
ପଟ୍ଟାମୁଣ୍ଡାଇ ୨/୮ – ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପଜ୍ଞାନାନନ୍ଦଜୀଙ୍କ ୬୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଅଗଷ୍ଠ ୧୦ରେ ଏକ ରକ୍ତଦାନ ଶିବର ଆୟୋଜନ କରାଯିବ । ଏଥିନେଇ ଦିତୀୟ ପ୍ରସ୍ତୁତି ବୈଠକ ପଟ୍ଟାମୁଣ୍ଡାଇ ହରିହରାନନ୍ଦ ଧ୍ୟାନମନ୍ଦିର ବେଲତଳ ଠାରେ ଶନିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱାମୀ ସୁଗିଦାନନ୍ଦ ଗିରି, ସ୍ୱାମୀ ବ୍ରଜେଶାନନ୍ଦ ଗିରି , ସ୍ୱାମୀ ଧ୍ୟାନନିଷ୍ଠାନନ୍ଦ ଗିରି, ବାବା ଗୋପିନାଥ କର, ବାବା ଦୁଷ୍ମନ୍ତ ସାହୁ,ବାବା ବ୍ରଜ କିଶୋର ପଣ୍ଡା, ବାବା ଅଭିମନ୍ୟୁ ପଢିହାରୀ, ବାବା ପାବନୀ ରାଉତ ସଂଯୁକ୍ତା ବିଶ୍ୱାଳ , ନବେନ୍ଦୁ ବାଗଚି , ଗୈାରାଙ୍ଗ ଚରଣ ମହାନ୍ତି , ବିଜୟ ରାୟ ସମେତ ବହୁ ଶିଷ୍ୟଗଣ ଉପସ୍ଥିତ ରହି ଆଗାମୀ ଅଗଷ୍ଠ ୧୦ତାରିଖ ସକାଳ ୯ଟାରୁ ଅପରାହ୍ନ ଅଢେଇଟା ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତଦାନ ଶିବିରକୁ ସଫଳ କରିବା ସହିତ ବ୍ୟାପକ ପ୍ରଚାର ପ୍ରସାର କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା ।
