ଶାରଦୀୟ ଦୂର୍ଗାପୂଜା ପାଇଁ ପଟ୍ଟାମୁଣ୍ଡାଇ ଉତ୍ସବମୁଖର ,ମଣ୍ଡପରେ ଶୋଭା ପାଉଛନ୍ତି ୨୭ମେଢ଼

blank

ପଟ୍ଟାମୁଣ୍ଡାଇ ୩୦/୯ -ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ପାଇଁ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇପଡିଛି । ପ୍ରାୟ ୬୦/୭୦ବର୍ଷର ପୁରୁଣା ଏହି ଶାରଦୀୟ ଉତ୍ସବର ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଭାଗ ନେବାର ବିରଳ ପରମ୍ପରା ରହିଛି । ଚଳିତବର୍ଷ ଶାରଦୀୟ ଦୁର୍ଗା ପୂଜା ଉତ୍ସବକୁ ଯାକଯମକରେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ପଟ୍ଟାମୁଣ୍ଡାଇ ବଣିକ ସଂଘ, ବିଭିନ୍ନ ପୂଜା କମିଟି ଓ ପ୍ରଶାସନ ପୁରା ଦମରେ ଲାଗିପଡିଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ସାଜସଜ୍ଜା ଆକର୍ଷଣୀୟ ହୋଇଛି ।

blank

ପଟ୍ଟାମୁଣ୍ଡାଇ ଦୂର୍ଗା ପୂଜାର ସାରା ଓଡିଶାରେ ସ୍ୱତନ୍ତ୍ର ସୁନାମ ରହିଛି । କେନ୍ଦ୍ରାପଡ଼ା ଜିଲାରେ ପଟ୍ଟାମୁଣ୍ଡାଇ ଦୂର୍ଗା ପୂଜାର ନିଆରା ଆକର୍ଷଣ ସମସ୍ତଙ୍କୁ ପଟ୍ଟାମୁଣ୍ଡାଇ ମୁଁହା କରିଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ପ୍ରତ୍ୟେକ ଘରେ ଘରେ ଉତ୍ସବ ଲାଗି ରହିବା ସହିତ ବନ୍ଧୁ ପରିଜନକୁ ନେଇ ଘର ପୁରି ଉଠିଛି । ଜିଲାର ଅନ୍ୟ ଅଂଚଳରେ ଦୁର୍ଗାପୂଜା ହେଉଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ଦୁର୍ଗାପୁଜା ପାଇଁ ସମସ୍ତଙ୍କ ନଜରରେ ରହିଛି । ଚଳିତବର୍ଷ ପଟ୍ଟାମୁଣ୍ଡାଇ ସହରରେ ବଙ୍ଗାଳୀ ଦୁର୍ଗା, କଚେରୀ ଦୁର୍ଗା, ପୋଖରୀଆପଡା ଦୁର୍ଗା, ମା ଶାରଳା, ମହାବୀର, ଲକ୍ଷ୍ମୀନାରାୟଣ, ଗୃହଲକ୍ଷ୍ମୀ, ରାମଅଭିଷେକ, ନିତାଇଗୌର, ହରଗୌରୀ, ଲକ୍ଷ୍ମୀବରାହ, ମା’ ଗାୟତ୍ରୀ, ମା’ ସନ୍ତୋଷୀ,ଦଶ ଅବତାର, ମା’ ଅନ୍ନପୂର୍ଣ୍ଣା, ହରିହର ଭେଟ, ନୀଳମାଧବ, ସୂର୍ଯ୍ୟଦେବତା, ନୃସିଂହନାଥ, କୃଷ୍ଣ ବଳରାମ, ପଂଚମୁଖୀ ହନୁମାନ, ବାଳ ହନୁମାନ, ଶିବପାର୍ବତୀ, ବନଦୂର୍ଗା ରାଧାକୃଷ୍ଣ, ଗଙ୍ଗାମାତା ଆଦି ୨୭ଟି ମେଢ଼ ପୂଜା ଉତ୍ସବର ଶୋଭା ମଣ୍ଡନ କରିଛନ୍ତି । ସୋମବାର ମଣ୍ଡପରେ ସପ୍ତମୀ ପୂଜା ମଙ୍ଗଳବାର ଅଷ୍ଟମୀପୂଜା ହୋଇଥିଲା । ଏଥିନେଇ ବିବିନ୍ନ ଦୁର୍ଗା ମୃର୍ତି ତୋରଣ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

blank

ପଟ୍ଟାମୁଣ୍ଡାଇ ସହରର ଦୁର୍ଗାପୂଜା ଉତ୍ସବକୁ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ବାହିନୀ ପଇଁତରା ମାରିବା ସହିତ ଆଇନ ଶୃଙ୍ଖଳା ଉପରେ କଡା ନଜର ରଖିଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ, ତରଡ଼ିପାଳ, ଅମୃତମଣୋହି, ଚୌଦକୁଲାଟ ନୀଳକଣ୍ଠପୁର, ମାଳିପୁର, ବଡପଡା, ମଦନପୁର, ନିଳକଣ୍ଠପୁର ଆଦି ବିଭିନ୍ନ ସ୍ଥାନରେ ଶାରଦୀୟ ଦୂର୍ଗା ପୂଜାର ମାହୋଲ ସମଗ୍ର ଅଂଚଳକୁ ଉତ୍ସବ ମୁଖର କରିଦେଇଛି ।

blankblankblankblank

Next Post

ଦୁର୍ଗା ପୂଜାରେ ନିଆରା ପରମ୍ପରା , ମୁଣ୍ଡ ଉପରେ ଡହଡହ ନିଆଁ ଜାଳି, ମା’ଙ୍କୁ ଝୁଣାର ଧୂଆଁ ଅର୍ପଣ କରନ୍ତି ମାନସିକଧାରୀ ଭକ୍ତ

Wed Oct 1 , 2025
ଭକ୍ତର ଭକ୍ତିରେ ପଟାନ୍ତର ନାହିଁ । ମା’ଙ୍କ କରୁଣା ଟିକକ ପାଇବା ପାଇଁ ଭକ୍ତ କେତେ ନିଷ୍ଠା ଓ କାଷ୍ଠାରେ ଡାକିଥାଏ ମା’ଙ୍କୁ । ନିର୍ଜଳ ଉପବାସ ସାଙ୍ଗକୁ ଭକ୍ତିର ଅର୍ଘ୍ୟ ମା’ର ଚରଣ ତଳେ ଅଜାଡି ଦେଇ ନିଜକୁ ସମର୍ପଣ କରିଦିଏ । ଭକ୍ତର ନିର୍ବିକାର ଭକ୍ତିରେ ପ୍ରଶନ୍ନ ହୁଅନ୍ତି ମା’ । ସନ୍ତାନର ମନବାଞ୍ଛା ପୁରଣ କରିବାକୁ ଧରାଧାମକୁ ଓହ୍ଲେଇ ଆସି ଧରାବତରଣ କରିଛନ୍ତି ମହିଷାମର୍ଦ୍ଦିନୀ ମା’ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading