
ପଟ୍ଟାମୁଣ୍ଡାଇ ତା ୨୮/୫- ପଟ୍ଟାମୁଣ୍ଡାଇ ସହର ସମେତ ପୌରାଞ୍ଚକର ବିଭିନ୍ନ ୱାର୍ଡରୁ ଜଳନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ଉଦେଶ୍ୟରେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ଜିଟି 19 ତାରିଖରେ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମିଳିତ ଜନଶୁଣାଣୀ ଶିବିରରେ ବିଆଯାଇଥିବା 10 ଦଫା ସମ୍ବଳିତ ଦାବୀପତ୍ରରେ ପଟ୍ଟାମୁଣ୍ଡାଇ ସହରରୁ ଜଳ ନିଷ୍କାସନ ପାଇଁ ନୂତନ ଡ୍ରେନ ନିର୍ମାଣ, ପୁରାତନ ଡ୍ରେନ ସଫେଇ ଆଦି ଦାବୀ କରାଯାରଥିଲା । ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ସେପରି କିଛି ଆଗୁଆ ପଦକ୍ଷେପ ନିଆଗଲାନାହିଁ । ଫଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ପଟ୍ଟାମୁଣ୍ଡାଇ ଜଳାର୍ଣ୍ଣବ ହୋଇ ଲୋକେ ହୀନସ୍ତା ଭୋଗିଲେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପଟ୍ଟାମୁଣ୍ଡାଇ ସହର ସମେତ ପୌରାଞ୍ଚଳର ବିଭିନ୍ନ ୱାର୍ଡରୁ ଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ ଦାବୀ କରିଛନ୍ତି ।
