ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

blank
କେନ୍ଦ୍ରାପଡ଼ା,୧୬ା୭:କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଜନସଂଖ୍ୟା ପକ୍ଷ ପାଳନ ଅବସରରେ ବିଶ୍ୱ ଜନସଂଖ୍ୟା ଦିବସ ଜିଲ୍ଲା ତାଲିମ ୟୁନିଟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ. ମନୋରଞ୍ଜନ ରାଉତ ଅଧ୍ୟକ୍ଷତା କରିଥଲେ। ଚଳିତବର୍ଷର ଶୀର୍ଷକ -“ମା ହେବାର ବୟସ ଠିକ- ଯେତେବେଳେ ଶରୀର ଓ ମନର ପ୍ରସ୍ତୁତି ଠିକ୍‌’ ଉପରେ ଗୁରୁତ୍ୱ ରଖିଥିଲେ ଡ. ରାଉତ। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଗୌରାଙ୍ଗ ଚରଣ ଗିରୀ, ଏଡିଏମଓ (ମେଡ଼ିକାଲ) ଡା. ପ୍ରମୋଦ କୁମାର ପ୍ରହରାଜ, ଡି. ପି. ଏମ ମନୋରଞ୍ଜନ ସାହୁ, ଡେପୁଟି ମ୍ୟାନେଜର (ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ) ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ପରିବାର ନିୟୋଜନର ସ୍ଥାୟୀ ଓ ଅସ୍ଥାୟୀ ପଦ୍ଧତି ସାଙ୍ଗକୁ ପରାମର୍ଶ ସେବା ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା କରିଥଲେ। ଉପସ୍ଥିତ ସମସ୍ତ ଭାରପ୍ରାପ୍ତ ମେଡ଼ିକାଲ ଅଫିସରମାନଙ୍କୁ ପରିବାର ନିୟୋଜନ ପଦ୍ଧତି ଉପରେ ଅଧିକ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଜିଲ୍ଲା ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଏ ବର୍ଷ ମହିଳା ବନ୍ଧ୍ୟାକରଣ ସର୍ଜ୍ଜନ ଭାବେ ଡା. ଆର. କେ ପାତ୍ରଙ୍କୁ ରାଜ୍ୟସ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମାହଲିଂଗଙ୍କ ଦ୍ୱାରା ତା. ୧୧.୦୭.୨୦୨୫ରେ ସମ୍ବର୍ଦ୍ଧିତ କରାଯାଇଛି। ବର୍ଷ ୨୦୨୪-୨୦୨୫ରେ ପୁରୁଷ ବନ୍ଧ୍ୟାକରଣ ୬୨ ଟି ଓ ୧୫୩୮ ଟି ମହିଳା ବନ୍ଧ୍ୟାକରଣ ଅପରେସନ କରିଥିବାରୁ ଡା. ସଚ୍ଚିଦାନନ୍ଦ ମିଶ୍ର ଏବଂ ଡା. ଆର. କେ. ପାତ୍ର ଉଭୟଙ୍କୁ ଜିଲ୍ଲାସ୍ତରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଠିକ୍ ସେହିପରି ବ୍ଲକ ସ୍ତରରେ ଅଧିକା ମହିଳା ବନ୍ଧ୍ୟାକରଣ ଅପରେସନ କରିଥିବାରୁ ମହାକାଳପଡା, ରାଜନଗର ଏବଂ ପଟ୍ଟାମୁଣ୍ଡାଇଙ୍କୁ, ପୁରୁଷ ବନ୍ଧ୍ୟାକରଣରେ ଗରଦପୁର, ମହାକାଳପଡା ଏବଂ ପଟ୍ଟାମୁଣ୍ଡାଇ ଙ୍କୁ ସମ୍ବର୍ଦ୍ଧିତ କରାଗଲା। ପରିବାର ନିୟୋଜନର ଅନ୍ୟାନ୍ୟ ପଦ୍ଧତି ଯଥା କପର୍ଟି, ଇଞ୍ଜେକସନ ଅନ୍ତରା ପାଇଁ ମଧ୍ୟ ଇନ୍ଦୁପୁର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆଳି, ଡେରାବିଶ, ମହାକାଳପଡା, ରାଜକନିକା ଏବଂ ରାଜନଗର ଙ୍କୁ ଜିଲ୍ଲା ସ୍ତରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପରିବାର ନିୟୋଜନ ଟିମ୍ ମେମ୍ବର ହିସାବରେ ନର୍ସିଂ ଅଫିସର ବାସନ୍ତୀ ନାୟକ, ମିନତୀ ଲେଙ୍କା ଓ ରମେଶ ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ଲକ ସ୍ତରରୁ ଭାରପ୍ରାପ୍ତ ମେଡ଼ିକାଲ ଅଫିସର, ବି ପି ଏମ ଓ ପି ଏଚ ଇ ଓ ମାନେ ସମ୍ବର୍ଦ୍ଧିତ ହୋଇଥିଲେ। ଏହି କାର୍ଯଯକ୍ରମରେ ଅଂଶଗ୍ରହଣକାରି ଭାବେ ସହକାରୀ ମ୍ୟାନେଜର ଜ୍ୟୋତି ଜେନା, ମମତା ଦାଶ, ଜ୍ୟୋସ୍ନାରାଣୀ ନାୟକ, ଏ ଏନ ଏମ ତାଲିମ କେନ୍ଦ୍ରର ପ୍ରିନ୍ସିପଲ୍‌, ନର୍ସିଂ ଛାତ୍ରୀ, ପରାମର୍ଶଦାତ୍ରୀ ସସ୍ମିତା ଦାସ ପ୍ରମୁଖ ଉପସ୍ଥିତଥିଲେ। ଏହି କାର୍ଯ୍ୟକ୍ରମକୁ ଡି.ପି.ଏଚ୍‌. ସି.ଓ ଶୁଭ ନାରାୟଣ କାର୍ଯ୍ୟକ୍ରମ ପ୍ରସ୍ତୁତି ରେ ସହାୟତା କରିଥିବା ବେଳେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ରେସୱାରେ ଆନ୍ତର୍ଜାତୀୟ ଯୋଗ ଦିବସ

Wed Jul 16 , 2025
କେନ୍ଦ୍ରାପଡ଼ା,୨୩ା୬ : ଗରାପୁରସ୍ଥିତ ରେସୱା ଶକ୍ତିସଦନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରେସୱା ଅନ୍ତେବାସୀଙ୍କ ସମେତ କର୍ମକର୍ତ୍ତା ଏବଂ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁ, ଡିପିସି (ମମତା) ମନୋରଞ୍ଜନ ଦାସ, ଡିସି (ମହିଳା ହବ୍‌) ଲଲାଟେନ୍ଦୁ ଭୋଇ, ଆକାଉଁଣ୍ଟାଟ ସୁନିଲ କୁମାର ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ପ୍ରବେସନ ଅଧିକାରୀ ବିବେକାନନ୍ଦ ଅତବୁଦ୍ଧି ପ୍ରମୁଖ ବହୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading