କେନ୍ଦ୍ରାପଡ଼ା,୨୭ା୫: ପାଣିପାଗ ବିଭାଗ ଦ୍ୱାରା ସୂଚନା ମୁତାବକ ଆଗାମୀ ଦୁଇ ତିନ ଦିନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭାଗର ପ୍ରସ୍ତୁତିକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଆଜି ସନ୍ଧ୍ୟାରେ ସମସ୍ତ ବିଭାଗ ସହିତ ସମୀକ୍ଷା କରିଛନ୍ତି। କଣ୍ଟ୍ରୋଲ୍ ରୁମ୍‌, ପାନୀୟ ଜଳ ବ୍ୟବସ୍ଥା ଶୁଖିଲା ଖାଦ୍ୟ ମହଜୁଦ, ଜେନେରେଟର, ଔଷଧ, ବାତ୍ୟା ଆଶ୍ରୟ ସ୍ଥଳ ସ୍ଥିତି, ଡ଼ଙ୍ଗାର ସ୍ଥିତି ସହିତ ଅନ୍ୟ ସମସ୍ତ […]

ପଟ୍ଟାମୁଣ୍ଡାଇ ତା ୨୭/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ଗ୍ରାମର ଆରାଧ୍ୟ ଦେବତା ଗୁପ୍ତେଶ୍ୱର ମହାଦେବ ପୀଠରେ ୧୪ତମ ଶୀତଳ ଷଷ୍ଠି ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ମାସ ୩୦, ୩୧ ଓ ଜୁନ ୧ ପର୍ଯ୍ୟନ୍ତ ୩ ଦିନ ଧରି ଦେବାଧିଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କର ଅଲୌକିତ ବିବାହୋତ୍ସବ “ଶୀତଳ ଷଷ୍ଠୀ” ଯାତ୍ରା ପାଳନ ହେବ । […]

ପଟ୍ଟାମୁଣ୍ଡାଇ ୨୭/୫-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଜି ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଉବୁ ଟୂବୁ ହେବା ସହିତ କୁତ୍ରିମ ବନ୍ୟା ପରିସ୍ଥିତି ଦେଖାଦେଇଛି । ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷାରେ ମୁସଲମାନ ବସ୍ତି ରେ ଥିବା ଲୋକମାନଙ୍କ ଘରେ ବର୍ଷା ପାଣି ଲହଡି ଭାଙ୍ଗୁଛି । କେତେକଙ୍କ ଘରେ ଆଣ୍ଠୁଏରୁ ଜଙ୍ଗେ ଯାଏ ପାଣିରେ ବୁଡି ରହିଛି । ଏଥି […]

ପଟ୍ଟାମୁଣ୍ଡାଇ ୨୭/୫ -ପଟ୍ଟାମୁଣ୍ଡାଇ ବ୍ଲକର ନୂତନ ଶିକ୍ଷାଧିକାରୀ ଭାବେ ଅଜିତ ବାରିକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଳକ ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ଓ ଟିଜିଟି ସଙ୍ଘ ପକ୍ଷରୁ ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ଫୁଲତୋଡ଼ା ଦେଇ ନୂତନ ଶିକ୍ଷାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ପଟ୍ଟାମୁଣ୍ଡାଇ ମଣ୍ଡଳ ବିଦାୟୀ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଶିକ୍ଷାଧିକାରୀ ଭାବେ ବଦଳି ହେବା ପରେ ତାଙ୍କ […]

  ପଟ୍ଟାମୁଣ୍ଡାଇ ୨୬/୫ – ଚଳିତ ବର୍ଷ ମୌସୁମୀ ଶୀଘ୍ର ଅଗ୍ରଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶା କରାଯାଇଛି। ଗତ ଶନିବାରଠାରୁ ପଟ୍ଟାମୁଣ୍ଡାଇ ଅଂଚଳରେ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବା ପରେ ଚାଷୀ ତରତର ହୋଇ କ୍ଷେତକୁ ବାହାରିପଡ଼ିଛି । ୨୦୨୫ -୨୬ ଖରିଫ୍ ଚାଷ ପାଇଁ ନିଜ କ୍ଷେତରେ ଧାନ ବୁଣିବା ଓ ତଳି ପକାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ହଳ ବଳଦ […]

ପଟ୍ଟାମୁଣ୍ଡାଇ ୨୭/୫ – ରାଣୀ ଅହଲ୍ୟା ବାଇ ହୋଲକରଙ୍କ ଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇ ନଗର ଭାଜପା ପକ୍ଷରୁ ମଙ୍ଗଳବାର ସ୍ୱତନ୍ତ୍ର ସ୍ୱଚ୍ଛତା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗର ଭାଜପାର କର୍ମକର୍ତାମାନେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ଶ୍ରୀରାମ ମନ୍ଦିର ପରିସରରେ ଶ୍ରମଦାନ କରିଥିଲେ। ଏହି ଅବସରରେ ସେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରି ନିଜେ ସ୍ୱଚ୍ଛତା ରହିବା ସହ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଅନୁରୋଧ କରିଥିଲେ।ପୌର ନିର୍ବାହୀ […]

ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କେନ୍ଦ୍ରାପଡ଼ା,୨୬ା୫: ଭଜନ ସମ୍ରାଟ ଭିକାରୀ ବଳଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି କେନ୍ଦ୍ରାପଡା ବ୍ଲକ ଗୋଗୁଆ ଗୋଗୁଆ ଛକଠାରେ ଉନ୍ମୋଚିତ ହୋଇଯାଇଛି । ଭଜନ ସମ୍ରାଟ ଭିକାରୀ ବଳ ସ୍ମୃତି ପରିଷଦ ତରଫରୁ ତାଙ୍କ ୯୬ତମ ଜୟନ୍ତୀ ଜୟନ୍ତୀ ଉତ୍ସବ ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଏହି ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଏ ଉତ୍ସବରେ ବିଧାୟକ ବେହେରା ସୁନାମଧନ୍ୟ କଣ୍ଠଶିଳ୍ପୀ […]

ପଟ୍ଟାମୁଣ୍ଡାଇ ତା ୨୬/୫-ଓଡ଼ିଆ ପରମ୍ପରାରେ ବାରମାସରେ ତେରପର୍ବ ମଧ୍ୟରେ ସାବିତ୍ରୀ ବ୍ରତ ଅନ୍ୟତମ  । ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି ଏହି ବ୍ରତ କରିଥାନ୍ତି ।  ସାବିତ୍ରୀ ନିଜ ମୃତ ସ୍ୱାମୀ ସତ୍ୟବାନଙ୍କୁ ଯମଙ୍କ ଠାରୁ ଛଡାଇ ଆଣିବା ସହିତ ଦୀର୍ଘ ଜୀବନ ପାଇଁ ବର ପ୍ରାପ୍ତ ହୋଇଥିଲେ । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ କାହିଁ କେଉ ସ୍ମରଣାତୀତ କାଳରୁ ଏହି ବ୍ରତ ପାଳନ […]

ପଟ୍ଟାମୁଣ୍ଡାଇ ୨୫/୫ – ମୟୀୟସୀ ମହିଳା ଅହଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ନଗର ଭାଜପା ପକ୍ଷରୁ ପୌରପରିଷଦ ଅନ୍ତର୍ଗତ ୧୯ନଂ ୱାର୍ଡରେ ୧୨୨ତମ ପ୍ରଧାନମନ୍ତ୍ରୀଙ୍କ ମନକିବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଭାଜପା ସଭାପତି ଶଶାଙ୍କ ଶେଖର ସେଠୀ, ନଗର ଭାଜପା ସଭାପତି ଅଶୋକ ସାହୁ, ବରିଷ୍ଠ ଭାଜପା ନେତା ଆଇନଜୀବୀ ଭାରତ ଭୂଷଣ ଦାସ, ମନ କି ବାତ ସଂଯୋଜକ ରବୀନ୍ଦ୍ର […]

ପଟ୍ଟାମୁଣ୍ଡାଇ ୨୫/୫ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତୁଳସୀଡିଆ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ତୁଳସୀଡିଆ ଗ୍ରାମର ଭଗବାନ ସେଠୀଙ୍କ ଗାଈ ଆଜି ସକାଳୁ ଚରିବା ପାଇଁ ଯାଇଥିବା ବେଳେ ସେହି ଗ୍ରାମରେ ଥିବା ଏକ ପରିତ୍ୟକ୍ତ ପାଣି ଟାଙ୍କିରେ ପଡିଯାଇ ମୃତ୍ୟୁବରଣ କରିଛି । ସ୍ଥାନୀୟ ଗ୍ରାମବାସୀ ଗାଈଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗକୁ ଖବର […]

Breaking News