
ପଟ୍ଟାମୁଣ୍ଡାଇ ୨୫/୭ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ମାଳିପୁର ଗ୍ରାମସ୍ଥିତ ଗ୍ରହରାଜ ଶନିଦେବଙ୍କ ମନ୍ଦିରର ୩ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ପ୍ରଭାତରୁ ଶନିଦେବଙ୍କ ବିଶେଷ ପୂଜାର୍ଚ୍ଚନା ସହ ରୀତିନୀତି ଅନୁଯାୟୀ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରାଙ୍ଗଣକୁ ନୟନପ୍ରୀତିକର ଆଲୋକମାଳା ଓ ପୁଷ୍ପରେ ସଜ୍ଜିତ କରାଯାଇଥିଲା। ବିଶ୍ୱଶାନ୍ତି ଓ ଗ୍ରାମର ସମୃଦ୍ଧି କାମନା କରି ଆୟୋଜିତ ଏହି ହୋମ ଯଜ୍ଞରେ ପୂଜକମାନେ ବେଦପାଠ ଓ ମନ୍ତ୍ରୋଚାରଣ କରିଥିଲେ। ମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ମାଳିପୁର ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି।
