ପଟ୍ଟାମୁଣ୍ଡାଇରେ ରାମଚରିତ ମାନସ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପିତ

blank
ପଟ୍ଟାମୁଣ୍ଡାଇ ୭/୪ -ପଟ୍ଟାମୁଣ୍ଡାଇ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ଓ ବଣିକ ସଂଘ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ମାନସ ମଣ୍ଡପ ଠାରେ ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ ଗତ ରବିବାର ଶ୍ରୀରାମ ନବମୀ ଅବସରରେ ଉଦଯାପିତ ହୋଇଯାଇଛି । ୯ ଦିନ ବ୍ୟାପି ଆୟୋଜିତ ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ଦିବସରେ ସତସଙ୍ଗ ମହିମା ଓ ଶିବ ବିବାହ, ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମ, ବାଲ୍ୟଲୀଳା, ତୃତୀୟ ଦିବସରେ ସୀତା ବିବାହ ଓ ପର୍ଶୁରାମ ଭେଟ, ଚତୁର୍ଥ ଦିବସରେ ଶ୍ରୀରାମ ବନ ଗମନ, କୈବର୍ତ ପ୍ରସଙ୍ଗ,ପଂଚମ ଦିବସରେ ଦଶରଥ ମହାରାଜାଙ୍କ ମହାପରାୟଣ ଓ ଭରତଙ୍କ ଚିତ୍ରକୂଟ ଯାତ୍ରା, ଷଷ୍ଠ ଦିବସରେ ଶ୍ରୀରାମ ଭରତ ମିଳନ ଓ ସୀତା ହରଣ,ସପ୍ତମ ଦିବସରେ ଶ୍ରୀରାମ ହନୁମାନ ମିଳନ, ଲଙ୍କା ଦହନ, ଅଷ୍ଟମ ଦିବସରେ ରାବଣ ବଧ ଓ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତନ ଓ ନବମ ତଥା ଉଦଯାପନ ଦିବସରେ ଶ୍ରୀରାମଙ୍କ ରାଜ୍ୟାଭିଷେକ,କାଳ ଭୂଷଣ୍ଡି ଓ ଗରୁଡ଼ ସମ୍ବାଦ ଆଦି ବିଭିନ୍ନ ପ୍ରସଙ୍ଗରେ ପ୍ରତିଷ୍ଠିତ ପ୍ରବଚକ ଢେଙ୍କାନାଳ ତାତ୍ୱିକ ବିଶ୍ଳେଷଣ ଭୁବନ ଆଶ୍ରମର ପଣ୍ଡିତ ସନ୍ତୋଷ ଚୈତନ୍ୟ, କରିବା ସହିତ ଦିବ୍ୟ ଜଗତପୁର ହରିହରାନନ୍ଦ ଆଶ୍ରମର ତ୍ରିଜୀବ ଦାଶ, ଅନୁଗୁଳର ଅନ୍ତର୍ଯ୍ୟାମୀ ମହାରାଜ,ଭଦ୍ରକ ପୀରହାଟର ପଣ୍ଡିତ ବିଜୟ ରାଘବେନ୍ଦ୍ର ଦାସ, ଭୁବନେଶ୍ୱରର ଡ଼ ପ୍ରଫୁଲ୍ଲ ମିଶ୍ର ପ୍ରମୁଖ ତାତ୍ୱିକ ବିଶ୍ଳେଷଣ କରିବା ସହିତ ଦିବ୍ୟ ବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ସଭାପତି କିରଣ ଭୂୟାଁ ବଣିକ ସଂଘ ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ, ମାନସ କମିଟି ଉପସଭାପତି ବ୍ରଜ ସୁନ୍ଦର ସାହୁ ଯୁଗ୍ମ ସମ୍ପାଦକ ଚତୃର୍ଭୁଜ ରାଉଳ, ଗୀତା ଚାରଣ ସମିତି ସଭାପତି ପ୍ରମୋଦ ନାୟକ, ଆଡ଼ଭୋକେଟ ସଞ୍ଜୟ ସାହୁ,ବଣିକ ସଂଘ ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ, ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ନୃସିଂହ ପାଢ଼ୀ, ଅଚ୍ୟୁତାନନ୍ଦ ଜେନା ପ୍ରମୁଖ ପରିଚାଳନା କରିଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ଆୟୋଜିତ ପ୍ରବଚନ ଓ ସାଧୁସନ୍ଥଙ୍କ ଆଶ୍ରୀ ବଚନ ଶୁଣିବା ପାଇଁ ପ୍ରତ୍ୟହ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

Next Post

ପଟ୍ଟାମୁଣ୍ଡାଇ ଓକିଲ ସଂଘ ନବନିର୍ବାଚିତ କର୍ମକର୍ତାଙ୍କ ଶପଥ ଗ୍ରହଣ

Mon Apr 7 , 2025
ପଟ୍ଟାମଣ୍ଡାଇ ୭/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବାରର ନବନିର୍ବାଚିତ କର୍ମକର୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଶନିବାର କୋଟ ବାର ହଲରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି । ପଟ୍ଟାମୁଣ୍ଡାଇ ଓକିଲ ସଂଘର ସଦସ୍ୟମାନଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ଆଇନଜୀବୀ ଭିମସେନ ପ୍ରଧାନ ନବନିର୍ବାଚିତ ସଭାପତି ସୂର୍ଯ୍ୟରଞ୍ଜନ ରାଉଳ, ସଂପାଦକ ରବୀନ୍ଦ୍ର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading