
ପଟ୍ଟାମୁଣ୍ଡାଇ ୨୬/୪ -, ରାଜ୍ୟ ଗଣ ଶିକ୍ଷା ବିଭାଗ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୁଜୟ କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଏମଏନ ହାଇସ୍କୁଲ ପରିଚାଳନା କମିଟି ସଭାପତି ତପନ କୁମାର ଦାଶ, ଉପ ସଭାପତି ଇତିଶ୍ରୀ ଦାଶ, ଅଭିଭାବକ ସଂଘ ସଭାପତି ଆଡଭୋକେଟ ଗୋପୀନାଥ ତ୍ରିପାଠୀ ଯୋଗ ଦେଇ ବିଦ୍ୟାଳୟର ସୁପରିଚାଳନା, ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ସାର୍ବିକ ବିକାଶ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଶିକ୍ଷକ ଅଶୋକ କୁମାର ଦାଶ ସ୍ୱାଗତ ଭାଷଣ ଓ ଶିକ୍ଷକ ତାପସ ବେହେରା ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ଥିଲେ। ଏହି ବୈଠକରେ ଛାତ୍ରୀଭିଭାବକ ରାଜେନ୍ଦ୍ର ଦାଶଙ୍କ ସମେତ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଶେଷରେ ଶିକ୍ଷୟତ୍ରୀ ଅନିତା ଧଳ ଧନ୍ୟବାଦ ଦେଇଥିଲେ।
