ଷ୍ଟପ ଡାଇରିଆ କ୍ୟାମ୍ପନ ଉଦଘାଟିତ

blank
କେନ୍ଦ୍ରାପଡ଼ା,୧୬ା୬ :ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ. ଆର. ଏସ. କର୍ଣ୍ଣର ଠାରେ ବିଧାୟକ ମହାକାଳପଡ଼ା ଡ. ଦୁର୍ଗା ପ୍ରଶନ ନାୟକ “ଷ୍ଟପ ଡାଇରିଆ” କ୍ୟାମ୍ପନ ୨୦୨୫କୁ ଶୁଭଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ୧୬ଜୁନ ରୁ ଆରମ୍ଭ ହୋଇ ୩୧ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ନୃପେନ୍ଦ୍ର କୁମାର ଶତପଥି, ଏ.ଡି.ଏମ.ଓ (ମେଡିକାଲ) ଡାକ୍ତର କିଶୋର ଚନ୍ଦ୍ର ମିଶ୍ର, ଡେପୁଟି ମ୍ୟାନେଜର (ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ) ସୁକାନ୍ତ କୁମାର ପ୍ରଧାନ, ହସ୍ପିଟାଲ ମ୍ୟାନେଜର ପ୍ରଭାତ କୁମାର ନାୟକ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭକାନ୍ତ ନାୟକ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ଘାଟନୀ ସମୟରେ ବିଧାୟକ ଷ୍ଟପ ଡାଇରିଆ କ୍ୟାମ୍ପନର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ବୁଝିଥିଲେ। ଏହି ଷ୍ଟପ ଡାଇରିଆ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ଆଶାକର୍ମୀ ମାନେ ଘରକୁ ଘର ଯାଇ ଓ. ଆର. ଏସ. ଏବଂ ଜିଙ୍କ ବଟିକା ପ୍ରଦାନ କରିବେ। ସେହିପରି ମହିଳା ସ୍ୱାସ୍ଥ୍ୟ କର୍ମୀ ଓ କମୁନିଟି ହେଲଥ ଅଫିସର ମାନେ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଡାଇରିଆ କେସକୁ ପରିଚାଳନା କରିବେ। ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସବ ଡିଭିଜନାଲ ହସ୍ପିଟାଲ ଓ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଡାଇରିଆର ପରିଚାଳନା କରିବେ।ଏହି କାର୍ଯ୍ୟକ୍ରମକୁ ବ୍ଲକ ଏବଂ ଜ଼ିଲ୍ଲାସ୍ତରରୁ ତଦାରାଖ କରାଯିବ।

Next Post

ଝିଅ ଆଗରେ ମା’କୁ ଟାଣି ନେଲା କୁମ୍ଭୀର

Mon Jun 16 , 2025
କେନ୍ଦ୍ରାପଡା ୧୬/୬- କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ କୋଳଡିହ ପଞ୍ଚାୟତର ଓଁଳାଡିହା ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗାଁ ନିକଟ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆ ଯୋରର ଜଣେ ମହିଳା ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଓଁଳାଡିହା ଗାଁର କାଜଲ ମହାନ୍ତି (୪୦) । ଏହି ଘଟଣା ତାଙ୍କ ଝିଅଙ୍କ ଆଗରେ ଘଟିଥିବା ସୂଚନା ମିଳିଛି। ଘରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading