କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ

blank
କେନ୍ଦ୍ରାପଡ଼ା,୫ା୧୨:ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପ୍ରାୟୋଜିତରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ପକ୍ଷରୁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ -୨୦୨୫ ଆୟୋଜିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର. ଆୟାର ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା,କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ଶକ୍ତି ଦେଶ ଗଠନରେ ଅଗ୍ରଣୀ ଭୂମିକା ନେବା ସହ ବିକଶିତ ଓଡିଶା ଏବଂ ବିକଶିତ ଭାରତ ଗଠନରେ ଆଗେଇ ଆସିବାକୁ ଅତିଥି ମାନେ ଯୁବ ଶକ୍ତିକୁ ଆହ୍ୱାନ କରିଛନ୍ତି। ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ଏହି ପ୍ରତିଯୋଗିତା ଏକ ମାଧ୍ୟମ ବୋଲି କହିଥିଲେ। ଯେତେ ଉପରକୁ ଗଲେବି ଆମ ସଂସ୍କୃତିକୁ ଆମେ ଭୁଲିବା ନାହିଁ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡ଼ା ପୈାରପରିଷଦ ଅଧ୍ୟକ୍ଷା ସରିତା ସାହୁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତୁନୁ କୁମାର ଜେନା, ଜିଲ୍ଲା ସାହିତ୍ୟ ସଂସଦ ସଭାପତି କବି କରୁଣାକର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବ ମହୋତ୍ସବ ଯୁବକ ମାନଙ୍କ ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବା ପାଇଁ ଏକ ଉପଯୁକ୍ତ କ୍ଷେତ୍ର ଏବଂ ରାଷ୍ଟ୍ର ନିର୍ମାଣରେ ଯୁବ ଶକ୍ତିହିଁ ପ୍ରମୁଖ ଭୂମିକା ନେଇ ପାରିବ ବୋଲି ମତ ଦେଇଥିଲେ। ମାର୍ଶାଘାଇ ମହାବିଦ୍ୟାଳୟ ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ ସଭା ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି।

Next Post

ପିଏମଶ୍ରୀ କୋରୋ ଉଚ୍ଚ ବିଦ୍ୟାଳୟରେ ବ୍ୟାଗଲେସ ଡେ ପାଳନ

Sat Dec 6 , 2025
କେନ୍ଦ୍ରାପଡ଼ା,୬ା୧୨:ପିଏମଶ୍ରୀ କୋରୋ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ବ୍ୟାଗଲେସ୍ ଡେ ପାଳନ ହେଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏଇ ଦିବସରେ ମୁଖ୍ୟଅତିଥି ଭାବରେ କେନ୍ଦ୍ରାପଡ଼ା ଟାଉନ ହାଇସ୍କୁଲର ପ୍ରଧାନଶିକ୍ଷକ ମଦନମୋହନ କର, ମୁଖ୍ୟବକ୍ତା କବି ଅମର ପ୍ରସାଦ ରାଉତ,ସମ୍ମାନିତ ଅତିଥି ଭାବରେ ଯୁବ ସାମ୍ବାଦିକ ମଳୟ ରଞ୍ଜନ ସାହୁ, କୋରୋ ରାଜସ୍ୱ ନିରୀକ୍ଷକ ରୁଚିକା ମହାନ୍ତି, ଶିକ୍ଷାବିତ ହରିହର ସିଂହ, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading