
କେନ୍ଦ୍ରାପଡା,୫ା୬: ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆନୁକୂଲ୍ୟରେ ଆୟୋଜିତ ୫ ଜୁନ ୨୦୨୫ ଦିନ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଉତ୍ସବରେ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ କରିଛି । ପ୍ରକୃତି ଓ ପରିବେଶକୁ ପରିବର୍ତ୍ତନ କରିବା, ପରିବେଶକୁ ସବୁଜ ସୁନ୍ଦର କରିବା, ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ଓ ବିଭିନ୍ନ ପରିବେଶ ସଚେତନତାମୂଳକ କାର୍ଯ୍ୟକ୍ରମ କରିବାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ର ଓ ଇକୋ କ୍ଲବ ଶିକ୍ଷକ ଜଗନ୍ନାଥ ପ୍ରସାଦ ଉପାଧ୍ୟାୟଙ୍କ ଅବଦାନ, ନିଷ୍ଠା ଓ ବଳିଷ୍ଠ ଉଦ୍ୟମ ଯୋଗୁଁ ଏହି ଅଦ୍ଭୁତପୂର୍ବ ସଫଳତା ପାଇଛି । ବିଦ୍ୟାଳୟର ଏଇ ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷିକା, ପରିଚାଳନା କମିଟି, ସ୍ଥାନୀୟ ସରପଞ୍ଚ ଦୀପାଞ୍ଜଳି ଜେନା, କବି ମନ୍ମଥ ବରାଳ, ହେମନ୍ତ ଜେନା, ସମାଜସେବୀ ମଳୟ କୁମାର ସାହୁ, ସଂଗୀତକାର ବିମଳ ପ୍ରସାଦ ପରିଡା ପ୍ରମୁଖ ତଥା ସ୍ଥାନୀୟ ବୁଦ୍ଧିଜୀବୀମାନେ ଶୁଭେଚ୍ଛା ଜଣାଇଛନ୍ତି ।
