ବନ୍ୟା ବିପନ୍ନଙ୍କୁ ମିଳିଲାନାହିଁ ରିଲିଫ୍‌: ବଢୁଛି ଅସନ୍ତୋଷ

ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ୬୩ଟି ଗାଁରେ ମାସେ ଧରି ବନ୍ୟା

blank
ପଟ୍ଟାମୁଣ୍ଡାଇ ୨/୮- ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ଗତ ଜୁଲାଇ ୭ରୁ ଦୁଇଦୁଇଥର ପ୍ରଳୟଙ୍କରୀ ବନ୍ୟା ଆସି ୧୪ ପାଂୟତର ୫୫ ଗ୍ରାମ ସମେତ ପୌରାଂଚଳର ୧୧ ଓାଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ବହୁ ଗ୍ରାମ ବହ୍ୟଜଗତରୁ ବିଛିନ୍ନ ଅଛି । ଗରିବ ଖଟିଖିଆ ମୁଲିଆ ଶ୍ରେଣୀର ଲୋକମାନେ ଜଳବନ୍ଦିରେ ରହି କାମକୁ ଯାଇ ନପାରି ଭୋକ ଉପାସରେ କାଳାତିପାତ କରୁଛନ୍ତି । ମାତ୍ର ଫାଖ ଜିଲା ପ୍ରଶାସନ ପକ୍ଷରୁ ପ୍ରାୟ ମାସେ ପାଖାପାଖି ହେବା ରିଲିଫ ରନ୍ଧା ଖାଦ୍ୟ ଦିଆଯାଉଥିବା ବେଳେ କେନ୍ଦ୍ରାପଡା ପ୍ରଶାସନ ପକ୍ଷରୁ ଏଯାବତ କୌଣସି ସରକାରୀ ସହାୟତା ରିଲିଫ, ପଲିଥିନ, ଔଷଧ ଯୋଗାଇ ଦିଆଯାଇ ନାହିଁ । ଏ ପରିସ୍ଥିତିରେ ସହାୟତା ତ ଦୂରର କଥା ସମବେଦନା ଜଣାଇବାକୁ ନା କୌଣସି ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ପକ୍ଷରୁ କେହି ଆସି ନ ଥିବା ଅଭିଯୋଗ ହୋଇଛି।

blank
ନଦୀନାଳ ଘେରା ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ପାଖାପାଖି ୬୩ଟି ଗାଁରେ ବନ୍ୟା ତାଣ୍ଡବ ରଚିଛି। ଶହ ଶହ ଲୋକେ ଜଳବନ୍ଦିରେ ଥିବା ଗାଁ ଦାଣ୍ଡରେ ଅଢେଇରୁ ୪ ଫୁଟର ବନ୍ୟାଜଳ ଲହଡି ମାରୁଥିଲା । ଏଭଳିସ୍ଥଳେ ଗରିବ ଖଟିଖିଆ ପରିବାର ଘରେ ଖାଇବାକୁ ଚୁଲି ଜଳୁ ନଥିଲା କି ଶୋଇବାକୁ ଜାଗା ନଥିଲା। ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି। ଘର ଭିତରକୁ ପାଣି ପଶିଯିବାରୁ ସହସ୍ରାଧିକ ଗରିବ ପରିବାର ଜୀବନ ବଂଚାଇବା ପାଇଁ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି। ଗରିବ ଖଟିଖିଆ ମୁଲିଆ ଶ୍ରେଣୀର ଲୋକମାନେ ଜଳବନ୍ଦିରେ ରହି କାମକୁ ଯାଇ ନପାରି ଭୋକ ଉପାସରେ କାଳାତିପାତ କରୁଛନ୍ତି । ପୂର୍ବ ବନ୍ୟାରେ କେବଳ ଗୋରୁଗାଈଙ୍କ ପାଇଁ ଖାଦ୍ୟ ପହଁଚି ଥିବା ବେଳେ ଗରିବ ଗୁରୁବା କୁନିକୁନି ପିଲାଙ୍କ ପାଇଁ ରିଲିଫ ଦିଆଯାଇନାହିଁ । ବ୍ରାହ୍ମଣୀ ଶାଖା ନଦୀ ଗୁଡ଼ିକରେ ପାଣି ବଢୁଥିବାରୁ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରଭାବିତ ଅଂଚଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବାରୁ ମହମବତୀ ବି ପହଁଚିନି। କେବଳ ଗୋଖାଦ୍ୟ ଦେଇ ପ୍ରଶାସନ ଦାୟିତ୍ୱ ଶେଷ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଖୋଦ ମୂଖ୍ୟମନ୍ତ୍ରୀ ଗୁରୁବାର ପଡୋଶୀ ୩ଟି ବନ୍ୟା ପ୍ରପିଡିତ ଜିଲାର ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରି ସମସ୍ତ ପ୍ରକାର ରିଲିଫ ଯୋଗାଇଦେବାକୁ ନିର୍ଦ୍ଧେଶ ଦେଇଥିଲେ । ହେଲେ କେନ୍ଦ୍ରାପଡା ଜିଲା ପ୍ରତି ଅଣଦେଖା କରିଥିଲେ । ଏଭଳି ପାତରଅନ୍ତର ଓ କେନ୍ଦ୍ରାପଡା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ବୈମାତୃକ ମନଭାବକୁ କେନ୍ଦ୍ରାପଡା ବିରୋଧି ଦଳ ପକ୍ଷରୁ ସମାଲୋଚନା ହୋଇଆସୁଛି ।କେବଳ ଜିଲା, ବ୍ଲକ ଓ ପୌର ପ୍ରଶାସନ ଅଧିକାରୀ ମାନେ ବନ୍ୟା ବିପନ୍ନଙ୍କ ସମସ୍ୟା ପ୍ରତି ନଜର ରଖିଛନ୍ତି । ଦୀର୍ଘ ୧ ମାସ ଧରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ସବୁଠାରୁ ଅଧିକ କ୍ଷତି ଗସ୍ତ ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତକୁ ଶନିବାର ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର, ବିଧାୟକ ଗଣେଶ୍ୱର ବେହେରା, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡିଓ ଅଶୋକ କୁମାର ମହାନ୍ତି ପ୍ରମୁଖ ବନ୍ୟା ଘେରରେ ଥିବା ନୂଆପାଟଣା, ସିଂହଗାଁର ବିଭିନ୍ନ ପଡା ପରିଦର୍ଶନ କରି ବନ୍ୟା ସ୍ଥିତି ଓ ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ । ବୋଲି ନରେନ୍ଦ୍ର ଧଳ, ହିମାଶୁଂ ବିଶ୍ୱାଳ, କିଶୋର ରାଉତ, ନିରାକାର ବିଶ୍ୱାଳ, ତ୍ରୀନାଥ ମଲ୍ଲିକ, ଦେବ ସାମଲ ପ୍ରକାଶ କରିଛନ୍ତି ।

Next Post

ବିଧାୟକ ଓ ଜିଲ୍ଲାପାଳ ବନ୍ୟା ସ୍ଥିତି ସମୀକ୍ଷା ଓ ଜନ ଅଭିଯୋଗ ସଭା

Sat Aug 2 , 2025
ପଟ୍ଟାମୁଣ୍ଡାଇ ୨/୮- ଚଳିତ ବର୍ଷ ବ୍ରାହ୍ମଣୀ ଓ କାଣୀନଦୀର ଦୁଇ ଦୁଇ ଥର ବନ୍ୟା ଆସି ବ୍ୟାପକ କ୍ଷୟ କ୍ଷତି ଘଟିବା ସାଙ୍ଗକୁ ଗରିବ ଖଟିଖିଆ ଓ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି ।ଏହି ଅବସରରେ ଶନିବାର ବିଧାୟକ ଗଣେଶ୍ୱର ବେହେରାଙ୍କ ପୌରହିତ୍ୟରେ ସିଂହଗାଁ ତାରିଣୀ ମନ୍ଦିର ନିକଟରେ ଏକ ବନ୍ୟା ସ୍ଥିତି ସମୀକ୍ଷା ଓ ଜନ ଅଭିଯୋଗ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading