
କେନ୍ଦ୍ରାପଡା,୧୮ା୮: କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଜନନାୟକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୂର୍ଣ୍ଣ ଆରୋଗ୍ୟ କାମନା କରି ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି । ଏହି ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ବେହେରା କହିଛନ୍ତି ଯେ ନବୀନ ବାବୁ କେବଳ ବିଜେଡିର ନେତା ନୁହନ୍ତି ସେ ଓଡିଶାବାସୀଙ୍କର ଆତ୍ମା ଓ ବିଶ୍ୱାସର ପ୍ରତୀକ । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁନର୍ବାର ଜନସେବାରେ ନିଜକୁ ସମର୍ପିତ କରନ୍ତୁ ତାହା ଓଡିଶାବାସୀ ଚାହାଁନ୍ତି । ସମୃଦ୍ଧ ଓଡିଶା ଗଠନରେ ନବୀନବାବୁଙ୍କ ଭୂମିକା ଅପରିହାର୍ଯ୍ୟ । କାରଣ ତାଙ୍କ ଭିତରେ ଅନେକ ସମ୍ଭାବନା ରାଜ୍ୟବାସୀ ଦେଖୁଛନ୍ତି । ଏଥିନିମନ୍ତେ କେନ୍ଦ୍ରାପଡାରେ ଏହି ଦୀପଦାନ କାର୍ଯ୍ୟକ୍ରମରେ ବିଜୁ ପରିବାରର ଦଳୀୟ କର୍ମକର୍ତ୍ତା, ଲୋକ ପ୍ରତିନିଧି, ଶୁଭେଚ୍ଛୁ ଓ ସମର୍ଥକମାନେ ଆଶାଶିତ ଭାବରେ ସାମିଲ ହୋଇ ପ୍ରିୟ ନେତାଙ୍କ ପାଇଁ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସନ୍ଧ୍ୟାରେ ଆୟୋଜିତ ଏହି ପବିତ୍ର ଦୀପଦାନ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶିବପ୍ରସାଦ ଭୋଳ, ଲିଲିତା ଦାସ, ରାଜେଶ ଦାସ, ରୋସନା ଦାହୁ, ସରିତା ସାହୁ, ସେକ୍ ଇଲିୟାତ, ଆଲୋକ ସାହୁ, ରଶ୍ମିରଞ୍ଜନ ରାଉତ, ହିରଣ୍ୟ ପଣ୍ଡା, ଆକାଶ ବେହେରା, ବାପି ନାୟକ, ରଞ୍ଜିତ ସାହୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ପ୍ରଦୀପ୍ତ ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତି, ଗଣେଶ ମେକାପ, ଅକ୍ଷୟ ମେକାପ, ଆଶିଷ ମେକାପ, ରାଜୀବ ଜେନା, ସଞ୍ଜୟ ସାମଲ, ରାମଚନ୍ଦ୍ର ସାହୁ, ପ୍ରଶାନ୍ତ ସିଂହ, ଦେବାଶୀଷ କୁବେର, ସରୋଜକାନ୍ତ ସାହୁ, ମୋହନ ଆଚାର୍ଯ୍ୟ, ଅଶ୍ୱିନୀ ପାତ୍ର, ସୁରେଶ ମହାନ୍ତି, ପରଭେଜ ଅକ୍ତର, ଅଭିମନ୍ୟୁ ମହାନ୍ତି, ନିରଞ୍ଜନ ବାରିକ, ପ୍ରତାପ ନାରାୟଣ ମହାପାତ୍ର, ଶଶାଙ୍କ ଶେଖର ବିଶ୍ୱାଳ, ବିଜୟ ମଣ୍ଡଳ, ବିଶ୍ୱଜିତ ସାମଲ, ଅଭିରାମ ବେହେରା, ଲୋପାମୁଦ୍ରା ବାରିକ ପ୍ରମୁଖ ସାମିଲ ହୋଇଥିଲେ ।
