କେନ୍ଦ୍ରାପଡା ମହାବିଦ୍ୟାଳୟକୁ ମିଳୁ ବିଶ୍ୱବିଦ୍ୟାଳୟ ମାନ୍ୟତା

blank
କେନ୍ଦ୍ରାପଡ଼ା, ୧୭ା୩: ସମାନ କାମ ପାଇଁ ସମାନ ଦରମା ଏବଂ ସମାନ ପଦବୀ ନୀତି ହେଉ। ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଗୁଡିକୁ ସରକାରୀ ଘୋଷଣା କରାଯାଉ। ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଜିଲ୍ଲା ବୈଠକରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଗାନ୍ଧୀ ଭବନରେ ଅନୁଷ୍ଠିତ ହୋଇଥିଲା। ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାସଂଘର ପର୍ଯ୍ୟବେକ୍ଷକ ଏବଂ ଶୈକ୍ଷିକ ପ୍ରକୋଷ୍ଠ ପ୍ରମୁଖ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଡ଼. ବିକଳି ଚରଣ ଦାସ ଯୋଗଦେଇ ମହାସଂଘର ଜିଲ୍ଲା କାର୍ଯ୍ୟକାରିଣୀର ଦାୟିତ୍ୱ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ଜିଲ୍ଲା ସଭାପତି ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ମୁଖ୍ୟ ଡ଼. ଦେବକାନ୍ତ ଷଡ଼ଙ୍ଗୀ ଏବଂ ସାଧାରଣ ସମ୍ପାଦକ ଭାବେ ବାଣିଜ୍ୟ ବିଭାଗ ଅଧ୍ୟାପକ ଡ଼. ସୁରେଶ ଚନ୍ଦ୍ର ଦାସ ଦାୟିତ୍ୱ ନେଇଥିବା ବେଳେ ବରିଷ୍ଠ ଉପସଭାପତି ଭାବେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଦୀଲ୍ଲିପ କୁମାର ଭୂୟାଁ ଓ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପିକା ଡ଼. ଦୀପ୍ତି ରାୟଙ୍କ ନାମ ଘୋଷଣା କରାଯାଇଥିଲା। ସେହିପରି ତୁଳସୀ ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ବ୍ରାହ୍ମାନନ୍ଦ ସେଠୀ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଲିଜାଶ୍ରୀ ପ୍ରିୟଦର୍ଶିନୀ ସେଠୀ ଏବଂ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସରୋଜକାନ୍ତ ନାୟକ ସହ- ସଂପାଦକ ଦାୟିତ୍ୱ ଗ୍ରହଣ କରିଥିବାବେଳେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପକ ବିକାଶ ନାୟକ ସଂଗଠନ ସଂପାଦକ ଏବଂ ବାଣିଜ୍ୟ ଅଧ୍ୟାପକ ମନୋଜ କୁମାର ଜେନା କୋଷାଧ୍ୟକ୍ଷ ଦାୟିତ୍ୱ ତୁଲାଇବେ। ଆଗାମୀ ଦିନରେ ମହାସଂଘ ଜିଲ୍ଲାର ଉଚ୍ଚଶିକ୍ଷାରେ ପରିବର୍ତ୍ତନ ପାଇଁ କାମ କରିବା ସହ ନୂତନ ଶିକ୍ଷା ନୀତି ଲାଗୁ ହେବାରେ ସଚେତନତା ସୃଷ୍ଟି କରିବ ବୋଲି ମହାସଂଘର ରାଜ୍ୟ ଶୈକ୍ଷିକ ପ୍ରକୋଷ୍ଠ ମୁଖ୍ୟ ଡ଼. ବିକଳି ଚରଣ ଦାସ କହିଛନ୍ତି।

Next Post

ପୋଖରୀ ଖୋଳାରେ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ , ସମିତିସଭ୍ୟ ହିତାଧିକାରୀ ଥାଇ ଅନିୟମିତତା କରି ସରକାରୀ ଅର୍ଥ ହାତେଇ ନେଇଛନ୍ତି

Mon Mar 17 , 2025
କେନ୍ଦ୍ରାପଡ଼ା,୧୭ା୩: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧିନରେ ଫାର୍ମ ପୋଖରୀ ଖୋଳାରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମହେଶପୁର-ଶଙ୍କରପୁର ଗ୍ରାମରେ୨୦୨୩-୨୪ଆର୍ଥିକ ବର୍ଷରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ କୃଷ୍ଣଚନ୍ଦ୍ର ସାହୁ ଏବଂ ନବକିଶୋର ସାହୁଙ୍କ ଫାର୍ମ ପୋଖରୀ ଖୋଳାଯାଇଛି। କିନ୍ତୁ କୃଷ୍ଣଚନ୍ଦ୍ର କିମ୍ବା ନବକିଶୋରଙ୍କ ନିଜସ୍ୱ ଜମିରେ ଏହି ପୋଖରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading