ମଠସାହି ସ୍କୁଲରେ ମାତୃ ସମ୍ମିଳନୀ

blank
ପଟ୍ଟାମୁଣ୍ଡାଇ ତା ୯/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଢାଖଣ୍ଡ – ମଠସାହି ଉନ୍ନୀତ ଉପ୍ରା ବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ ଅବସରରେ ଏକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟତ୍ରୀ ନିବେଦିତା ଦାଶଙ୍କ ପୌରହିତ୍ୟରେ ଆୟୋଜିତ ମାତୃ ସମ୍ମିଳନୀର ଉଦଘାଟନ ଉତ୍ସବରେ ପୂର୍ବତନ ପ୍ରଧାନଶିକ୍ଷକ ଶିକ୍ଷାବିତ ରାମ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି,ସି ଏସ ଏ ସସ୍ମିତା ଓଝା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।ଏଇ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଓ ମା ମାନେ ପୁରସ୍କୃତ କରିଥିଲେ।ପ୍ରଧାନଶିକ୍ଷୟତ୍ରୀ ନିବେଦିତା ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ସହକାରୀ ଶିକ୍ଷାଧିକାରୀ ପ୍ରେମବାଳା ମହାପାତ୍ର ଓ ସୁନୀତି ଦାଶ, କ୍ଲଷ୍ଟର ସି ଆର ସି ସି ସଞ୍ଜୟ ସାହୁ ଓ ସି ଆର ସି ସି ଲଷ୍ମଣ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁଙ୍କ ବିକାଶରେ ମା ‘ଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏଇ ଅବସରରେ ମା ମାନଙ୍କ ମଧ୍ୟରେ ଆୟୋଜିତ ମ୍ୟୁଜିକ ଚେୟାର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ମା ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜୀବ ପରିଡା, ଜଗନ୍ନାଥ ନାୟକ,ଅଜିତ ପାତ୍ର, ମିନତୀ ପଣ୍ଡା, ସନ୍ଧ୍ୟାରାଣୀ ଦାଶ ପ୍ରମୁଖ ପରିଚାଳନା କରିଥିଲେ । ଏହି ମାତୃ ସମ୍ମିଳନୀରେ ଶତାଧିକ ମହିଳା ଯୋଗ ଦେଇଥିଲେ ।

Next Post

ଇତିହାସ ରଚିଲା ଭାରତ, ୨୫ ବର୍ଷ ପରେ ୨୦୨୫ରେ ପ୍ରତିଶୋଧ ନେଲା

Mon Mar 10 , 2025
ଦୁବାଇ ୯/୩-ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି। ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ୭୬ ରନ୍ କରିଥିବାବେଳେ ଶୁବମନ ଗିଲ୍ ୩୧ ରନ୍ କରିଥିଲେ। ବିରାଟ କୋହଲି ଏକ ରନ୍ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading