ଟ୍ରଷ୍ଟ ପକ୍ଷରୁ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ

blank
କେନ୍ଦ୍ରାପଡ଼ା,୨୧ା୮:ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ ଗରୀବ ମେଧାବୀ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆଳିଜଙ୍ଗା ସ୍ଥିତ ହଳଦିଡିହ ଗ୍ରାମର ସ୍ୱର୍ଗତ ସବ୍ୟସାଚୀ ନାୟକ ଓ କାଞ୍ଚନବାଳା ନାୟକଙ୍କ ଘରେ ପହଞ୍ଚି ତାଙ୍କ ଝିଅ ତଥା +୨ ବାଣିଜ୍ୟ ଛାତ୍ରୀ ରୋଜାଲିନ ନାୟକଙ୍କୁ ମେଧାବୃତ୍ତି ପ୍ରଦାନ କରିବା ସହ ତାଙ୍କର ଉତରତ୍ତୋର ଉନ୍ନତିକାମନା କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରଷ୍ଟ ପକ୍ଷରୁ ଗରୀବ ତଥା ଅସହାୟ ଲୋକମାନଙ୍କୁ ଆବଶ୍ୟକ ସମୟରେ ଆର୍ଥିକ ସହାୟତା ଏବଂ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠପଢିବା ପାଇଁ ମୋଧାବୃତ୍ତି ପ୍ରଦାନ କରାଯିବା ସହ ଘରପୋଡି, ବନ୍ୟା, ବାତ୍ୟା ଭଳି ଦୈବୀଦୂର୍ବିପାକ ସମୟରେ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ, ବସ୍ତ୍ର, ରୋଷେଇ ସାମଗ୍ରୀ, ଚୂଡା,ଚାଉଳ, ବିସ୍କୁଟ, ରାସନ ପ୍ରଭୃତି ଏବଂ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦୀର୍ଘ ବର୍ଷ ଧରି ପ୍ରଦାନ କରାଯାଇ ଆସୁଅଛି। ଟ୍ରଷ୍ଟର ଏଭଳି ସମାଜସେବାମୂଳକ କାର୍ଯ୍ୟକୁ ଅନେକ ସମୟରେ ବହୁ ପ୍ରଶଂସା ମିଳିଛି।

Next Post

ଗାଁସାଥୀଙ୍କ ଡାଟାବେସ ସଠିକ ଭାବେ ପ୍ରସ୍ତୁତ ପାଇଁ ଦାବି , ରାଜ୍ୟ ସରକାରଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କର-ଗାଁସାଥୀ ସଙ୍ଘ

Thu Aug 21 , 2025
କେନ୍ଦ୍ରାପଡ଼ା,୨୧ା୮: ଗାଁସାଥୀଙ୍କ ଡାଟାବେସ ସଠିକ ଭାବରେ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ତୁରନ୍ତ ପଠାଇବାକୁ ଗାଁସାଥୀ(ମେଟ୍‌)ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ପତ୍ର ସଂଖ୍ୟା-୨୦୮୭୭,ତା ୩୧. ୦୭. ୨୦୨୫ରିଖର ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଜିଲ୍ଲାର ୯ଟି ବ୍ଲକକୁ ଏସମ୍ପର୍କରେ ଅବଗତ କରାଯିବା ସହ ରାଜ୍ୟ ସରକାର ମାଗିଥିବା ସମସ୍ତ ତଥ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading