୭ମ ଦିନରେ ଅନଶନ, ଜିଲାପାଳଙ୍କ ଆଲୋଚନା ନିଷ୍କର୍ଷବିହୀନ

  • ପଟ୍ଟାମୁଣ୍ଡାଇ ତହସିଲରେ ରାଜସ୍ୱ ଜନଶୁଣାଣି
  • ରାସ୍ତାକିସମରେ ଗୋଷ୍ଠୀଶୌଚାଳୟ ନିର୍ମାଣକୁ ବିରୋଧ

blank
ପଟ୍ଟାମୁଣ୍ଡାଇ ୧୧/୮ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ରାଜସ୍ୱ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲାପାଳ ରଘୁରାମ ଆର ଆୟର ଯୋଗଦେଇ ମୋଟ ୧୧ ଜଣ ଆବେଦନକାରୀଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ। ତେବେ ଅନ୍ୟପଟେ ସରକାରୀ ରାସ୍ତା କିସମ ଜମିରେ ବେଆଇନ ଗୋଷ୍ଠୀ ଶୌଚାଳୟ ନିର୍ମାଣ ବିରୋଧରେ ତହସିଲ ସମ୍ମୁଖରେ ଗତ ୫ ତାରିଖରୁ ଚାଲିଥିବା ଆମରଣ ଅନଶନକୁ ୭ମ ଦିନରେ ପହଁଚିିଥିଲେ ହେଁ କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ। ତହସିଲ ପରିସରରେ ଶୁଣାଣି ଚାଲିଥିବା ସମୟରେ, ଅନଶନ ସ୍ଥଳର ସ୍ଥିତି ଏବଂ ଆନ୍ଦୋଳନକାରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଜିଲାପାଳ ଆର ଆୟର ଆନ୍ଦୋଳନକାରୀ ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାସଙ୍କୁ ଆଲୋଚନା ପାଇଁ ଡକାଇଥିଲେ। ତହସିଲଦାର ପଂଚାନନ ନାୟକ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୀତଲ ଅଗ୍ରୱାଲ ଅତିରିକ୍ତ ତହସିଲଦାର ସାଗରୀକା ସେଠୀ ଅନଶନକାରୀଙ୍କ ସହ ଦୀର୍ଘସମୟ ଧରି ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ କହିଥିଲେ। ତେବେ ଅନଶନକାରୀମାନେ ନିଜ ଦାବିରେ ଅଟଳ ରହିଥିଲେ। ସରକାରୀ ରାସ୍ତାକିସମରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ସହ ରାସ୍ତାରେ ଆଲୋକିକରଣ ପାଇଁ ପ୍ରତିଶ୍ରୁତି ଦାବି କରିଥିଲେ। ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ଓ ସନ୍ତୋଷଜନକ ଉତର ନମିଳିବାରୁ ଆଲୋଚନା ନିଷ୍କର୍ଷବିହୀନ ଭାବେ ଶେଷ ହୋଇଥିଲା। ଫଳରେ ଅନଶନକାରୀମାନେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇ ପୁନର୍ବାର ଅନଶନ ସ୍ଥଳକୁ ଫେରି ଯାଇଥିଲେ। ଗତ ୭ ଦିନ ଧରି ନିରାହାରରେ ରହିବା ଫଳରେ ଅନଶନକାରୀ ଦ୍ୱୟଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ଜଣଶୁଣାଣି ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନର ଦାବି କରୁଥିବା ବେଳେ, ନାକ ତଳେ ୭ ଦିନ ହେବ ଚାଲିଥିବା ଅନଶନର କୌଣସି ସମାଧାନ ନବାହାରିବା ପ୍ରଶାସନିକ ନିଷ୍କ୍ରିୟତାକୁ ପଦାରେ ପକାଇଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । ଏନେଇ ଜିଲାପାଳ ରାଘୁରାମ ଆର ଆୟରଙ୍କୁ ପଚାରିବାରେ ଅନଶନକାରି ମାନଙ୍କ ସହିର ଆଲୋଚନା ହୋଇଛି । ସେମାନେ ତାଙ୍କ ଦାବୀ ଉପସ୍ଥାପନ କରିଥିଲେ । ଅଧିକାରୀ ମାନେ ମଧ୍ୟ ତାଙ୍କ ପକ୍ଷ ରଖିଥିବା ବେଳେ ବରୋଧରେ ଗ୍ରାମବାସୀ ମାନେ ଦାବୀ ରଖିଛନ୍ତି । ଏହି ଘଟଣାକୁ ନେଇ ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ତଦନ୍ତକରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଅନ୍ୟପକ୍ଷରେ ଏହି ରାଜସ୍ୱ ଜନଶୁଣାଣିରେ ଜମି ଜମା ସଂକ୍ରାନ୍ତୀୟ, ପଟ୍ଟା ସଂଶୋଧନ ଏବଂ ଜବରଦଖଲ ଉଚ୍ଛେଦ ଭଳି ମୋଟ ୧୧ ଟି ବିଭିନ୍ନ ଅଭିଯୋଗର ଶୁଣାଣି କରାଯାଇଥିଲା। ଜିଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Next Post

ଜିଲାପାଳଙ୍କ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଆକସ୍ମିକ ଗସ୍ତ , ସ୍ୱାସ୍ଥ୍ୟ ସେବାର ଅନୁଧ୍ୟାନ ସହ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ

Tue Aug 11 , 2026
ପଟ୍ଟାମୁଣ୍ଡାଇ ୧୧/୮ -ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟରେ ରାଜସ୍ୱ ଜନଶୁଣାଣି କାର୍ଯ୍ୟକ୍ରମ ଶେଷ କରିବା ପରେ ଜିଲାପାଳ ରଘୁରାମ ଆର. ଆୟର ସିଧାସଳଖ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଗସ୍ତ କରି ସ୍ୱାସ୍ଥ୍ୟ ସେବାର ସ୍ଥିତି ଅନୁଧ୍ୟାନ କରିଛନ୍ତି।ଗସ୍ତ ସମୟରେ ଜିଲାପାଳ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ସାକ୍ଷାତ କରିଥିଲେ। ସେ ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କୁ ମାଗଣାରେ ଔଷଧ ମିଳୁଛି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading