ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ସେବାକାର୍ଯ୍ୟ

blank
କେନ୍ଦ୍ରାପଡ଼ା,୧ା୮:ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ସ୍ଥିତ ପଲ୍ଲିଶ୍ରୀ ମହିଳା ସମିତିର ଶିଶୁ ଯତ୍ନ ଅନୁଷ୍ଠାନ ପରିସରରେ ଜନପ୍ରିୟ ଜନନେତା ସ୍ୱର୍ଗତ୍ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତିରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଗୁରୁପ୍ରସାଦ ମହାନ୍ତି ସଭାପତିତ୍ୱ କରି ଟ୍ରଷ୍ଟ ପକ୍ଷରୁ କରାଯାଉଥିବା ବିଭିନ୍ନ ସେବାକାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି ସଭା ପରିଚାଳନା କରିଥିବାବେଳେ ଟ୍ରଷ୍ଟି ସୁଶିଲ କୁମାର ସାମଲ, ପୂର୍ବତଟ ରେଳ ବିଭାଗ ଅଧିକାରୀ କବି ନିରାକାର ଦାସ, ମାଇକ୍ରୋ ଫାଇନାନ୍ସ ସଭାନେତ୍ରୀ ଅବନ୍ତୀ ବେହେରା, ସମାଜସେବୀ ଶ୍ରୀକାନ୍ତ ନାୟକ, ସ୍ୱର୍ଗତ୍ ମହାନ୍ତିଙ୍କ ବୋହୂ ସମାଜସେବୀ ଗାୟତ୍ରୀ ମହାନ୍ତି, ପ୍ରାଧ୍ୟାପକ ଡ. ଶଶିକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଭାଗବତ ବାବୁଙ୍କ ସ୍ମୃତି ବଖାଣି ଥିଲେ। କେନ୍ଦ୍ରାପଡା ଜିଲ୍ଲାରେ ସେ ଜଣେ ଜନପ୍ରିୟ ଜନନେତା ଥାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରି ନିଜର ଛାପ ଛାଡିଯାଇଛନ୍ତି। ସମାଜରେ ତାଙ୍କ ପରି ଜନନେତା ମିଳିବା ବିରଳ ବୋଲି ବକ୍ତାମାନେ କହିଥିଲେ। ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳିକା ମଞ୍ଜୁଳା ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଟ୍ରଷ୍ଟ ପକ୍ଷରୁ ଅନ୍ତେବାସିନୀମାନଙ୍କୁ ଛତା ଓ ମିଷ୍ଟାନ୍ନ ବଂଟନ କରାଯାଇଥିଲା। ଶେଷରେ ସମବାୟବିତ୍ ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପଲ୍ଲିଶ୍ରୀ କର୍ମଚାରୀ ଶାନ୍ତିଲତା ସେନାପତି, ସୂର୍ଯ୍ୟମଣି ଭୂୟାଁ, ଅକ୍ଷୟ ସେନାପତି, ରାଜେଶ ମହାପାତ୍ର, ସୁଧାଂଶୁ ଶେଖର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Next Post

ବନ୍ୟା ବିପନ୍ନଙ୍କୁ ମିଳିଲାନାହିଁ ରିଲିଫ୍‌: ବଢୁଛି ଅସନ୍ତୋଷ

Sat Aug 2 , 2025
ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ୬୩ଟି ଗାଁରେ ମାସେ ଧରି ବନ୍ୟା  ପଟ୍ଟାମୁଣ୍ଡାଇ ୨/୮- ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ଗତ ଜୁଲାଇ ୭ରୁ ଦୁଇଦୁଇଥର ପ୍ରଳୟଙ୍କରୀ ବନ୍ୟା ଆସି ୧୪ ପାଂୟତର ୫୫ ଗ୍ରାମ ସମେତ ପୌରାଂଚଳର ୧୧ ଓାଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ବହୁ ଗ୍ରାମ ବହ୍ୟଜଗତରୁ ବିଛିନ୍ନ ଅଛି । ଗରିବ ଖଟିଖିଆ ମୁଲିଆ ଶ୍ରେଣୀର ଲୋକମାନେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading