କେନ୍ଦ୍ରାପଡ଼ା,୨୫ା୫: ପ୍ରଥମ କରି ୩୦ ବର୍ଷରୁ କମ୍ ତରୁଣ ସୃଜନ ଶିଳ୍ପୀଙ୍କୁ ନେଇ ଏକ ନିଆରା କବିତା ଆସର “ତାରୁଣ୍ୟ ତରଙ୍ଗ” ଅନୁଷ୍ଠିତ ହୋଇଯାଇଛି। କଳା, ସଂସ୍କୃତି ଓ ବୌଦ୍ଧିକତା ବିକାଶ ଦିଗରେ କାର୍ଯ୍ୟରତ ଦୁଇ ପ୍ରତିବଦ୍ଧ ଅନୁଷ୍ଠାନ ସିମ୍ଫୋନି ଓ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜସ୍(କେମ୍)ର ମିଳିତ ପ୍ରୟାସରେ ସ୍ଥାନୀୟ ମାଧପୁର “ପୁନର୍ବାସ”ଠାରେ ଏହି ଭିନ୍ନ ସୃଜନ ଆସର ଆୟୋଜିତ ହୋଇଯାଇଛି। ଯୁବକବି ଗୋଲାପ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି […]
ପଟ୍ଟାମୁଣ୍ଡାଇ ୨୫/୫ – ଓଡ଼ିଶାର ସର୍ବବୃହତ ପଂଚକଳା କେନ୍ଦ୍ର ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର(ଗଡ଼ମେକର)ପକ୍ଷରୁ ୧୪୯ତମ ଗଣକବି ଗୋପାଳ ଦାଶ ଜୟନ୍ତୀ ଓ ୯୬ତମ ଭଜନ ସମ୍ରାଟ ଭିକାରି ବଳଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଗୀତିକବି ସୁଶାନ୍ତ ପାଣିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହରେ କଳା ମନ୍ଦିର ଅଧ୍ୟକ୍ଷ ରମେଶ ଦେ, ତାଳବାଦ୍ୟ ଗୁରୁ ସମୀରଞ୍ଜନ ଦାସ, ନୃତ୍ୟଗୁରୁ ବିଜୟ କୁମାର ଦାଶ ପ୍ରମୁଖ […]
କେନ୍ଦ୍ରାପଡ଼ା,୨୫ା୫: ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଓଡ଼ିଶାର କାଳଜୟୀ ସଙ୍ଗୀତଜ୍ଞ ଭଜନ ସମ୍ରାଟ ଭିକାରୀ ବଳଙ୍କ ୯୬ ତମ ପୁଣ୍ୟ ଜୟନ୍ତୀ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସତୀର୍ଥର ସମ୍ପାଦକ କବି ମନ୍ମଥ ବରାଳ ମୁଖ୍ୟ ଅତିଥି ଏବଂ ବାଣୀ […]
କେନ୍ଦ୍ରାପଡ଼ା,୨୫ା୫: ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀଗୁଡିକ ଆମ ଜୀବନ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡିକ ପାଳନ କରାଯାଏ । ଓଡିଶାରେ ପାଳନ କରାଯାଉଥିବା ପର୍ବ ଗୁଡିକ ମଧ୍ୟରୁ ଏକ କୃଷିଭିତ୍ତିକ ମହାନ୍ ପର୍ବ ଅଟେ ରଜ ଯାହା ଝିଅ, ବୋହୂମାନଙ୍କର ଏକ ପ୍ରଧାନ ପର୍ବ ଅଟେ । ପ୍ରତିବର୍ଷ ଭଳି ଚଳିତ ବର୍ଷ କିପରି ଶାନ୍ତିଶୃଙ୍ଖଳା ସହିତ ଏହି […]
ଜଳୁନି ଷ୍ଟ୍ରିଟ୍ ଲାଇଟ୍ ବଢ଼ୁଛି ଅସନ୍ତୋଷ,ଚୋରି ହୋଇଗଲାଣି ଲାଇଟ ପଟ୍ଟାମୁଣ୍ଡାଇ ୨୦/୫ – ଅନ୍ଧକାରରୁ ମୁକ୍ତି ପାଇଁ ଗାଁଗାଁରେ ଲାଗିଥିଲା ଷ୍ଟ୍ରିଟ ଲାଇଟ୍। ମାତ୍ର କିଛି ଦିନ ଜଳିବା ପରେ ତାହା ବନ୍ଦ ହୋଇଯାଉଥିବା ବେଳେ ଅନେକ ଚୋରି ହୋଇଯାଇଛି। ଏଭଳି ଘଟଣା ପଟ୍ଟାମୁଣ୍ଡାଇ ବ୍ଲକର ଅନେକ ପଂଚାୟତରେ ଦେଖିବାକୁ ମିଳିଛି। ଅନେକ ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍ ଲାଇଟ। ଗାଁରେ ବିଦ୍ୟୁତୀକରଣ ପାଇଁ ସରକାରଙ୍କ ପକ୍ଷରୁ ବିପୁଳ […]
ପଟ୍ଟାମୁଣଇ ୨୨/୫ -ଓଡିଶାକୁ ପୁଣି ଫେରିଲା କରୋନା। ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ହୋଇଥିବା ସୁଚନା ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ୨୫୭ କୋଭିଡ୍ ଭୁତାଣୁ ଚିହ୍ନଟ ହେଉଥିବା ବେଳେ ମୁମ୍ବାଇରେ ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହି ଭାରିଆଂଟକୁ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯିବାକୁ କୁହାଯାଇଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ […]
ପଟ୍ଟାମୁଣ୍ଡାଇ ତା ୨୪/୫- ପଟ୍ଟାମୁଣ୍ଡାଇ ଅଂଚଳର ଲୋକପ୍ରିୟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ାକ୍ତର ଗୋଲକ ବିହାରୀ ସ୍ୱାଇଁଙ୍କ ଧର୍ମପତ୍ନୀ ତଥା ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲର ଅନ୍ୟତମ ପ୍ରତିଷ୍ଠାତ୍ରୀ ମୟୀୟସୀ ଚିତ୍ରରେଖା ସ୍ୱାଇଁଙ୍କ ଏକାଦଶାହ ଅବସରରେ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଇଂ ଦେବବ୍ରତ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଘସିପୁରା ବିଧାୟକ ପୂର୍ବତନମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, […]
କେନ୍ଦ୍ରାପଡା,୨୪ା୫: ସରକାରୀ ଅବହେଳାର ଶିକାର ହୋଇଥିବା ଅକ୍ଷମ ତଥା ଅସହାୟ ୮୧ବର୍ଷ ବୟସ୍କ ବୃଦ୍ଧ ଶ୍ରୀଧର ସାହୁଙ୍କୁ ଆଜି ତାଙ୍କ କୋରୋ ବାସଭବନରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଭେଟି ତାଙ୍କ ଦୁଃସ୍ଥିତି ପ୍ରତି ସମ୍ବେଦନଶୀଳ ହୋଇ ଅସହାୟତାର ହାତ ବଢାଇଛନ୍ତି । ପିନ୍ଧାବସ୍ତ୍ର ତଥା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅତ୍ୟନ୍ତ ଅମାନବୀୟ ପରିବେଶରେ ଶ୍ରୀ ସାହୁଙ୍କୁ ଦେଖି ବିଧାୟକ ଉଦ୍ବେଗ ପ୍ରକାଶ କରିଛନ୍ତି । ସଂପ୍ରତି […]
ବାଇପାସ ରାସ୍ତା ପାଇଁ ଚାଲିଛି ବେଧଡ଼କ୍ କେନାଲ ଶଯ୍ୟା ଖୋଳା ବିପଦରେ ବ୍ରିଟିଶ ଅମଳର କେନାଲ ପଟ୍ଟାମୁଣ୍ଡାଇ ୨୧/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଓ ଗୋବରି ସମ୍ପ୍ରସାରିତ କେନାଲ ଏବେ ସ୍ଥିତି ହରାଇ ସଙ୍କୁଚିତ ହୋଇଚାଲିଛି । କେନାଲ ଶଯ୍ୟାକୁ ମାଟିମାଫିଆ ଖିନ୍ଭିନ୍ କରି ଲୁଟି ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ ବିକାଶ ନାମରେ ଠିକାସଂସ୍ଥା କେନାଲକୁ ପୋତି ପ୍ରକଳ୍ପ ତିଆରି କରୁଛି। ଫଳରେ ଏବେ ଚାଷଜମୀ ପାଇଁ ଜଳଯୋଗାଣକୁ ଅସମର୍ଥ […]
ପଟ୍ଟାମୁଣ୍ଡାଇ ୨୩/୫ – ‘ଅପରେସନ ସିନ୍ଦୂର’ର ସଫଳତାକୁ ପାଳନ କରିବା ଏବଂ ଆତଙ୍କବାଦ ବିରୋଧରେ ଦେଶର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଦେଶ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗତ ୧୩ ତାରିଖ ଠାରୁ ୨୩ ପର୍ଯ୍ୟନ୍ତ ସାରା ଦେଶରେ ୧୦ ଦିନ ବ୍ୟାପି ତ୍ରିରଙ୍ଗା ଯାତ୍ରା ପ୍ରଦର୍ଶନ କରିବାକୁ ଘୋଷଣା କରାଯାଇଥିଲା । ଏହିପରିପେକ୍ôଷିରେ ଭାରତବର୍ଷର ଏକତା ଅଖଣ୍ଡତା ସୁଦୃଢ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଠାରେ ତ୍ରିରଙ୍ଗା […]

