
ପଟ୍ଟାମୁଣ୍ଡାଇ ତା ୧୪/୪- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କିଶୋର ତରାଇ ଆଜି ହନୁମାନ ଜୟନ୍ତୀ ଓ ଓଡିଶା ନୂଆ ବର୍ଷ ଅବସରରେ ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ଶ୍ରୀତରାଇ ଚନ୍ଦନପୁର, ଗାଙ୍ଗପଡା, ବଲୁରିଆ ଓ ବଡ଼ମୂଳବସନ୍ତ ପଂଚାୟତ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଭୁ ହନୁମାନଜୀଉଙ୍କ ଦର୍ଶନ ସହିତ ଓଡ଼ିଆ ନୂଆ ବର୍ଷ ଉପଲକ୍ଷେ ଜନସାଧାରଣଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।ଏଥି ସହିତ ବିଭିନ୍ନ ଯଜ୍ଞ ଓ ପୂଜା ଉତ୍ସବରେ ଯୋଗ ଦେଇଥିଲେ I କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣ ସହିତ ଆଲୋଚନା କରିଥିଲେ ।
