ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ, ପରିବେଶବିତ ଭାସ୍କର ରାଉତରାୟ ପାଇଲେ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ


ପଟ୍ଟାମୁଣ୍ଡାଇ ୨.୧୦ – ପ୍ରାକୃତିକ ସମ୍ପଦ ଓ ବୈଚିତ୍ର‌୍ୟମୟ ଜୈବ ବିବିଧତାର ଆଧାର ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତିବର୍ଷ ପରି ଏଥର ମଧ୍ୟ ବନ୍ୟପ୍ରାଣୀ ଓ ପ୍ରକୃତି ସୁରକ୍ଷାର ବାର୍ତ୍ତା ନେଇ ବନ୍ୟପ୍ରାଣୀ ସପ୍ତାହ ଆୟୋଜିତ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ଅନୁଷ୍ଠିତ ୭୨ତମ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ପ୍ରକୃତି, ସବୁଜିମା ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଜନଜାଗରଣ ସୃଷ୍ଟି କରାଯିବା ସହ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ନିରନ୍ତର ଓ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ପରିବେଶବିତ୍ ଭାସ୍କର ରାଉତରାୟଙ୍କୁ ସମ୍ମାନଜନକ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନରେ ସମ୍ମାନିତ କରାଯାଇଛି ।

କେନ୍ଦ୍ରାପଡା ଜିଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ ତରଫରୁ ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ଡିଏଫଓ ଭର୍ଦରାଜ ଗାଓଁକର ସଭାପତିତ୍ୱରେ ୭୨ ତମ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଜାତୀୟ ଉତ୍ସବରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ତାଙ୍କ ଅଭୀଭାଷଣରେ ଭିତରକନିକାର ପ୍ରାକୃତିକ ବିଭବ, ବଉଳା କୁମ୍ଭୀର ଏବଂ ଗହୀରମଥାକୁ ଆସୁଥିବା ଆଗନ୍ତୁକ ସାମୁଦ୍ରିକ ଅଲିଭ ରେଡଲେ କଇଁଛ ଆମ ପାଇଁ ଗୌରବମୟ ସ୍ମାରକୀ। ବିଶ୍ୱ ଦରବାରରେ ଏମାନଙ୍କ ପାଇଁ ଆମେ ଗର୍ବିତ। ତେବେ ବଉଳା କୁମ୍ଭୀର ସଂଖ୍ୟା ବୃଦ୍ଧି ସହିତ ଦୀର୍ଘଦିନ ହେବ ମଣିଷ ଓ ବନ୍ୟଜନ୍ତୁ ମଧ୍ୟରେ ସଂଘର୍ଷ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଠାକାର ସ୍ଥାନୀୟ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ଆମର ମାନବୀୟ ଧର୍ମ ହେବା ଉଚିତ। ଏହି କ୍ଷେତ୍ରରେ ବନ ବିଭାଗ ଅଧିକ ଯତ୍ନଶୀଳ ହେବା ସହ ସାଧାରଣ ଜନତାଙ୍କ ଭାଗିଦାରୀ ଓ ସହଯୋଗିତା ଅତ୍ୟନ୍ତ ଜରୁରୀ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର କହିଥିଲେ ଯେ, ଭିତରକନିକା ଆମର ଜାତୀୟ ସମ୍ପତି। ଏହାର ହେନ୍ତାଳବଣ ଏବଂ ବନ୍ୟଜୀବମାନଙ୍କ ପ୍ରତି ଆମ ସମସ୍ତଙ୍କର ଭଲପାଇବା ଓ ସୁରକ୍ଷାର ମନୋଭାବ ରହିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ରାଜନଗର ଡିଏଫଓ ଗାଓଁକର ବନ୍ୟପ୍ରାଣୀ ସପ୍ତାହର ମୂଳ ଆଭିମୁଖ୍ୟ ଉପରେ ସମ୍ୟକ ଆଲୋଚନା କରିଥିଲେ। ଭିତରକନିକାର ବନ୍ୟଜୀବ ଏବଂ ଗହୀରମଥା ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ଡକୁମେଂଟାରୀ ପ୍ରୋଜେକ୍ଟର ଭିଡିଓ ଚିତ୍ର ଉପସ୍ଥିତ ଅତିଥି ଓ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ନବେ ଦଶକରୁ ନିରବଚ୍ଛିନ୍ନ ଭାବେ ଭିତରକନିକା ଓ ଗହୀରମଥାର ଜୀବଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବିଶିଷ୍ଟ ପରିବେଶବିତ୍ ଭାସ୍କର ରାଉତରାୟଙ୍କୁ ଚଳିତ ବର୍ଷର ‘ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ଆୱାର୍ଡ’ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ସାଂସଦ ଶ୍ରୀ ପଣ୍ଡା ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ।ଅତିରିକ୍ତ ବନ ସରଂକ୍ଷକ ମତ୍ରୀ ମଞ୍ଜିତ ଧନ୍ୟବାଦ ଦେଇଥିଲେ. କନିକା ରେଞ୍ଜର ଚିତ୍ରସେନ ଜେନା, ମହାକାଳପଡ଼ା ରେଂଞ୍ଜର ଶାନ୍ତନୁ ଦଳେଇ ଫରେଷ୍ଟର ପ୍ରଶାନ୍ତ ସିଂ ସମେତ ସମସ୍ତ ବନ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଇକୋ କ୍ଳବ ସଂଯୋଜକ ଗୋପୀନାଥ ଦାଶ, ନେଚର୍ସ କ୍ଲବର ବିରଜା ପତି, ଅପୁଆ ମୁଖ୍ୟ ବିଜୟ କବି, ଭାଜପା ନେତା ଲଳିତ ବେହେରା, ଭାଜପା ଜିଲ୍ଲା ସଭାପତି ସଂସାଙ୍କ ସେଠୀ ପ୍ରମୁଖ ଯୋଗଦେଇଥିଲେ ।

Next Post

ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ

Fri Oct 2 , 2026
ପଟ୍ଟାମୁଣ୍ଡାଇ ୨/୧୦ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଗୁରୁବାର ସଂନ୍ଧ୍ୟାରେ ପାଳିତ ହୋଇଯାଇଛି । ଏହି ଅବଶରରେ ପୌରାଧ୍ୟକ୍ଷ ହେମନ୍ତ ସାହୁ, ନିର୍ବାହୀ ଅଧିକାରୀ ରଂଜନ ଦାଶ, ବିଭିନ୍ନ ଓାର୍ଡ କାଉନସିଲର, ପୌରଯନ୍ତ୍ରୀ, ସ୍ୱଚ୍ଛତା ବିଶେଷଜ୍ଞ, ସ୍ୱଚ୍ଛ ସାଥୀ ଓ ଅନ୍ୟାନ୍ୟ ପୌର କର୍ମଚାରୀଙ୍କ ଉପସ୍ଥିତିରେ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading