ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ପୌରପରିଷଦ ଶିଶୁ ଉଦ୍ୟାନ

blank
ପଟ୍ଟାମୁଣ୍ଡାଇ ତା ୨/୬- ଶିଶୁ ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବାବେଳେ ପଟ୍ଟାମୁଣ୍ଡାଇର କେନ୍ଦ୍ର ସ୍ଥଳରେ ଥିବା ଶିଶୁ ଉଦ୍ୟାନଟି ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହୋଇପଡିବା ସହିତ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି । ଯାହାଫଳରେ ଏହି ଉଦ୍ୟାନ ମଧ୍ୟକୁ ଯିବାକୁ ଶିଶୁ ମହିଳା ସମେତ ଲୋକମାନେ ଭୟ କରୁଛନ୍ତି ।

blank

ପ୍ରକାଶ ଯେ ଗତ ୨୦୧୬ ମସିହାରେ ତତ୍କାଳୀନ ସରକାର ସମୟରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକର କଲୋନୀ ମଧ୍ୟରେ କରାଯାଇଥିଲା ।  ଶିଶୁ ମାନଙ୍କ ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ଲକ୍ଷ୍ୟରେ ଏହି ଉଦ୍ୟାନ କରାଯାଇଥିଲା ।  ଏହି ଉଦ୍ୟାନ ମଧ୍ୟରେ ଶିଶୁ ମାନଙ୍କୁ ଆକର୍ଷଣୀୟ କରିବା ପାଇଁ ନକଲି ଜିରାଫ, ଓଟ ହାତୀ ଆଦି ବିଭିନ୍ନ ପଶୁ ମାନଙ୍କ ମୂର୍ତ୍ତି ସ୍ଥାପନ ସହ ୱାଟର ସ୍ପ୍ରେ, ଉଜ୍ୱଳ ଆଲୋକ ବ୍ୟବସ୍ଥା, ବିଭିନ୍ନ ବ୍ୟାୟାମ ସରଞ୍ଜାମ ଖଞ୍ଜା ଯାଇଥିଲା । ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ସମସ୍ତ ମୂର୍ତ୍ତି, ବ୍ୟାୟାମ ସାରଞ୍ଜାମ ଆଦି ଭାଙ୍ଗି ରୁଜି ଗଲାଣି । ଉଦ୍ୟାନ ମଧ୍ୟରେ ଥିବା ଘାସ ଗୁଡିକ କଟା ନଯିବାରୁ ଘାସ ଗଛ ବଡ଼ ହୋଇ ଜଙ୍ଗଲ ତିଆରି ହେଲାଣି । ଏଥି ସହିତ ଅନାବନା ଘାସ ସହ ବିଭିନ୍ନ ଅଦରକାରୀ ଗଛ ଗୁଡିକ ସୃଷ୍ଟି ହୋଇ ଜଙ୍ଗଲ ତିଆରି ହୋଇଥିଲେ ମଧ୍ୟ ପୌର କତୃପକ୍ଷଙ୍କ ଏଥି ପ୍ରତି ନିଘା ନାହିଁ । ଉଦ୍ୟାନ ମଧ୍ୟରେ ଥିବା ସିମେଣ୍ଟ ଚେୟାର ଭାଙ୍ଗିରୁଜି ଗଲାଣି । ବର୍ଷା ପବନ ଯୋଗୁଁ ଉଦ୍ୟାନ ମଧ୍ୟରେ ବଡ଼ ବଡ଼ ଗଛ ଉପୁଡି ପଡି ରହିଛି ।ଉଦ୍ୟାନ ଚାରି ପଟେ ଥିବା ଲୁହା ଗ୍ରିଲ ଗୁଡିକ ମଧ୍ୟ ଭାଙ୍ଗି ଗଲାଣି । ଏହି ଶିଶୁ ଉଦ୍ୟାନକୁ ଆକର୍ଷଣୀୟ ଓ ମନୋରମ କରିବା ପାଇଁ ଲାଗି ଥିବା ବିଭିନ୍ନ ପ୍ରକାର ଫୁଲ ଫଳ ଗଛ ଗୁଡିକ ମରିବାକୁ ବସିଲାଣି । ପଟ୍ଟାମୁଣ୍ଡାଇ ସହରର ପ୍ରାଣ କେନ୍ଦ୍ର ପଟ୍ଟାମୁଣ୍ଡାଇ ବ୍ଲକ କଲୋନୀ ମଧ୍ୟରେ ଶିଶୁ ଉଦ୍ୟାନ କରାଯାଇଥିବାରୁ ଏହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ପ୍ରତ୍ୟହ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରେ ପିଲାମାନଙ୍କ ଭିଡ଼ ଜମି ଥାଏ । ଦୀର୍ଘ ଦିନ ଧରି ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଶିଶୁ ଉଦ୍ୟାନଟି ଶ୍ରୀହୀନ ହୋଇ ପଡିଥିବାରୁ ପୂର୍ବ ଆକର୍ଷଣ ହରାଇ ବସିଛି । ସନ୍ଧ୍ୟା ସମୟରେ ଉଦ୍ୟାନରେ ନାମକୁ ମାତ୍ର କେତୋଟି ପିଲା ବୁଲାବୁଲି କରିବା ଦେଖାଯାଉଛି । ଶିଶୁ ଉଦ୍ୟାନଟି ଶ୍ରୀହୀନ ହୋଇପଡିଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ସରକାର ଓ ପୌର ପରିଷଦ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏହି ଶିଶୁ ଉଦ୍ୟାନର ପୂର୍ବ ଅବସ୍ଥା ଫେରାଇ ଆଣିବାକୁ ଦାବୀ ହେଉଛି ।

Next Post

ଆଧୁନିକ ଟେରାକୋଟା ଡିଜାଇନ ପ୍ରଶିକ୍ଷଣ ଶିବିର ଉଦଯାପିତ

Tue Jun 2 , 2026
କେନ୍ଦ୍ରାପଡ଼ା,୨ା୬:ସ୍ୱେଛାସେବୀ ଅନୁଷ୍ଠାନ ରାଇଡ୍ ପକ୍ଷରୁ ନାବାର୍ଡ ସହଯୋଗରେ ୧୫ଦିନ ଧରି ପରକୁଳା ପଞ୍ଚାୟତରେ ଚାଲିଥିବା ଅତ୍ୟାଧୁନିକ ଟେରାକୋଟା ଡିଜାଇନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ରାଇଡ୍‌ର ସମ୍ପାଦକ କିଶୋର ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ତୃଣମୂଳସ୍ତରୀୟ ପ୍ରଶିକ୍ଷଣ ଶିବରର ଉଦଯାପନୀ ଉତ୍ସବରେ ନାବାର୍ଡର ଏଡିଏମ ସ୍ମିତା ବଡଜେନା, ହସ୍ତଶିଳ୍ପର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି, ଓଡିଶା ଗ୍ରାମୀଣ ବ୍ୟାଙ୍କ କଳପଡା ଶାଖାର ଭାରପ୍ରାପ୍ତ ଶାଖା ପରିଚାଳକ ନିହାରରଞ୍ଜନ ବିଶ୍ୱାଳ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading