ଜିଲାପାଳଙ୍କ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଆକସ୍ମିକ ଗସ୍ତ , ସ୍ୱାସ୍ଥ୍ୟ ସେବାର ଅନୁଧ୍ୟାନ ସହ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ

blank
ପଟ୍ଟାମୁଣ୍ଡାଇ ୧୧/୮ -ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟରେ ରାଜସ୍ୱ ଜନଶୁଣାଣି କାର୍ଯ୍ୟକ୍ରମ ଶେଷ କରିବା ପରେ ଜିଲାପାଳ ରଘୁରାମ ଆର. ଆୟର ସିଧାସଳଖ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଗସ୍ତ କରି ସ୍ୱାସ୍ଥ୍ୟ ସେବାର ସ୍ଥିତି ଅନୁଧ୍ୟାନ କରିଛନ୍ତି।ଗସ୍ତ ସମୟରେ ଜିଲାପାଳ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ସାକ୍ଷାତ କରିଥିଲେ। ସେ ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କୁ ମାଗଣାରେ ଔଷଧ ମିଳୁଛି କି ନାହିଁ, ଗୁଣବତା କିପରି ରହିଛି ଏବଂ ପରିଚ୍ଛନ୍ନତା ସମ୍ପର୍କରେ ସୀଧାସଳଖ ମତାମତ ନେଇଥିଲେ। ଏହା ସହିତ ଜିଲାପାଳ ଚିକିତ୍ସାଳୟର ସାଧାରଣ ପରିଚାଳନା, ସୁବିଧା ସୁଯୋଗ, ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥିତି ଏବଂ ରୋଗୀଙ୍କ୍ରୁ ଦିଆଯାଉଥିବା ଜରୁରୀକାଳୀନ ସେବାର ସମୀକ୍ଷା କରିଥିଲେ। ଦୂରଦୂରାନ୍ତରୁ ଆସୁଥିବା କୌଣସି ବି ସାଧାରଣ ରୋଗୀ ଯେପରି ଚିକିତ୍ସା ସେବାରୁ ବଂଚିତ ନହୁଅନ୍ତି ଏବଂ ସେମାନଙ୍କୁ ଟୁକନ ଦ୍ୱାର ନ୍ୱର ଅନୁଯାଇ ଉତମ ସେବା ପ୍ରଦାନ କରାଯାଏ, ସେଥିପ୍ରତି ଯତ୍ନବାନ ହେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲାପାଳ ନବଜାତା ଶିଶୁ ବିଭାଗ ପରିଦର୍ଶନ କରିଥିଲେ।

blank

ସେଠାରେ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ବିଶେଷ ଚିକିତ୍ସା ସେବା, ୱାର୍ଡର ତାପମାତ୍ରା, ପରିଚ୍ଛନ୍ନତା ଏବଂ ଜରୁରୀକାଳୀନ ମେସିନ୍‌ଗୁଡ଼ିକର କାର୍ଯ୍ୟକାରିତା ଯାଂଚ କରିଥିଲେ। ନବଜାତ ଶିଶୁ ଓ ପ୍ରସୂତି ମା’ମାନଙ୍କର ସୁରକ୍ଷା ଓ ଚିକିତ୍ସାରେ ଯେପରି କୌଣସି ପ୍ରକାର ଅବହେଳା ନହୁଏ, ସେଥିପ୍ରତି ସତର୍କ ରହିବାକୁ ସେ । ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ଏବଂ ଚିକିତ୍ସାଳୟର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ନିରାକାର ପରିଡ଼ା ଉପସ୍ଥିତ ଥିଲେ। ମେଡିକାଲ ଅଫିସର ଚିକିତ୍ସାଳୟର ବର୍ତମାନର ଭିତିଭୂମି ଓ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଜିଲାପାଳଙ୍କୁ ଜଣାଇଥିଲେ।

Leave a Reply

Next Post

ବୋଲବମ୍ ସେବା ଶିବିର ଅନୁଷ୍ଠିତ

Tue Aug 11 , 2026
କେନ୍ଦ୍ରାପଡ଼ା ୧୧/୮: କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚଣ୍ଡିଆଗଡ଼ ଭାତୁଆଠାରେ ଏକ ବୋଲବମ୍ ସେବା ଶିବିର ଆୟୋଜିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି (ସଂଗଠନ) ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ଏହି ସେବା ଶିବିର ଆୟୋଜିତ ହୋଇଥିବାବେଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଡା. ଦେବସ୍ମିତା ଶର୍ମା ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆରଜିପିଆରଏସ କେନ୍ଦ୍ରାପଡ଼ା ଜିଲ୍ଲା ଅଧ୍ୟକ୍ଷ ରାଜେଶ କୁମାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading