ଆଠ ମାସରେ ଦୁଇ ହଜାର କୋଟି ଋଣ

blank

ଭୁବନେଶ୍ବର ରାଜ୍ୟରେ ବଢୁଛି ଋଣ ଭାର । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଗତ ୮ମାସରେ ତଥା ଜୁନ ମାସ ଠାରୁ ଫେବୃଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଖୋଲା ବଜାରରୁ ୨ ହଜାର କୋଟି ଟଙ୍କା ରାଜ୍ୟରେ ବଢୁଛି ଋଣ ଭାର । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଗତ ୮ମାସରେ ତଥା ଜୁନ ମାସ ଠାରୁ ଫେବୃଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଖୋଲା ବଜାରରୁ ୨ ହଜାର କୋଟି ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ଠାରୁ ୭ହଜାର ୧୪୯ କୋଟି ୫୬ ଲକ୍ଷ ଟଙ୍କା ଋଣ ଆହରଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ଆହରଣ କରିଥିବା ଏହି ଋଣ ମଧ୍ୟରୁ ମୁଖ୍ୟତଃ (ଏସ୍‌ମଏସ୍‌ଜିଆଇ-ପୁଞ୍ଜି ନିବେଶ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ସହାୟତା) ସ୍କିମରେ ୫୦ ବର୍ଷୀୟ ସୁଧମୁକ୍ତ ଋଣ ବାବଦକୁ ୮୧୯ କୋଟି ଟଙ୍କା ଋଣ ଅନ୍ତର୍ଭୁକ୍ତ । ଫେବୃଆରୀ ୨୦୨୫ ଶେଷ ସୁଦ୍ଧା ଖୋଲା ବଜାରରୁ ଆହରଣ କରିଥିବା ଋଣର ସୁଧ ଦେୟ ହାରାହାରି ୭ ପ୍ରତିଶତ ରହୁଛି । ଋଣ ବାବଦରେ ଆହରଣ କରାଯାଇଥିବା ଏହି ଧନରାଶିକୁ ସମ୍ପୂର୍ଣ୍ଣ ଭାବରେ ପୁଞ୍ଜି ବିନିଯୋଗ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା ଜଳସେଚନ, ଶକ୍ତି, ସଡକ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଭିତ୍ତିଭୂମି ଇତ୍ୟାଦି ବିକାଶମୂଳକ ପ୍ରକଳ୍ପରେ ବିନିଯୋଗ କରାଯାଉଛି ବୋଲି ଗୃହରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ସୁଧ ହାର କେତେ ରହିବ ଆରବିଆଇ ମୁଦ୍ରାନୀତି କମିଟି ନିର୍ଦ୍ଧାରଣ କରିଥାନ୍ତି । ଦରଦାମ ହାର୍ଷ ଓ ବୃଦ୍ଧି ଉପରେ ରାଜ୍ୟ ସରକାର ନିରନ୍ତର ନଜର ରଖୁଛନ୍ତି ବୋଲି ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

Next Post

କ୍ୱିଣ୍ଟାଲ ପିଛା ୮କେଜି ଧାନ କାଟିନେବା ଘଟଣା ,ଯୋଗାଣମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ଚାଷୀ

Tue Mar 18 , 2025
କେନ୍ଦ୍ରାପଡ଼ା,୧୮ା୩: ଧାନର ମାନ ପରୀକ୍ଷା କରାଯାଇ ଏହା ସଠିକ ଥିବା ଜଣାଯିବା ପରେ ମଧ୍ୟ ଜଣେ ଚାଷୀଙ୍କ ଧାନ କ୍ୱିଣ୍ଟାଲ ପିଛା ୮କେଜି କାଟିବା ଘଟଣାରେ ଚାଷୀ ଜଣଙ୍କ ନ୍ୟାୟ ପାଇବା ପାଇଁ ଯୋଗାଣମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମର ଚାଷୀ ବିବେକାନନ୍ଦ ଦାଶ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଧାନର ମାନ ଉନ୍ନତ ଥିଲେ କଟନୀ ଛଟନୀ ହେବ ନାହିଁ ବୋଲି ସରକାରୀ ନିୟମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading