ବନ୍ୟାରେ ପେଶୀ ହେଉଛନ୍ତି ଧୋୟାଞ୍ଚଳବାସୀ : ମିଳୁନି ରିଲିଫ , ଭୋକ ଉପାସରେ ବିପନ୍ନ , ଜନଶକ୍ତି ପାଟି ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ

blank
କେନ୍ଦ୍ରାପଡା-କେନ୍ଦ୍ରାପଡା ଜିଲ୍ଲାର ତିନୋଟି ବ୍ଲକର ଦୁଇଦୁଇଥର ବନ୍ୟା ଆସି ତିରିଶରୁ ଉର୍ଦ୍ଧ୍ୱ ପଂଚାୟତର ହଜାର ହଜାର ଲୋକ ପାଣି ଘେରରେ ଜଳବନ୍ଦି ହୋଇ ରହିଛନ୍ତି । ମାତ୍ର ପ୍ରଶାସନ ପକ୍ଷରୁ ଏଯାବତ୍ ରିଲିଫ, ଔଷଧ, ପାନୀୟଜଳ, ମହମବତୀ କି ଶୁଖିଲା ଖାଦ୍ୟ ପହଁଚାଯାଇପାରିନାହିଁ । ଫଳରେ ବହୁ ଗରିବ ପରିବାର ଭୋକ ଉପାସରେ କାଳାତିପାତ କରୁଥିବା ବେଳେ ଶନିବାର ଜନଶକ୍ତି ପାଟି ସଭାପତି ପ୍ରଦିପ ଦାଶ ସହିତ ଏକ ଟିମ ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳ ତରଡିପାଳ ଗ୍ରାମପଂଚାୟତ ହରିଜନ ସାହିର ବିପନ୍ନ ଲୋକଙ୍କୁ ପାଖରେ ପହଁଚି ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ରଜ୍ୟସରକାର ବନ୍ୟା ପ୍ରପିଡୀତଙ୍କୁ ସାହାଯ୍ୟ କରିବାରେ ଅସମର୍ଥ ଜାଣି ଶ୍ରୀ ଦାଶ କ୍ଷୋଭ ପ୍ରକାଶ କରିଥିଲେ । ସେ ଶନିବାର ଖବରଦାତାଙ୍କୁ ଏକ ବିବୃତୀରେ ପ୍ରକାଶ କରିିଥିଲେ ଯେ ଗତ ମାସେ ହେବ ବନ୍ୟା ଯୋଗୁଁ କେନ୍ଦ୍ରାପଡା ଜିଲାର ବହୁ ପରିବାର ଜଳବନ୍ଦୀ ହୋଇ ଦଃଖ କଷ୍ଠରେ ରହିଛନ୍ତି । ହେଲେ ବିପନ୍ନ ଲୋକଙ୍କ ପାଖରେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସାତ ସପନ ହୋଇଛି। ବନ୍ୟା ପୀଡିତ ଲୋକେ ଭଗବାନଙ୍କୁ ଭରସା କରି ଜୀବନ କାଟୁଛନ୍ତି। ବନ୍ୟାଂଚଳବାସୀଙ୍କ ପାଇଁ ରାଜ୍ୟ ସରକାର ପଲିଥିନି କି ମହମବତୀ ଯୋଗାଇ ନଥିବାବେଳେ ଖାଦ୍ୟ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ରାଜ୍ୟ ସରକାର ବନ୍ୟା ପରିସ୍ଥିତି ପରିଚାଳନାରେ ଅପାରଗ ସାବ୍ୟସ୍ତ ହୋଇଛନ୍ତି। ବନ୍ୟାଂଚଳବାସୀଙ୍କ ଅସହାୟତା ଅତ୍ୟନ୍ତ ଅବର୍ଣ୍ଣନୀୟ ଏବଂ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି। ବନ୍ୟାରେ ଜନସାଧାରଣଙ୍କ ବ୍ୟାପକ ଧନ ସମ୍ପତି ଓ ଫସଲ ହାନୀ ହେବା ସହିତ ବହୁ ଗୃହପାଳିତ ପଶୁ ନିଖୋଜ ଅଛନ୍ତି। ବର୍ତମାନ ସୁଦ୍ଧା ଶୁଖିଲା ଓ ରନ୍ଧା ଖାଦ୍ୟ, ମହମବତୀ, ତାରପୋଲିନ ଜରି ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦେବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି। ପାନୀୟ ଜଳ ଅଭାବ କାରଣରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ବନ୍ୟା ପାଣି କାରଣରୁ ବିଷାକ୍ତ ସାପ ମଧ୍ୟ ଘର ଭିତରକୁ ପଶି ଯାଉଥିବାବେଳେ କୁମ୍ଭିର ଗାଁ ଦାଣ୍ଡରେ ବିଚରଣ କରୁଥିବା ଲୋକେ କୁହନ୍ତି । ବୟସ୍କ ଓ ଛୋଟ ଛୋଟ ପିଲାମାନଙ୍କ ଜୀବନ ବିପଦରେ ପଡିଛି। ବନ୍ୟା ହେବାର ୨୮ ଦିନ ପରେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ରାପଡା ଜିଲାକୁ କୈାଣସି ରିଲିଫ ଦିଆଯାଇନାହିଁ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାଖ ପଡୋଶୀ ୩ଟି ଜିଲା ବନ୍ୟାଂଚଳ ପରିଦର୍ଶନ କରିବା ପରେ ରିଲିଫ ଯୋଗାଇ ଦେବାର ଘୋଷଣା କଲେ । ମାତ୍ର କେନ୍ଦ୍ରାପଡା ଜିଲା କଥା ଭୁଲିଗଲେ । କିନ୍ତୁ ବର୍ତମାନ ସୁଦ୍ଧା କେନ୍ଦ୍ରାପଡା ଜିଲାରେ ରିଲିଫ ସାମଗ୍ରୀ ପହଂଚିନାହିଁ। କେନ୍ଦ୍ରାପଡା ବାସୀଙ୍କ ପ୍ରତି ରାଜ୍ୟ ସରକାର ନୈତିକତା, ଦାୟିତ୍ୱବୋଧ ଓ ଉତରଦାୟିତ୍ୱକୁ ନିର୍ବାହ କରୁନାହାନ୍ତି । ବନ୍ୟା ମୁକବିଲାରେ ପ୍ରସାସନିକ ବିଫଳତାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସରକାର ଓ ପ୍ରଶାସନକୁ ଆମର ଅନୁରୋଧ, ଜନସାଧାରଣଙ୍କ ପାଇଁ ଯେଉଁ ସୁବିଧା ସୁଯୋଗ ଅଛି ତାକୁ ସେମାନଙ୍କ ନିକଟରେ ପହଁଚାନ୍ତୁ । ବନ୍ୟାଂଚଳ ପରିଦର୍ଶନ କରନ୍ତୁ ଓ ତୁରନ୍ତ କେନ୍ଦ୍ରାପଡା ବନ୍ୟା ଘୋଷଣା କରିବା ସହ ଜଳବନ୍ଦୀ ଲୋକଙ୍କ ପାଖରେ ସମସ୍ତ ସହଯୋଗ ପହଁଚାନ୍ତୁ ବୋଲି ସେ ଦାବୀ କରିଛନ୍ତି। “ଅନ୍ୟପକ୍ଷରେ ଗତ ୨୮ ଦିନର ବନ୍ୟା ପରିସ୍ଥିତିରେ କୌଣସି ମନ୍ତ୍ରୀ, ସାଂସଦଙ୍କ ପକ୍ଷରୁ ବିପନ୍ନଙ୍କୁ ସହାୟତା ତ ଦୂରର କଥା ସମବେଦନା ଜଣାଇବାକୁ ଆସି ନ ଥିବା ଅଭିଯୋଗ ହେଉଛି । ଶନିବାର ଭାଜପା ପକ୍ଷରୁ ମିଶ୍ରଣ ପର୍ବ କରାଯାଇ ସାଂସଦଙ୍କ ଉପସ୍ଥିତ ଦେଖାଯାଇଥିଲା । ହେଲେ ତାଙ୍କର ବନ୍ୟା ବିପନଙ୍କ କଥା ମନେପଡିନଥିଲା । ଯାହାକୁ ନେଇ ଧୋୟାଂଚଳ ବାସୀଙ୍କ ମନରେ ଅଶାନ୍ତିର ବତାବରଣ ଖେଳିଯାଇଛି ।

Next Post

କେନ୍ଦ୍ରାପଡାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ

Sun Aug 3 , 2025
କେନ୍ଦ୍ରାପଡ଼ା ତା୨/୮: କେନ୍ଦ୍ରାପଡା ସ୍ଥାନୀୟ ସଂସ୍କୃତି ଭବନରେ କେନ୍ଦ୍ରାପଡା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସ୍ତରୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଭିନ୍ନ ଦଳରୁ ଆସିଥିବା ପ୍ରାୟ ଶତାଧିକ କର୍ମି ବିଜେପିରେ ମିଶିଥିଲେ । ମହାକାଳପଡାରୁ ୩୬ଜଣ, ମାର୍ଶାଘାଇରୁ ୧୨ଜଣ, କେନ୍ଦ୍ରାପଡାରୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading