ମିଳିଛି।

Next Post

ମୌସୁମୀ ଅଧିବେଶନରେ କେନ୍ଦ୍ରାପଡା ଜିଲ୍ଲା ପାଇଁ ମେଡିକାଲ କଲେଜ ଘୋଷଣା କର - ମିଳିତ କ୍ରିୟାନୁଷ୍ଠାନ କମିଟି

Tue Apr 22 , 2025
ଗଣଧାରଣରେ ଜିଲ୍ଲାବାସୀଙ୍କ ଦାବି ମୁଖ୍ୟମନ୍ତ୍ରୀ ଲିଖିତ ପ୍ରତିଶୃତି ଦିଅନ୍ତୁ କେନ୍ଦ୍ରାପଡ଼ା, ୨୨ା୪: ମେଡିକାଲ କଲେଜ ପ୍ରତିଷ୍ଠା କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ପାଇଁ କେବଳ ଦାବି ନୁହେଁ। ଏହା ଜିଲ୍ଲାର ସ୍ୱାଭିମାନ ଓ ସମ୍ମାନର ପ୍ରଶ୍ନ ହେଇ ଯାଇଛି। ରାଜ୍ୟରେ ତିନୋଟିି ମେଡିକାଲ କଲେଜ ଥିଲାବେଳେ କେନ୍ଦ୍ରାପଡା ଜିଲ୍ଲାବାସୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ପୂର୍ବ ସରକାର ଠାରୁ ଏବର ସରକାର ପର୍ଯ୍ୟନ୍ତ ସତରଟି ମେଡିକାଲ କଲେଜ ଘୋଷଣା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading