
କେନ୍ଦ୍ରାପଡ଼ା,୧୭ା୬ : ଭାରତୀୟ ଡାକସେବା ପକ୍ଷରୁ ଖୋଲାଯାଇଥିବା ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ପକ୍ଷରୁ ଜନୈକ ଦୂର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଦୂର୍ଘଟଣା ବୀମା ରାଶି ବାବଦକୁ ଏକଲକ୍ଷ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ପୈାରାଞ୍ଚଳ ଅଧିନ ଚକଡାବାରଙ୍ଗ ଗ୍ରାମର ଅଧିବାସୀ ଭାବଗ୍ରାହୀ ପତି ଏହି ଅର୍ଥ କେନ୍ଦ୍ରାପଡା ମୁଖ୍ୟ ଡାକଘରସ୍ଥିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଶାଖାରୁ ଗ୍ରହଣ କରିଛନ୍ତି। କେନ୍ଦ୍ରାପଡା ଡାକ ମଣ୍ଡଳର ଅଧୀକ୍ଷକ ରଞ୍ଜନ କୁମାର ସାହୁ ଏହି ଅର୍ଥ ଶ୍ରୀ ପତିଙ୍କୁ ପ୍ରଦାନ କରିଥିବା ବେଳେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କର ଶାଖା ପରିଚାଳକ ଦୂର୍ଗାମାଧବ ପରିଡା ଓ ଟାଟା ଏଆଇଜି ବୀମା କମ୍ପାନୀର ଦେବଶ୍ରୀ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ପତି ଏକ ଦୂର୍ଘଟଣାର ଶିକାର ହୋଇ କଟକସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ସେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ କେନ୍ଦ୍ରାପଡା ଶାଖାରେ ଦୂର୍ଘଟଣା ବୀମା ବାବଦକୁ ବାର୍ଷିକ ୬୯୯ଟଙ୍କା ପୈଠ କରୁଥିଲେ। ଏହି ଅବସରରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ପରିଡା କହିଛନ୍ତି ଯେ ୧୮ବର୍ଷରୁ ୬୫ବର୍ଷ ବୟସର ବ୍ୟକ୍ତି ବାର୍ଷିକ ୩୩୯ଟଙ୍କା ଦେଇ ୫ଲକ୍ଷ ଟଙ୍କା ଓ ବାର୍ଷିକ ୬୯୯ଟଙ୍କା ଦେଇ ୧୦ଲକ୍ଷ ଟଙ୍କାର ବୀମା ନିକଟସ୍ଥ ଡାକଘରେ କରିପାରିବେ।
