ଶିବ ପ୍ରସାଦ ଭଳ ବିଜେଡି ଜିଲ୍ଲା ସଭାପତି

blank
କେନ୍ଦ୍ରାପଡ଼ା,୪ା୮:ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଶିବ ପ୍ରସାଦ ଭଳଙ୍କ ନାମ କେନ୍ଦ୍ରାପଡା ଜିଲ୍ଲା ସଭାପତି ଭାବେ ଘୋଷଣା କରିଛନ୍ତି । ଶ୍ରୀ ଭଳ ଜଣେ ଦକ୍ଷ ସଂଗଠକ ଭାବେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଛନ୍ତି। ୨୦୨୦ମସିହାରେ ବିଜୁ ଜନତା ଦଳ ସମର୍ଥନରେ ଉପନିର୍ବାଚନରେ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ପଞ୍ଚାୟତ ସମିତିର ବହୁବିଧ ବିକାଶ କରିଥିଲେ। ୨୦୧୨ମସିହାରେ ଶ୍ରୀ ଭଳଙ୍କ ପତ୍ନୀ ନିବେଦିତା ସାମଲ କେନ୍ଦ୍ରାପଡା ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ । ଏକ ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଭଳଙ୍କୁ ଏହି ପଦରେ ନିଯୁକ୍ତି ମିଳିଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ଭଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଜେଡି ସୁପ୍ରିମୋ ମୋ ଉପରେ ଭରସା କରି ଯେଉଁ ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି ତାହାକୁ ସୂଚାରୁ ରୁପେ ସମ୍ପାଦନ କରି ଦଳକୁ ଅଧିକ ସୁଦୃଢ କରିବାକୁ ଉଦ୍ୟମ କରିବି। ସମସ୍ତ ଦଳୀୟ କର୍ମୀଙ୍କୁ ସାଥିରେ ନେଇ ଜିଲ୍ଲାର ବିକାଶ ପାଇଁ ସଂଗ୍ରାମ ଜାରି ରଖିବି ବୋଲି ସେ କହିଛନ୍ତି।

Next Post

ଶ୍ରୀବଳଦେବଜୀଉଙ୍କ ଝୁଲଣଯାତ୍ରା ଆରମ୍ଭ

Mon Aug 4 , 2025
କେନ୍ଦ୍ରାପଡ଼ା,୪ା୮:ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ପବିତ୍ର ଝୁଲଣ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଛି। ଏଥର ଛଅ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଚାଲିବ। କାରଣ ଶ୍ରାବଣ ମାସ ଶୁକ୍ଳପକ୍ଷ ଷୋଳ ଦିନ ଥିବାରୁ ଦଶମୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଛଅ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି ସମ୍ପନ୍ନ ହେବା ପରେ ବାସୁଦେବ ମନ୍ଦିରରୁ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ରାଧାକୃଷ୍ଣଙ୍କୁ ଭଣ୍ଡାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading