କେନ୍ଦ୍ରାପଡା କଲେଜ ପୁରାତନ ଛାତ୍ରସଂସଦ ପ୍ରତିନିଧିଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

blank
କେନ୍ଦ୍ରାପଡ଼ା,୧୮ା୬: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ଜିଲ୍ଲା ପ୍ରଦକ୍ଷଣ ଭବନରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟି କଲେଜ ଜମିର ସୁରକ୍ଷା ଓ କେନ୍ଦ୍ରାପଡା କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀ ସୂରଜ ଏଥିରେ ସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାର ପ୍ରଥମେ ଏହି କଲେଜକୁ ସରକାରୀ ଶିକ୍ଷାନୁଷ୍ଠାନରେ ପରିଣତ କରିବେ ବୋଲି ଆଲୋଚନା ସମୟରେ ପ୍ରକାଶ କରିଥିଲେ। ଛାତ୍ର ସଂସଦର ସଭାପତି ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡାଙ୍କ ପରାମର୍ଶ କ୍ରମେ ସମ୍ପାଦକ ଡ. ପ୍ରମୋଦ କୁମାର ଦାସ ଓ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟକାରିଣୀ ସଭ୍ୟ ଚିତ୍ତରଞ୍ଜନ ଦାସ ଏହି ପ୍ରତିନିଧି ମଣ୍ଡଳୀରେ ଯାଇ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଭେଟିଥିଲେ।

Next Post

ବିଦ୍ୟୁତ ଆଘାତରେ ପମ୍ପ ଅପରେଟର ମୃତ

Wed Jun 18 , 2025
ଶବରଖି  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ଡେରାବିଶ,୧୮ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମ ପଂଚାୟତ ଅଧିନ ନରିଲୋ ପମ୍ପ ହାଉସରେ ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ବୁଧବାର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ହରିହର ମଲ୍ଲିକ (୩୩)। ହରିହର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading