ରୋଗୀ ସେବା ବଦଳରେ ଚାଲିଛି ବ୍ୟବସାୟ, , ଜୀବନ ସହ ଖେଳୁଛନ୍ତି କ୍ୱାକ୍‌

ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି

blank
ପଟ୍ଟାମୁଣ୍ଡାଇ ୧୫/୩ – ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଦୀର୍ଘଦିନ ହେଲା ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦବୀ ଖାଲିପଡିଛି। ୫୫ ଡାକ୍ତରଙ୍କ ଜାଗାରେ ବର୍ତମାନ ୧୦ ଡାକ୍ତରରେ ରୋଗୀଙ୍‌କୁ ଚିକିତ୍ସା କାରାଯାଉଛି । ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହା ଫାଇଦାରେ ଗାଁ ରୁ ସହର ପର୍ଯ୍ୟନ୍ତ କେତେକ ଔଷଧ ଦୋକାନୀ ଓ ପାଥୋ ଲାବରେ ଡାକ୍ତରଙ୍କ ପ୍ରକୋଷ୍ଠ ଖୋଲି ରୋଗୀସେବା ବଦଳରେ ବ୍ୟବସାୟ କରିଚାଲୁଛନ୍ତି । ଏଥିନେଇ ଗାଁ ଗହଳିରେ ମାଇକ ଗାଡି ବୁଲାଇ ବିଭିନ୍ନ ବିଭାଗର କଟକରୁ ବିଶେଷଜ୍ଞ ଡାକ୍ତର ଆସୁଥିବା ପ୍ରଚାର କରାଯାଉଛି । କିନ୍ତୁ ଏହି ଡାକ୍ତରମାନଙ୍କ ମଧ୍ୟରେ କିଛି ନକଲି ଡାକ୍ତର ରୋଗୀମାନଙ୍କ ଜୀବନ ସହ ଖେଳୁଥିବା ବେଳେ ନିରିହ ଜନତାଙ୍କୁ ଶୋଷଣ କରାଯାଉଛି ବୋଲି ଆଲୋଚନା ହେଉଛି । ଯାହା ଦ୍ୱାରା ଅସଲି ଡାକ୍ତର ବଦନାମ ହେବା ସହ ରୋଗୀ ମଧ୍ୟ ନକଲି ଡାକ୍ତରମାନଙ୍କ ଶିକାର ହେଉଛନ୍ତି ବୋଲି ସଚେତନ ନାଗରିକ ମାନେ କହିଛନ୍ତି।
ସେମାନେ କୁହନ୍ତି କେନ୍ଦ୍ରାପଡା ଜିଲାର ବ୍ୟବସାୟୀକ ପେଣ୍ଠ ସ୍ଥଳ ଭାବେ ପଟ୍ଟାମୁଣ୍ଡାଇ ବେଶ୍ ପରିଚିତ। ଏଠାରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ସହ ଘରୋଇ କ୍ଲିନିକ୍‌, ବଡ଼ ବଡ଼ ଔଷଧ ଗୋଦାମ, ଔଷଧ ଦୋକାନ ଏବଂ ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରିବା ନିମନ୍ତେ ଅନେକ ପାଥୋ ଲାବ ଗଢ଼ିଉଠିଛି । ଏହା ମଧ୍ୟରୁ କିଛି ଔଷଧ ଦୋକାନ ଏବଂ ପରୀକ୍ଷା ନିରୀକ୍ଷା କେନ୍ଦ୍ର ଗୁଡ଼ିକ ନିଜ ନିଜ ବ୍ୟବସାୟ ବଡାଇବା ପାଇଁ ପ୍ରତିଷ୍ଠାନରେ ରୋଗୀ ଚିକିତ୍ସା ନିମନ୍ତେ ଡାକ୍ତରଙ୍କୁ ବସାଉଛନ୍ତି । ଏହା କେତେକ ସ୍ଥାନରେ ନାମୀଦାମୀ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରଙ୍କ ନାମନେଇ ଘରଭଡା ସତ୍ୟପାଠ କରାଯାଇ ଫଳକ ମରାଯାଇଛି । କେତେକ ଜାଗାରେ ନକଲି ଡାକ୍ତର ରୋଗୀ ଦେଖୁଛନ୍ତି ବୋଲି ଅଭିଯୋଗ ମଧ୍ୟ ହେଉଛି । ଏହି ଅଂଚଳରେ ସରକାରୀ ଡାକ୍ତର ଅଭାବ ଯୋଗୁ ବାହର ଡାକ୍ତର ପ୍ରଚାରରେ ଏହିସବୁ ସ୍ଥାନରେ ରୋଗୀଙ୍କର ଭିଡ଼ ଦେଖିବାକୁ ମିଳୁଛି । କିଛି ଜଣ ନକଲି ଡାକ୍ତର ନିଜକୁ ଆତ୍ମଘୋଷିତ ଡାକ୍ତର କହି ଲୋକଙ୍କୁ ଭୁଆଁ ବୁଲାଇ ବେସ୍ ଫାଇଦା ଉଠାଉଥିବା ବିଶେଷ ସୂତ୍ର ରୁ ଜଣାପଡ଼ିଛି। ଯାହା ଫଳରେ ରୋଗୀ ମାନେ ହଇରାଣ ହରକତ ହେଉଥିବା ବେଳେ ନକଲି ଡାକ୍ତରଙ୍କ ଔଷଧ ଖାଇ ଅନେକ ରୋଗୀ ସଙ୍କଟାପନ୍ନ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି।
ଜଣେ ବ୍ୟକ୍ତି ନିଜ ନାମ ଗୋପନରଖି କହିଛନନ୍ତି ଯେ ଭୁବନ ଅଂଚଳର ଜଣେ ଡାକ୍ତର ପଟ୍ଟାମୁଣ୍ଡାଇର ଏକ ଦୋକାନରେ କଟକ ବଡ ଡାକ୍ତରଖାନର ବିଶେଷଜ୍ଞ ହୋଇ ରୋଗୀ ଦେଖୁଥିଲେ । ମାତ୍ର ସେହିଅଂଚଳର ଜଣେ ବ୍ୟକ୍ତି ବନ୍ଧୁଘର ପଟ୍ଟାମୁଣ୍ଡାଇ ଆସିଥିବା ବେଳେ ଉକ୍ତ ବିଶେଷଜ୍ଞ ବୋଲାଉଥିବା ଡାକ୍ତରଙ୍କ ସହିତ ଦେଖା ହୋଇଥିଲା । ସେ ଏଠାକୁ ବୁଲି ଆସିଥିବା କହି ତରତର ହୋଇଚାଲିଯାଇଥିଲେ । ସତ୍ୟାସତ୍ୟ ବନ୍ଧୁଙ୍କ ନିକଟରୁ ଜଣାପଡିବା ପରେ ସେ ଡାକ୍ତର ଆସୁନାହାଁନ୍ତି । ଏହି ଭଳି ଅନେକ ଘଟଣା ପଟ୍ଟାମୁଣ୍ଡାଇ ଅଂଚଳରେ ହୋଇ ଥିଲେ ବି ଘଟଣା ସର୍ବସମ୍ମୁଖକୁ ଆସି ପାରୁନାହିଁ। ତେବେ ପ୍ରଶାସନ ସବୁ ଜାଣି ଏକ ପ୍ରକାର ନୀରବ ଦ୍ରଷ୍ଟା ପାଲଟିଯାଇଛି। ଯାହା ସାଧାରଣ ଲୋକେ ଶେଷଣର ଶିକାର ହେବା ସହ ବିପଦରେ ପଡିଛନ୍ତି ବୋଲି ଆଲୋଚନା ହେଉଛି । ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ଜନ ବସତି ସ୍ଥାନମାନଙ୍କରେ ଥିବା ଛକ ଉପରେ ଅନେକ ଔଷଧ ଦୋକାନ ରହିଛି। ସେଥି ମଧ୍ୟରୁ ଏକାଧିକ ଔଷଧ ଦୋକାନ ଗୁଡ଼ିକରେ ବିଭିନ୍ନ ବିଭାଗର ଡାକ୍ତର ରୋଗୀମାନଙ୍କୁ ଦେଖିବା ପାଇଁ ବ୍ୟବସ୍ଥା ମଧ୍ୟ କରିଛନ୍ତି । ତେବେ ଏହା ଉପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ସହ ଆସୁଥିବା ଡାକ୍ତରମାନେ ଅସଲି କି ନକଲି ତାହା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Next Post

ପୁଣି ଗରିବ ମାଆଟିଏ କାଠ ଚୁଲିକୁ ଆପଣେଇବାକୁ ବାଧ୍ୟ ହେବ,

Mon Mar 16 , 2026
କର୍ମନିଯୁକ୍ତି ପାଇଁ ଦାଦନ ଖଟିବାକୁ ମଧ୍ୟପ୍ରାଚ୍ୟ ଯାଇ ପସିଛନ୍ତି ବହୁ ଲୋକେ ପଟ୍ଟାମୁଣ୍ଡାଇ ୧୬/୩ – ସରକାରଙ୍କ ଆତ୍ମନିର୍ଭର ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କହୁଥିବା ବେଳେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କମୁନିକେଶନ ବିଭାଗର ନିର୍ଦ୍ଦେଶକ ଗେରି ରାଇସ ସେପଟେମ୍ବର ୨୦୨୦ରେ ଏକ ଖବରଦାତା ସମ୍ମିଳନୀରେ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ହେଲେ ମଧ୍ୟପ୍ରାଚ୍ୟ ସଂଘର୍ଷ ସରକାରଙ୍କ ମୁଖା ଖୋଲିଦେଇଛି । ଇରାନ-ଅମେରିକା ଯୁଦ୍ଧ ଦ୍ୱାରା ଏଲପିଜି ଯୋଗାଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading