ରାଜ୍ୟସ୍ତରୀୟ ଯୁବଉତ୍ସବ ପାଇଁ କେନ୍ଦ୍ରାପଡାରୁ ୩୧ପ୍ରତିଯୋଗୀଙ୍କ ଭୁବନେଶ୍ୱର ଯାତ୍ରା

blank
କେନ୍ଦ୍ରାପଡ଼ା,୨୪ା୧୨:ଜିଲ୍ଲାସ୍ତରୀଯୁବ ମହୋତ୍ସବରେ ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନେ ରାଜ୍ୟସ୍ତରରେ ଆୟୋଜିତ ହେବାକୁ ଥିବା ଯୁବ ମହୋତ୍ସବରେ ଯୋଗଦେବା ପାଇଁ ମଙ୍ଗଳବାର ଭୁବନେଶ୍ୱର ଯାତ୍ରା କରିଛନ୍ତି। ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଠାରୁ ୩୧ ଜଣ ପ୍ରତିଯୋଗୀ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ବସ ଯୋଗେ ଯାଇଛନ୍ତି। ଆଜି ସକାଳେ ଜିଲ୍ଲାପାଳ ରଘୁରାମ ଆର. ଆୟର ପ୍ରତିଯୋଗୀ ମାନଙ୍କୁ ଯାତ୍ରା ପୂର୍ବରୁ ଉତ୍ସାହିତ କରିବା ସହିତ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି। ଜିଲ୍ଲାପାଳ ଶ୍ରୀ ଆୟର ପତକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୨୪ ଡିସେମ୍ବରରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Next Post

ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ

Wed Dec 24 , 2025
କେନ୍ଦ୍ରାପଡ଼ା,୨୪ା୧୨:ଚଳିତମାସ୧୮ତାରିଖରେ ବାଂଲାଦେଶରେ ଶ୍ରମିକ ଭାବେ କାମ କରୁଥିବା ଦିପୁଚନ୍ଦ୍ର ଦାସଙ୍କୁ ବିଧର୍ମୀ କଟ୍ଟର ପନ୍ଥିଙ୍କ ଦ୍ୱାରା ନିର୍ମମ ମାଡ଼ ମାରି ଗଛରେ ବାନ୍ଧି ଜୀବନ୍ତ ଅବସ୍ଥାରେ ନିଆଁ ଲଗାଇ ହତ୍ୟା କରାଯାଇଥିଲା। ଏଥିସହିତ ସେହି ହତ୍ୟାକୁ ଗଣ ପର୍ବ ଭଳି ପାଳନ କରାଯାଇ ଥିଲା। ସେହି ଘଟଣାର ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଆଜି ଅପରାହ୍ନରେ ନୂଆ ବସ୍‌ଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବାଂଲାଦେଶର ହିନ୍ଦୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading