ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶତବାର୍ଷିକୀ ସମାରୋହ ଉଦଯାପିତ

blank
କେନ୍ଦ୍ରାପଡ଼ା,୨୬ା୧୨:ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)ର ଜିଲ୍ଲା ସ୍ତରୀୟ ଶତବାର୍ଷିକୀ ଉତ୍ସବ ସହରସ୍ଥିତ ନିର୍ମାଲ୍ୟ ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣରେ ପାର୍ଟିର ଲାଲ୍ ପତାକାକୁ ଶିକ୍ଷକ ମହାସଂଘର ପ୍ରାକ୍ତନ ସାଧାରଣ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ଉତ୍ତୋଳନ କରିବା ପରେ ବରିଷ୍ଠ ସଭ୍ୟ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କର୍ମୀଙ୍କୁ ସମ୍ବୋଧିତ କରି ରାଜ୍ୟ କମିଟି ସଭ୍ୟ ରମଣୀ ରଞ୍ଜନ ରାଉତରାୟ ଦେଶରେ ଏକ ଶ୍ରେଣୀ ହୀନ, ଶୋଷଣ ମୁକ୍ତ, ସମାଜବାଦୀ ସମାଜ ପ୍ରତିଷ୍ଠା ନିମନ୍ତେ ପାର୍ଟିର ଶହେ ବର୍ଷର ସାଲିସ ହୀନ ସଂଘର୍ଷ ବିଷୟରେ ବର୍ଣ୍ଣନା କରିଥିଲେ। ଜିଲ୍ଲା ସଂପାଦକ ବିକାଶ ଚନ୍ଦ୍ର ବେଉରା ପାର୍ଟିର ଶହେ ବର୍ଷର ଉତ୍ସବରେ ସମସ୍ତ ସମାଜବାଦୀ ବିଚାରର ବ୍ୟକ୍ତି ଓ ସଂଗଠନମାନେ ଏକାଠି ହେବା ପାଇଁ ଜାତୀୟ ପାର୍ଟିର ଆହ୍ୱାନ ଘୋଷଣା କରିଥିଲେ। ପାର୍ଟିର କର୍ମକର୍ତ୍ତାମାନଙ୍କ ମଧ୍ୟରୁ ସର୍ବସାଥୀ ରବୀନ୍ଦ୍ର ପରିଡା, ସଂଯୁକ୍ତା ରାଉତ, ଅଭୟ ଦାସ, ନିରଞ୍ଜନ ଦାସ, ସତ୍ୟନାରାୟଣ ଜେନା, ପ୍ରଦୀପ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଉପସ୍ଥିତ ରହି ବିଶିଷ୍ଟ ପ୍ରଗତିଶୀଳ କବି ନିରାକାର ଦାସ, ରଣଧୀର ଜେନା, କର୍ମଚାରୀ ନେତା ବୈଷ୍ଣବ ସ୍ୱାଇଁ, ଡ. ଚୈତନ୍ୟ ଚରଣ ପରିଡା, ରାଜକିଶୋର ନାୟକ, ଧୀରେନ୍ ବେହେରା, ଶ୍ରୀନିବାସ ପରିଡା ପ୍ରମୁଖ ଶୁଭେଚ୍ଛା ବକ୍ତବ୍ୟ ପ୍ରଦାନ କରିଥିଲେ। ନାରୀନେତ୍ରୀ ସୋହାନା ବେଗମ୍ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଦେଶସେବା ଫାଉଣ୍ଡେସନର ବାର୍ଷିକ ଉତ୍ସବ

Fri Dec 26 , 2025
କେନ୍ଦ୍ରାପଡ଼ା,୨୬ା୧୨:କେନ୍ଦ୍ରାପଡ଼ାର ଇନ୍ଦାଳରେ ଦେଶ ସେବା ଫାଉଣ୍ଡେସନ ପରିବାର ୨୦୧୬ ମସିହାରେ ଗଢି ଉଠିଥିଲା। ଏହାର ତୃତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ନବପ୍ରଭାତ ଗ୍ରୁପ ଅଫ୍ ମ୍ୟାନେଜମେଣ୍ଟର ପ୍ରାଣ ପ୍ରତିଷ୍ଠାତା ଇଂ ମାନଗୋବିନ୍ଦ ପଣ୍ଡା, ସମ୍ମାନୀତ ଅତିଥି ସମାଜସେବୀ ମନୀଷା ପଣ୍ଡା, ଯୁବସମାଜସେବୀ ଅସିତ୍ ପ୍ରିୟଦଶିନୀ, ମା’ ମଞ୍ଜୁଲତା ମଲ୍ଲିକ, ଇଦାଳ ସରପଞ୍ଚ ଜ୍ୟୋସ୍ନାମୟୀ ବେହେରା, ପୂର୍ବତନ ସରପଞ୍ଚ ଅଶ୍ୱନୀ ମହାନ୍ତି ପ୍ରମୁଖ। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading