ପଟ୍ଟାମୁଣ୍ଡାଇରେ ଏଆଇସିସିଟିୟୁ, ସିପିଆଇଏମଏଲ, ଜୀବନବୀମା ଓ ଡାକ କର୍ମଚାରୀଙ୍କ ଭାରତବନ୍ଦ ହରତାଳ

blank
ପଟ୍ଟାମୁଣ୍ଡାଇ ୯/୭ -ଭାରତର ବିଭିନ୍ନ ବାମପନ୍ଥୀ ଦଳ ଶ୍ରମିକ ସଂଗଠନ ଆହ୍ୱାନରେ ଆଜି ପଟ୍ଟାମୁଣ୍ଡାଇର ଗ୍ରାମାଂଚଳ ଠାରୁ ସହରାଂଚଳରେ ଭାରତ ବନ୍ଦ ହରତାଳ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ପଟ୍ଟାମୁଣ୍ଡାଇ ଠାରେ ଏଆଇସିସିଟିୟୁ ଓ ସିପିଆଇଏମଏଲ ପକ୍ଷରୁ ମିଳିତ ଭାରତବନ୍ଦ ପରିପ୍ରେକ୍ଷୀରେ ଶୋଭାଯାତ୍ରା, ରାସ୍ତାରୋକ ଆଦି ହରତାଳ କରାଯାଇଥିଲା । ଶ୍ରମିକ ସଂଗଠନ ଜିଲ୍ଲା ସମ୍ପାଦକ ବସନ୍ତ ମଲିକ ଓ ସିପିଆଇଏମଏଲ ନେତା ସଂଜୀବ ରାଉତଙ୍କ ନେତୃତ୍ୱରେ ପ୍ରକାଶ ମଲିକ, ସୁବାଷ ସୂତାର, ବଂଶୀଧର ମଲିକ, ବିଜୟ ରାଉତ, ବାବୁଲା ରାଉତ, ଅଭିଷେକ ରାଉତ ରତିକାନ୍ତ ରାଉତ,ଶଶିକାନ୍ତ ରାଉତ ସୁଧୀର ମଲିକ ସ୍ମୃତିକାନ୍ତ ରାଉତ ପ୍ରମୁଖ ଉଭୟ ସଂଗଠନର କର୍ମୀମାନେ କେନ୍ଦ୍ର ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ପଟ୍ଟାମୁଣ୍ଡାଇ ମହାବୀର ବଜାର ଠାରୁ ଏକ ଶୋଭାଯାତ୍ରାରେ ବାହାରି ବାଇପାସ ଛକ ଠାରେ ରାସ୍ତାରୋକ କରି ଯାନବାହନ ଅଟକାଇବା ସହିତ ଭାରତ ବନ୍ଦ ସଫଳ କରିବାକୁ ନିବେଦନ କରିଥିଲେ । ସେହିପରି ଅଣ୍ଢରା, ଅମୃତମଣୋହି ଓ ବଲୁରିଆ ଠାରେ ସିପିଆଇଏମଏଲ ନେତା ସଂଜୀବ ରାଉତ ଓ ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱରେ ଭାରତ ବନ୍ଦ ହରତାଳ କରାଯାଇଥିଲା । ସେହିପରି ପଟ୍ଟାମୁଣ୍ଡାଇ ଜୀବନବୀମା କର୍ମଚାରୀ ସଂଘ ପକ୍ଷରୁ ଶ୍ରମ କୋଡ଼ ଉଛେଦ, ପୁରୁଣା ପେନସନ ଲାଗୁ,ଜୀବନବୀମା ଘରୋଇକରଣ ବାତିଲ, ଜୀବନବୀମାରେ ନିଯୁକ୍ତି ଓ ପବ୍ଲିକ ସେକ୍ଟରକୁ ଶକ୍ତିଶାଳୀ କରିବା ଆଦି ବିଭିନ୍ନ ଦାବୀ ନେଇ ପଟ୍ଟାମୁଣ୍ଡାଇ ଜୀବନବୀମା କର୍ମଚାରୀ ସଂଘ ସଭାପତି ଅଭିମନ୍ୟୁ ଦାସ, ସମ୍ପାଦକ ସନ୍ତୋଷ ବେହେରା ଓ କୋଷାଧକ୍ଷ ସ୍ମୃତି ରଞ୍ଜନ ସାହୁଙ୍କ ନେତୃତ୍ୱରେ କର୍ମଚାରୀମାନେ ଜୀବନବୀମା କାର୍ଯାଳୟ ସମ୍ମୁଖରେ ଧାରଣା ଦେଇ ହରତାଳ କରିଥିଲେ । ଏହାଛଡ଼ା ପଟ୍ଟାମୁଣ୍ଡାଇ ଡାକ କର୍ମଚାରୀମାନେ ବିଭିନ୍ନ ଦାବୀ ନେଇ କର୍ମଚାରୀ ସଂଘ ସଭାପତି ଅରକ୍ଷିତ ସେଠୀ ଓ ସମ୍ପାଦକ ସୂର୍ଯ୍ୟକାନ୍ତ ସାମଲଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ମୁଖ୍ୟ ଡାକ ଘର ସମ୍ମୁଖରେ ଧାରଣା ଦେଇ ହରତାଳ କରିଥିଲେ ।

Next Post

ଚୋରା ମଦ ସାମାଜିକ ଚଳଣିରେ ବିଶୃଙ୍ଖଳା ସୃଷ୍ଟି କରୁଛି , ମଦମୁକ୍ତି ପାଇଁ ଗାଁ ମହିଳାଙ୍କ ଅଭିଯାନ ଆରମ୍ବ

Wed Jul 9 , 2025
  ପଟ୍ଟାମୁଣ୍ଡାଇ ୯/୮ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ପୌରାଂଚଳ ଚାହାପଡା ଗାଁରେ ତେଜିଲା ମଦମୁକ୍ତି ଆନ୍ଦୋଳନ । ଏହି ଗ୍ରାମରେ ସରକାରୀ ଆଇଟିଆଇ ସମୁଖ ରାସ୍ତା ଛକରେ ବେଆଇନ ଚୋରା ମଦ ସମେତ ବିଭିନ୍ନ ନିଶା କାରବାର ବୃଦ୍ଧି ପାଇବା ସହିତ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ବେଆଇନ ମଦ ଓ ନିଶା କାରବାରକୁ ରୋକିବା ପାଇଁ ଚାହାପଡା ଗ୍ରାମ ବିଭିନ୍ନ ସ୍ୱୟଂ ସହାୟକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading