ବନ୍ୟା ରିଲିଫ ବାଦକୁ ୱାର୍ଡ ପିଛା ମିଳିଲା ୫୦ କେଜି ଚୂଡ଼ା ପ୍ରଶାସନିକ ସହାୟତା ପ୍ରତି ପ୍ରହସନ ଉଗ୍ର ହେଉଛି ଜନଅସନ୍ତୋଷ

blank

ପଟ୍ଟାମୁଣ୍ଡାଇ ୧/୮– ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତ ଓ ପୌରାଂଚଳର ୧୧ଟି ୱାର୍ଡ ଜଳମଗ୍ନ ହୋଇ ଶହ ଶହ ପରିବାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ଲୋକଙ୍କ ଘରଭିତରେ ପାଣି ପସିଯାଇଥିବା ବେଳେ ରନ୍ଧାବଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ରିଲିଫ ସହାୟତାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଆକ୍ରୋଶ ଓ ଜନଅସନ୍ତୋଷ ସୃଷ୍ଟି ହୋଇଛି।

blank
ବନ୍ୟାଂଚଳ ବାସୀ ଦଇତାରି ଜେନା କୁହନ୍ତି ଗ୍ରାମାଂଚଳର ବନ୍ୟା ପ୍ରଭାବିତ ୱାର୍ଡ ଗୁଡ଼ିକରେ ହଜାର ହଜାର ଲୋକ ତିନି ଦିନ ହେବ ଭୋକଉପାସରେ ଦିନ କାଟୁଛନ୍ତି। ବନ୍ୟା ଘେରରେ ଥିବା ଲୋକମାନେ ନୀରୋଳା ନର୍କ ଯନ୍ତ୍ରଣା ଭୋଗୁଥିବା ବେଳେ ବ୍ଲକ ପ୍ରଶାସନ ୱାର୍ଡ ପିଛା ୫୦ କେଜି ଚୂଡ଼ା ବଂଟନ କରି ନିଜ ଦାୟିତ୍ୱ ସାରିଦେବାକୁ ଉଦ୍ୟମ କରୁଛି । ଅନେକ ଗ୍ରାମ ଓ ୱାର୍ଡରେ ଏହି ଅଳ୍ପ ରିଲିଫ୍ ବଂଟନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷର ଲହଡ଼ି ଭାଙ୍ଗୁଛି।

ସମାଜିକକର୍ମୀ ନରେନ୍ଦ୍ର ଧଳ ବୁଦ୍ଧିଜୀବୀ ବିଭୁତି ଭୁଷଣ ପଟ୍ଟନାୟକ କୁହନ୍ତି ଗୋଟିଏ ଗୋଟିଏ ୱାର୍ଡରେ ହଜାରରୁ ଊର୍ଦ୍ଧ୍ୱ ଲୋକ ବାସ କରୁଥିବା ବେଳେ ପାଖାପାଖି ୫୦୦ ରୁ ଅଧିକା ଲୋକ ଜଳବନ୍ଦି ଭିତରେ କାଳାତିପାତ କରୁଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ଗୋଟିଏ ୱାର୍ଡ ପାଇଁ ମାତ୍ର ୫୦ କେଜି ଚୂଡ଼ା ମଞ୍ଜୁର କରାଯାଇଛି। ଯଦି ୱାର୍ଡର ବିପନ୍ନ ଗରିବ ପରିବାରଙ୍କୁ ନେଇ ହିସାବ କରାଯାଏ ତେବେ ଗୋଟିଏ ୱାର୍ଡରେ ପାଖାପାଖି ୫୦୦ ଜଣ ବିପନ୍ନ ରହୁଛନ୍ତି । ତେବେ ଜଣକ ଭାଗରେ ମାତ୍ର ୧୦୦ ଗ୍ରାମ୍ ଚୂଡ଼ା ପଡ଼ୁଛି। ଏହା ଗୋଟିଏ ଓଳିର ଖାଦ୍ୟ ପାଇଁ ବି ନୁହେଁ। ଏତେ ନିଅଂଟିଆ ରିଲିଫ୍‌କୁ ନେଇ ବିପନ୍ନମାନେ ସୀମାହୀନ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜଣେ ବନ୍ୟା ବିପନ୍ନ ମହିଳା ରାଇନ ମଲିକ କୁହନ୍ତି ଗୋଟିଏ ୱାର୍ଡରେ ଶହ ଶହ ପରିବାର ଭୋକିଲା ଅଛନ୍ତି। ତିନି ଦିନ ହେବ ଆମେ ଜଳବନ୍ଦୀ ହୋଇ ରହିଛୁ। ଘରେ ଖାଇବାକୁ ଦାନା ନାହିଁ। ପ୍ରଶାସନ ଯେତିକି ଚୂଡ଼ା ଓ ବିସ୍କୁଟ୍ ଦେଉଛି, ତାହା ଗୋଟିଏ ପରିବାର ପାଇଁ ଓଳିଏକୁ ନିଅଂଟ। ଏହି ସାମାନ୍ୟ ସହାୟତା ପରିବାରର ଗୋଟିଏ ଛୋଟ ଛୁଆର ପେଟ ପୁରାଇବାକୁ ବି ନିଅଂଟ ହେବ। ତୁରନ୍ତ ରନ୍ଧା ଖାଦ୍ୟ ଓ ପିଇବା ପାଣି ନ ମିଳିଲେ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ସେ କହିଛନ୍ତି ।

ଏନେଇ ବିଡିଓ ଶୀତଲ ଅଗ୍ରୱାଲଙ୍କୁ  ପଚାରିବାରେ ପଟ୍ଟାମୁଣ୍ଡାଇ ବ୍ଲକ ୧୪ ପଂଚାୟତକୁ ପାଖାପାଖି ୮୨ କୁଇଂଟାଲ ଚୁଡା ୮୪୦ କେଜି ଗୁଦ ୫୦ କ୍ୟାକେଟ ବିସ୍କୁଟ ବଂଂଟନ କରାଯାଇଛି ବୋଲି ସେ କହିଛନ୍ତି ।

ସେହିପରି ପୌରାଂଚରେ ୧୧ଟି ୱାର୍ଡ ଜଲ ମଗ୍ନ ହୋଇଥିବା ବେଳେ ୧୭ ହାଜାର ପରିବାର ଆଫେକ୍ଟେଡ ହୋଇଛନ୍ତି ବୋଲି ପୌର ନିର୍ବାହୀ ଅଧିକାରୀ ରଂଞ୍ଜନ ଦାଶ ସୂବନା ଦେଇଛନ୍ତି । ମାତ୍ର ସରକାରୀ ଭାବେ ପୌରଂଚଳକୁ ୩୯ କୁଇଂଟାଲ ଚୁଡା ୭୫୦ କେଜି ଗୁଡ ଆସିଛି । ଶନିବାର ୩. ୪ ଓ ୧୫ ୱାର୍ଡର ବନ୍ୟା ବିପନ୍ନ ପରିବାରଙ୍କୁ ବଂଟନ କରାଯାଇଛି ।

ପ୍ରଶାସନ ବୋଟ୍ ଜରିଆରେ ପ୍ରତ୍ୟେକ ପ୍ରଭାବିତ ପରିବାର ପାଖରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ, ପିଇବା ପାଣି ଓ ରନ୍ଧା ଖାଦ୍ୟ ପହଁଚାଇବାକୁ ବନ୍ୟା ବିପନ୍ନ ବାସୀ ଦାବି କରିଛନ୍ତି । ଯଦି ତୁରନ୍ତ ରିଲିଫ୍ ପରିମାଣ ବୃଦ୍ଧି କରାନଯାଏ, ତେବେ ପ୍ରଶାସନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବାକୁ ସେମାନେ କହିଛନ୍ତି ।

Leave a Reply

Next Post

ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକରେ ବ୍ୟାପକ କ୍ଷତି

Sat Aug 1 , 2026
ପଟ୍ଟାମୁଣ୍ଡାଇ ଅଂଚଳରେ ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ଏହି ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ଜନଜୀବନ ସହିତ ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତର ସିଂହଗାଁ, କୃଷ୍ଣଦାସପୁର, ରାଉଳିଆଡିଆ, ପାଣିସାଉଁଳିଆ ଆଦି ଜଳମଗ୍ନ ହୋଇ ବାହ୍ୟଜଗତରୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading