ରାସ୍ତାରେ ଜମୁଛି ଅପରିସ୍କାର ପାଣି : ପରିବେଶ ଦୂଷିତ,ବିଦ୍ୟାର୍ଥୀ ହନ୍ତସନ୍ତ, ଜନସାଧାରଣ ଓ ରୋଗୀମାନେ ଯାତାୟାତ ପାଇଁ କୁଣ୍ଠାବୋଧ

blank

ପଟ୍ଟାମୁଣ୍ଡାଇ ୨/୭-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ଜମି ରହିଥିବାରୁ ଛାତ୍ରୀଛାତ୍ରମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ପୋଖରିଆପଡା ଗ୍ରାମର ଲେଙ୍କା ଘର ପାଖରୁ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ୨୦୦ ମିଟର ରାସ୍ତାର ମଧ୍ୟଭାଗରେ ପ୍ରାୟ ୫୦ରୁ ୮୦ ଫୁଟ ଲମ୍ବା ବର୍ଷାପାଣି ଜମି ରହିଥିବାରୁ ରାସ୍ତାରେ ଦୁର୍ଗନ୍ଧ ସହ ସଂକ୍ରାମକ ରୋଗ ବ୍ୟାପିବା ଆଶଙ୍କା ଦେଖାଦେଇଛି। ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ୍ କିମ୍ବା କୌଣସି ଆନୁଷାଙ୍ଗିକ ବ୍ୟବସ୍ଥା ନ ଥିବାରୁ ଉଭୟ ପଟର ପାଣି ମଧ୍ୟଭାଗରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଜମି ରହୁଛି। ଦୀର୍ଘ ଦିନ ଧରି ଏହାର ସ୍ଥାୟୀ ପ୍ରତିକାର ହୋଇନାହିଁ। ଏହି ରାସ୍ତାଟି ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ପଟ୍ଟାମୁଣ୍ଡାଇ ସହର ଉପକଣ୍ଠ ସବଡିଭିଜନ ହସ୍ପିଟାଲ ସମ୍ମୁଖରେ ଅବସ୍ଥିତ ଥିଲେ ମଧ୍ୟ ଦୀପ ତଳ ଅନ୍ଧାର ନ୍ୟାୟରେ ଏହା ଚୀର ଅବହେଳିତ ହୋଇରହିଛି । ଏହି ରାସ୍ତା ଦେଇ ଶହ ଶହ ହାଇସ୍କୁଲ ଛାତ୍ରୀ, ବିଭିନ୍ନ ଅଂଚଳର ଜନସାଧାରଣ, ପଟ୍ଟାମୁଣ୍ଡାଇ କଲେଜ ଓ ମହିଳା କଲେଜ ଛାତ୍ରୀଛାତ୍ର ଓ ହାଇସ୍କୁଲ ସମ୍ମୁଖରେ ଥିବା ହସ୍ପିଟାଲକୁ ରୋଗୀମାନେ ଚିକିତ୍ସା ପାଇଁ ଯାତାୟାତ କରିଥାନ୍ତି । ଏଥି ସହିତ ଏହି ରାସ୍ତାରେ ବିଭିନ୍ନ ପରୀକ୍ଷାଗାର, ଔଷଧ ଦୋକାନ ଓ ଘରୋଇ ଡାକ୍ତରଖାନା ରହିଛି । ସବୁ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ଏହି ବ୍ୟସ୍ତ ବହୁଳ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହାର ପରିବେଶ ସଂପୂର୍ଣ୍ଣ ଦୂଷିତ ହୋଇ ଥିବାରୁ ଛାତ୍ରୀଛାତ୍ର, ଜନସାଧାରଣ ଓ ରୋଗୀମାନେ ଯାତାୟାତ ପାଇଁ କୁଣ୍ଠାବୋଧ କରୁଛନ୍ତି । ଏହି ରାସ୍ତାରେ ଯାତାୟାତ କଲେ ରୋଗାକ୍ରାନ୍ତ ହେବାର ସମ୍ଭାବନା ରହିଛି । ସ୍ଥାନୀୟ ଜନସାଧାରଣ ବାରମ୍ବାର ଦାବୀ କଲେ ମଧ୍ୟ କୌଣସି ପ୍ରତିକାର ହେଉନାହିଁ । ପଟ୍ଟାମୁଣ୍ଡାଇ ପ୍ରଶାସନ ଓ ପୌର ପରିଷଦ ଏହି ରାସ୍ତାରୁ ଜବରଦଖଲ ହଟାଇ ଜଳ ନିଷ୍କାସନ ପାଇଁ ବାରମ୍ବାର ଉଦ୍ୟମ କଲେ ମଧ୍ୟ ଫଳପ୍ରଦ ହେଉନାହିଁ । ଯାହାଫଳରେ ଜନସାଧାରଣଙ୍କ ଦୁର୍ଦଶା ବଢ଼ି ବଢ଼ି ଚାଲିଛି । ରାଜ୍ୟ ସରକାର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ପଟ୍ଟାମୁଣ୍ଡାଇ ପୌର ପରିଷଦ ତୁରନ୍ତ ଦୃଷ୍ଟି ଦେଇ ଫଳପ୍ରଦ ପଦକ୍ଷେପ ଗ୍ରହଣ କରି ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ରାସ୍ତାରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

 

 

 

 

Next Post

ଜରାଜୀର୍ଣ୍ଣ ଅବସ୍ଥାରେ ପଟ୍ଟାମୁଣ୍ଡାଇ କେନାଲ ପୋଲ , ଭୁଶୁଡିବା ଆଶଙ୍କାରେ ଲୋକେ ,୨ୟ ପୋଲ ନିର୍ମାଣ ପାଇଁ ଦାବୀ

Thu Jul 3 , 2025
କେନ୍ଦ୍ରାପଡା ୩/୭-ପଟ୍ଟାମୁଣ୍ଡାଇ ଅଂଚଳର ଜୀବନ୍ତ କିମ୍ବଦନ୍ତୀ ତଥା ଜୀବନରେଖା କୁହାଯାଉଥିବା ଅଂଚଳର ସର୍ବପୁରାତନ ପ୍ରଥମ କେନାଲ ପୋଲ ବର୍ଷ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବାରୁ ଯେ କୌଣସି ମୁହୂର୍ତ ରେ ଭୁଶୁଡିବାର ଆଶଙ୍କା ପ୍ରକାଶ ପାଇଛି । ଏହି ପୋଲକୁ ଛାଡି ପଟ୍ଟାମୁଣ୍ଡାଇ ଅଂଚଳର ଗୌରବମୟ ଇତିହାସର ପରିକଳ୍ପନା ଅସମ୍ଭବ । କାହିଁ କେଉଁ ସ୍ମରଣାତିତ କାଳରୁ ପ୍ରାୟତଃ ବ୍ରିଟିଶ ଅମଳରୁ ଏହି ପୋଲ ନିର୍ମାଣ କରାଯାଇଥିଲା । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading