
କେନ୍ଦ୍ରାପଡା ୨୫/୭: ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ କେନ୍ଦ୍ରାପଡ଼ା ନଗର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ସେବା ଶିବିର କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାହୁଡ଼ା ଯାତ୍ରାରେ ଯୋଗଦେଇଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଦହିପଣା ଏବଂ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ସେବା ଶିବିରକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲ, ଜିଲ୍ଲା ପୂର୍ବତନ ସଂଯୋଜକ ପ୍ରଫୁଲ୍ଲ ଦାସ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସିପ୍ରା ମଲ୍ଲିକ, ପୂର୍ବତନ ମତ୍ସ୍ୟ କଂଗ୍ରେସ ସଭାପତି ହଳଧର ସେଠି, ବରିଷ୍ଠ ନେତା ପ୍ରଦୀପ କୁମାର ମହାନ୍ତି, ରାଜନଗର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ରାଉତ, ସନ୍ତୋଷ ବେହେରା, ଭାଗିରଥି ଜେନା, ରତ୍ନାକର ସେଠି, ପ୍ରଦୀପ ପାତ୍ର, ଚିତ୍ତରଞ୍ଜନ ତରାଇ, ରଘୁଆ ସେଠି, ପ୍ରଭାତ ରାଉତ, ଭୁବନ ଦାସ, ଭଗବାନ ମହାରଣା ପ୍ରମୁଖ ଉପସ୍ଥିତ ରହି ସେବା ଶିବିର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସେବା ଶିବିର ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ସେବା ପ୍ରଦାନ କରିବା ସହ ସାମାଜିକ ସଦ୍ଭାବ ଓ ମାନବ ସେବାର ବାର୍ତ୍ତା ପ୍ରଦାନ କରାଯାଇଥିଲା।
